ଆସନ୍ତା ୧୭ ତାରିଖରେ ଜୋନାଲ ସ୍ତରୀୟ କଳା ଉତ୍ସଵ ରେ ଭାଗ ନେବେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ର ଛାତ୍ରୀ
ଖୋର୍ଦ୍ଧା,(୧୪/୧୦) :- ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ସମଗ୍ର ଶିକ୍ଷା ଖୋର୍ଦ୍ଧା ଆନୁକୁଲ୍ୟରେ ବିଜେବି ଉଚ୍ଚ ବିଦ୍ୟାଳୟ ଠାରେ ଜିଲ୍ଲା ସ୍ତରୀୟ କଳା ଉତ୍ସବ ଅନୁଷ୍ଠିତ ହୋଇଯାଇଛି।
ଉତ୍ସବର ପ୍ରଥମ ଅଧିବେଶନ କୁ ଖୋର୍ଦ୍ଧା ଜିଲ୍ଲାର ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ବିଜୟ କୁମାର ବେହେରା ଉଦଘାଟନ କରିଥିବା ବେଳେ ଉପସ୍ଥିତ ଥିଲେ ଅନୁସୂଚିତ ଜାତି ଓ ଜନଜାତି ବିଭାଗର ସଂଯୋଜିକା ସୁନୀତା ପଟ୍ଟନାୟକ ଓ ପ୍ରଧାନ ଶିକ୍ଷକ ବିଭୁ ପ୍ରସାଦ ସେନାପତି। ସୂଚନାଯୋଗ୍ୟ କି ୧୨ ଟି ବିଭାଗରେ ଜିଲ୍ଲାର ୧୦ ଟି ବ୍ଲକ ରୁ ମୋଟ ୨୮୬ ଜଣ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରି ପ୍ରତିଯୋଗିତା ରେ ଭାଗ ନେଇଥିଲେ ।

ଦ୍ଵିତୀୟ ଅଧିବେଶନ ରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଶିକ୍ଷା ଅଧିକାରୀଣି ସୋନମିକା ରାୟ ଉପସ୍ଥିତ ରହି କୃତି ପ୍ରତିଯୋଗୀ ମାନଙ୍କୁ ଟ୍ରଫି ଓ ମାନପତ୍ର ପ୍ରଦାନ କରିଥିଲେ। ସୋଲ ସଙ୍ଗ ରେ ପ୍ରଥମ ଆହ୍ୱାନ ସ୍ୱାଇଁ,ଭୋକଲ ମ୍ୟୁଜିକ ଗ୍ରୁପ ରେ ଡି ଏ ଭି ଚନ୍ଦ୍ର ଶେଖରପୁର, ସଙ୍ଗୀତରେ ଜୟ ଅଗ୍ରୱାଲ, ମେଲୋଡି ରେ ପ୍ରଜ୍ଵଲ ସୂତାର, ପାରମ୍ପରିକ ଦଳଗତ ସଙ୍ଗୀତରେ ବିକାଶ ଆବାସିକ ବିଦ୍ୟାଳୟ, ଭୁବନେଶ୍ୱର, ସୋଲୋ ନାଚରେ ଖିରବ୍ଧୀ ତନୟା ରାଉତ, ଦଳଗତ ନୃତ୍ୟରେ ପି ଏମ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ, ବାଲୁଗାଁ ,ଦଳଗତ ନାଟକରେ ବିଜେବି ଉଚ୍ଚ ବିଦ୍ୟାଳୟ, ଖୋର୍ଦ୍ଧା, ଟୁ ଡି ଆର୍ଟ ରେ ଟିକି ରାଣୀ ଦାସ, ଥ୍ରି ଡି ଆର୍ଟ ରେ ନିରଞ୍ଜନ ବାରିକ୍,ଦୃଶ୍ୟ କଳା ଗ୍ରୁପ ଥ୍ରୀ ଡି ଆର୍ଟ ରେ ଲିପ୍ସା ଶ୍ରୀଚନ୍ଦନ ଓ ସ୍ନେହସିଶ ସାହୁ, ଗଳ୍ପ କଥନ ରେ ଅଭିଷେକ ମିଶ୍ର ଓ ଶିଶିର ମହାରଣା ପ୍ରଥମ ସ୍ଥାନ ଅଧିକାର କରିଥିଲେ।

ଆସନ୍ତା ୧୭ ତାରିଖରେ ହେବାକୁ ଥିବା ଜୋନାଲ ସ୍ତରୀୟ କଳା ଉତ୍ସଵ ରେ ଅଂଶ ଗ୍ରହଣ କରିବା ପାଇଁ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ସୂଚନା ଦିଆ ଯାଇଥିଲା।
ଏହି କାର୍ଯ୍ୟକ୍ରମରେ ବିଜେବି ଉଚ୍ଚ ବିଦ୍ୟାଳୟ ର ସମସ୍ତ କର୍ମଚାରୀ, ପ୍ରଧାନ ଶିକ୍ଷକ ଅଗାଧୁ ସେଠି, ସି ଆର ସି ସି ରେବତୀ ପଣ୍ଡା, ଶିକ୍ଷକ ମୃତ୍ୟୁଞ୍ଜୟ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ପରିଶେଷରେ ସଂଜୋଜିକା ସୁନୀତା ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now