ପଛୁଆ ବର୍ଗର ହକ୍ ପାଇଁ ବିଜୁ ଜନତା ଦଳର ଆହ୍ବାନ ୨୧ ମେ ରାଜଭବନ ଚାଲ

ଭୁବନେଶ୍ୱର – ୧୯/୫ -ପଛୁଆବର୍ଗଙ୍କ ହକ୍ ପାଇଁ ଲଢ଼ୁଛିବିଜୁ ଜନତା ଦଳ । ସବୁ ଶିକ୍ଷାନୁଷ୍ଠାନରେ ଓବିସିଙ୍କୁ ୨୭% ସଂରକ୍ଷଣ ଦାବିରେ ଆସନ୍ତା ମଇ ୨୧ ତାରିଖରେ ରାଜଭବନ ସମ୍ମୁଖରେ ବିଜେଡିର ବିଶାଳ ଗଣଧାରଣା ପରିପ୍ରେକ୍ଷୀରେ ଆଜି ଶଙ୍ଖ ଭବନରେ ବିଜୁ ଯୁବ ଓ ଛାତ୍ର ଜନତା ଦଳର କର୍ମକର୍ତ୍ତାମାନଙ୍କ ସହିତ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ନୟାଗଡ଼ ବିଧାୟକ ଡଃ ଅରୁଣ କୁମାର ସାହୁ, ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ, ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ ଓ ବିଜୁ ଯୁବ ଜନତା ଦଳ ର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ ।ସାମାଜିକ ଗଣମାଧ୍ୟମ ରେ ଏହାର ବହୁଳ ପ୍ରଚାର ପ୍ରସାର କରିବା ସହ କାର୍ଯକ୍ରମ ରେ ବହୁ ସଂଖ୍ୟା ରେ ଯୋଗଦେବାକୁ ନିଷ୍ପତି ନିଆଯାଇଛି ବୋଲି ସୂଚନା ମିଳିଛି।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *