ସଂଗ୍ରହାଳୟ ଜ୍ଞାନର ଗନ୍ତାଘର, ଶିକ୍ଷାର ଅସୀମ ଭଣ୍ଡାର, ଐତିହ୍ୟ, ସଂସ୍କୃତି ଓ ପରମ୍ପରାର ସଂରକ୍ଷକ । ସାଂସ୍କୃତିକ କିମ୍ବା ବୈଜ୍ଞାନିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ବସ୍ତୁଗୁଡିକର ପ୍ରଦର୍ଶନ ଓ ସଂରକ୍ଷଣର କେନ୍ଦ୍ର ହେଉଛି ସଂଗ୍ରହାଳୟ ।ଖୀଷ୍ଟପୂର୍ବ ତୃତୀୟ-ଚତୁର୍ଥ ଶତାବ୍ଦୀରେ ପ୍ରାଚୀନ ଗ୍ରୀକ୍ ଓ ରୋମାନ କଳା ସାମଗ୍ରୀ ଓ ସୌନ୍ଦର୍ଯ୍ୟାତ୍ମକ ବସ୍ତୁ ସଂଗ୍ରହ ସହ ପ୍ରଦର୍ଶନ କରିଥିଲେ । ଲାଟିନ୍ ଭାଷାରେ ପ୍ରାଚୀନ ବସ୍ତୁକୁ ମିଉଜ୍ କହନ୍ତି । ଏଥିରୁ ମିଉଜୀୟମ ର ସୃଷ୍ଟି । ପ୍ରାଚୀନ ଯୁଗରେ ଦେବାଦେବୀ ଆସ୍ଥାନ ସର୍ବସାଧାରଣଙ୍କ ସ୍ଥାନ ଓ ରାଜପ୍ରାସାଦମାନଙ୍କରେ କଳାତ୍ମକ ବସ୍ତୁ ରହୁଥିଲା । ରାଜାମାନେ ରାଷ୍ଟ୍ରଦୂତ ଓ ବିଶିଷ୍ଟ ବ୍ୟକ୍ତିମାନଙ୍କ ଠାରୁ ବହୁ ମୂଲ୍ୟବାନ ଉପହାର ପାଉଥିଲେ, ସେଗୁଡିକୁ ଅତିଥିମାନଙ୍କୁ ଦେଖାଉଥିଲେ । ସମୟକ୍ରମେ ଏଥିରେ ନାନା ପରିବର୍ତନ କରି ଏହାକୁ ସାର୍ବଜନୀନ କରାଗଲା । ସଂପ୍ରତି ବିଶ୍ୱର ପ୍ରାୟ ୧୫୦ ଟି ଦେଶରେ ଥିବା ପଚାଶ ହଜାରରୁ ଉର୍ଦ୍ଧ୍ବମିଉଜୀୟମ ରେ ବିଶ୍ୱ ସଂଗ୍ରହାଳୟ ଦିବସ ପାଳିତ ହୋଇ ଯାଇଅଛି।
ଆମ ଐତିହ୍ୟ, ଅସ୍ମିତା ଓ ସାଂସ୍କୃତିକ ସ୍ମାରକିର ସଂରକ୍ଷଣ କରି ପିଢ଼ି ପରେ ପିଢ଼ି ଆଗାମୀ ବଂଶଧରମାନଙ୍କ ପାଇଁ ସୁରକ୍ଷିତ କରି ରଖିବା ଅଭିପ୍ରାୟରେ ଖୋରଧା ରାଧାବଲ୍ଲଭ ସାହିରେ ସ୍ଥାପିତ ହୋଇଛି ରାଧାଗୋବିନ୍ଦ ଶେଫାଳି ସଂଗ୍ରହଶାଳା । ଏହାର ପରିସରରେ ଆୟୋଜିତ ଉତ୍ସବରେ ଜଗନ୍ନାଥ ସଂସ୍କୃତିର ଗବେଷକ ରାଜ୍ୟ ଉଚ୍ଚଶିକ୍ଷା ବିଭାଗର ଉପ-ନିଦେ୍ର୍ଦଶକ ରଜତ୍ କୁମାର ମାନସିଂହ ମୁଖ୍ୟ ଅତିଥି, ସାହିତ୍ୟିକ ତଥା ଖୋର୍ଦ୍ଧା ଉପଆରକ୍ଷୀ ଅଧିକ୍ଷକ ଶ୍ରୀମତୀ ମାନସୀ ଜେନା ବିଶ୍ୱ ତଥା ଭାରତରେ ଥିବା ବିଭିନ୍ନ ସଂଗ୍ରହାଳୟର ସ୍ଥିତି ଓ ସ୍ୱରୂପ ସମ୍ପର୍କରେ ତଥ୍ୟଭିତିକ ଆଲୋଚନା କରିଥିଲେ । ଏଥିରେ ସମ୍ମାନିତ ଅତିଥି ରୂପେ ସମାଜସେବୀ ସଂଜୟ ପଟ୍ଟନାୟକ, ସ୍ତମ୍ଭକାର ସମରେନ୍ଦ୍ର ବଳିୟାରସିଂହ ଓ ଗାଳ୍ପିକ ସୁନିଲ ବୋଷ ଯୋଗଦେଇଥିଲେ । ସଂଗ୍ର୍ରହାଧ୍ୟକ୍ଷ ଗବେଷକ ଗୋପାଳକୃଷ୍ଣ ଦାସ ସଭା ପରିଚାଳନା କରିଥିବା ବେଳେ ଧନ୍ୟବାଦ ପ୍ରଦାନ କରିଥିଲେ ଅଧ୍ୟାପକ ଅର୍ଚିସ୍ମାନ ଦାସ ।


Subha Khabar is now on Whatsapp
Join and get latest news update delivered to you via whatsapp
Join Now