ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ପତ୍ନୀ ବିୟୋଗ

ବେଗୁନିଆ,୨୨/୫ ବେଗୁନିଆ ବ୍ଲକ ଅନ୍ତର୍ଗତ କଣ୍ଟାବାଡ ପଂଚାୟତ ଅନ୍ତର୍ଗତ ମଲିପଦର ଗ୍ରାମର ଅବସରପ୍ରାପ୍ତ ସେନା କର୍ମଚାରୀ ବସନ୍ତ କୁମାର ହୋତାଙ୍କ ପତ୍ନୀ ଅନୁପମାଙ୍କର ୬୯ ବର୍ଷରେ ହୃଦଘାତରେ ପରଲୋକ ହୋଇ ଯାଇଛି। ସେ ଜଣେ ଧର୍ମପରାୟଣ,ସ୍ନେହୀ ଓ ମିଷ୍ଟଭାଷୀ ଭାବେ ପରିଚିତ ଥିଲେ। ତାଙ୍କ ମର ଶରୀରକୁ ଗ୍ରାମ ଶ୍ମଶାନରେ ଦୁଇ ପୁଅ ଆଲୋକ ଓ ଅରୁଣ ମୁଖାଗ୍ନି ଦେବା ପରେ ଅନ୍ତ୍ୟେଷ୍ଟି କ୍ରିୟା ସମାପନ ହୋଇଥିଲା। ତାଙ୍କ ମୃତ୍ୟୁରେ ବିଧାୟକ ପ୍ରଦୀପ କୁମାର ସାହୁ, ଶିକ୍ଷାବିତ୍ ଲୋକନାଥ ପଣ୍ଡା, କୁଳମଣି ମିଶ୍ର,ରାଜ କିଶୋର ପାଣିଗ୍ରାହୀ, ଡ଼ଃ ନଳିନୀ କାନ୍ତ ପଣ୍ଡା,ବଂଶୀଧର ପାଣିଗ୍ରାହୀ,ପୂର୍ବତନ ସରପଂଚ ପ୍ରଶାନ୍ତ କୁମାର ବେହେରା, ପୂର୍ଣ୍ଣଚନ୍ଦ୍ର ବେହେରା,ପୂର୍ବତନ ସମିତି ସଭ୍ୟ ସୁବାସ ଚନ୍ଦ୍ର ମହାନ୍ତି,ସମାଜସେବୀ ପୃଥ୍ବୀ ବଲ୍ଲଭ ପଟ୍ଟନାୟକ,କାଳନ୍ଦୀ ଚରଣ ମହାପାତ୍ର, ଶ୍ରୀକାନ୍ତ ବାହିନୀପତି,ଡ଼ଃ ବିଦ୍ୟାଧର ମହାରଣା ଓ ଲକ୍ଷ୍ମୀପ୍ରିୟା ପଣ୍ଡା ପ୍ରମୁଖ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *