ଜଳୁନି ଲାଇଟ,ଜାତୀୟ ରାଜପଥ ଉପରେ ରାଜୁତି କରୁଛି ଘନ ଅନ୍ଧକାର ,ପ୍ରଶାସନ ର ନିଘା ନାହିଁ

ଖୋର୍ଦ୍ଧା-୨୨/୦୫- ବଲାଙ୍ଗୀର ୫୭ ଜାତୀୟ ରାଜପଥର ବାଘମାରୀ ବଜାରରେ ଯାହାକି ଏକ ଗୁରୁତ୍ବପୂର୍ଣ୍ଣ ସ୍ଥାନ ଯେଉଁ ଛକ ହେଉଛି ବିଶ୍ଵ ପ୍ରସିଦ୍ଧ ସ୍ବାସ୍ଥ୍ୟ ପର୍ଯ୍ୟଟନ ସ୍ଥଳୀ ଅଟ୍ରି ଉଷ୍ଣ ପ୍ରସବଣ ଛକଓ ଏକାଦଶ ରୁଦ୍ର ବାବା ହଟ୍ଟକେଶ୍ୱର ଙ୍କ ପୀଠ । ପ୍ରତ୍ୟେକ ଦିନ ଏଠାକୁ ରାଜ୍ୟ ଭିତରୁ ଓ ବାହାରୁ ବହୁ ପର୍ଯ୍ୟଟକ ଆସିଥାନ୍ତି। ମାତ୍ର ବାଘମାରି ବଜାର ଟି ସନ୍ଧ୍ୟା ହେଲେ ପୁରା ଅନ୍ଧକାର ପୂର୍ଣ୍ଣ । ଜାତୀୟ ରାଜପଥ ବିଭାଗ ପକ୍ଷରୁ  ଜାତୀୟ ରାଜପଥ ପାର୍ଶ୍ଵ ଛକ ମାନଙ୍କରେ ଆଲୋକିକରଣ କରାଯାଉଥିବା ବେଳେ ଏଠାରେ ମଧ୍ୟ କୌଣସି ଠିକାଦାରୀ ସଂସ୍ଥା ଜରିଆରେ ଆଲୋକୀକରଣ କରିବା ପାଇଁ ଖୁଣ୍ଟ ପୋତି ଦେଇ ଦାୟିତ୍ବ ତୁଟେଇ ଦେଇଛି ବିଭାଗ ।ଏହା ଦୁଇ ବର୍ଷରୁ ଉର୍ଦ୍ଧ୍ବ ବିତି ଯାଇଥିଲେ ମଧ୍ୟ ଏଲଇଡି ଲାଇଟ ଲାଗିପାରି ନ ଥିବାରୁ ଘନ ଅନ୍ଧକାର ରାଜୁତି କରୁଛି। ତେବେ ରାସ୍ତାରେ ପ୍ରତ୍ୟେକ ଦିନ ରାଜପଥ ଉପରେ ଛୋଟ ବଡ ଦୁର୍ଘଟଣା ସାଙ୍ଗକୁ ଚୋରୀ,ଡକାୟତି,ରାହାଜାନୀ ଓ ଛିନତାଇ ସହ ଅସାମାଜିକ କାର୍ଯ୍ୟକଳାପ ବଢିବାରେ ଲାଗିଛି ବୋଲି ସୂଚନା ମିଳିଛି।

ଅଟ୍ରି ଉଷ୍ଣ ପ୍ରସବଣ (କୁଆ କୁଣ୍ଡ)
ଖୁଣ୍ଟି ଉପୁଡ଼ି ପଡ଼ିଥିବlର ଦୃଶ୍ୟ

ଏପରିକି ରାସ୍ତାରେ  ଖୁଣ୍ଟ ଗୁଡ଼ିକ କମ ଗଭୀରତାରେ ପୋତା ହୋଇଥିବା ଯୋଗୁଁ ବର୍ଷା ଓ ପବନରେ ଦୁଇରୁ ତିନୋଟି ଉପୁଡ଼ି ପଡ଼ିଥିବାର ଦେଖିବାକୁ ମିଲୁଛି ବୋଲି ଅଭିଯୋଗକାରୀ ମାନେ ଦର୍ଶାଇଛନ୍ତି । ଅନ୍ୟ ପକ୍ଷରେ ରାସ୍ତାର ଆଲୋକୀକରଣ ପାଇଁ ବ୍ୟବହୃତ ହୋଇଥିବା କେବୁଲ ଲାଇନ ମଧ୍ୟ ଉପରକୁ ସମସ୍ତଙ୍କ ଦୃଷ୍ଟି ଗୋଚର ହେଉଛି।ଏହି ରାସ୍ତା ଦେଇ ପ୍ରତିଦିନ ଶହ ଶହ ସଂଖ୍ୟାରେ ଲଘୁ ଓ ଭାରିଯାନ,ଯାତ୍ରୀବାହୀ ବସ ଓ ପଥଚାରୀ ମାନେ ଯାତାୟାତ କରିଥାନ୍ତି । ଏଥିରେ ଜାତୀୟ ରାଜପଥ ବିଭାଗର ଅଧିକାରୀଙ୍କ ତଦାରଖ ଅଭାବରୁ ଏଭଳି କାର୍ଯ୍ୟ ହୋଇଛି ବୋଲି ଅଞ୍ଚଳର  ସମାଜସେବୀ ଆଲୋକ କୁମାର ପଣ୍ଡା,ମଧୁସୂଦନ ସୁବୁଦ୍ଧି,କୟୁମ ଖାଁ,ସାମ୍ବାଦିକ ଗଣେଶ୍ୱର ମହାପାତ୍ର ଓ ବିଜୟ କେତନ ପଣ୍ଡାଙ୍କ ସମେତ ବହୁ ଅଞ୍ଚଳବାସୀ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏହି ଆଲୋକୀକରଣ ବ୍ୟବସ୍ଥା ପାଇଁ ପ୍ରଶାସନିକ ଉଦାସୀନତା ଓ ତ୍ବରାନ୍ଵିତକୁ ନେଇ ସମାଜସେବୀ ସନ୍ତୋଷ କୁମାର ପଣ୍ଡା ଲୋକ ଅଦାଲତର ଆଶ୍ରୟ ନେଇଥିଲେ। ତେବେ ଏହି ଅଭିଯୋଗକୁ ଲୋକଅଦାଲତ ଗୁରୁତ୍ବର ସହ ବିଚାର କରି ବିଭାଗୀୟ ଅଧିକାରୀଙ୍କୁ ନୋଟିସ ମାଧ୍ୟମରେ ଆସନ୍ତା ମାସ ୨୫ ତାରିଖରେ ହାଜିର ହେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ବିଶ୍ଵ ପ୍ରସିଦ୍ଧ ସ୍ବାସ୍ଥ୍ୟ ପର୍ଯ୍ୟଟନ ସ୍ଥଳୀ, ଅଟ୍ରି , ବାଘମାରି

ଏତଦ ବ୍ୟତୀତ ବେଗୁନିଆ   ହେଉଛି ଏକ ବ୍ଲକ ହେଡକ୍ୱାଟର୍ସ ମଧ୍ୟ ଏବେ ବେଗୁନିଆ ବଜାରରୁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପର୍ଯ୍ୟନ୍ତ ରାସ୍ତା ଛଅ ମାସରୁ ଉର୍ଦ୍ଧ୍ବ ହେବ ରାତିରେ  ରାସ୍ତାକଡ ଲାଇଟ କେତେକ ଜଳୁ ନ ଥିବାରୁ ଘନ ଅନ୍ଧାର ମଧ୍ୟ ରାଜୁତି କରିବାରେ ଲାଗିଛି ।ଜାତୀୟ ରାଜପଥ ବିଭାଗ ଏହି ସମସ୍ୟା କୁ ଗୁରୁତତ୍ୱପୂର୍ଣ୍ଣ ସହ ବିଚାର କରି ଏହାର ଆଶୁ ସମାଧାନ କରିବା ପାଇଁ ଅଞ୍ଚଳ ବାସି ମତବ୍ୟକ୍ତ କରିଛନ୍ତି

ଏକାଦଶ ରୁଦ୍ର ପ୍ରଭୁ ବାବା ହଟ୍ଟକେଶ୍ୱର ପୀଠ, ଅଟ୍ରି, ବାଘମାରି

ବାଘମାରି ବଜାର ରାତ୍ରୀ ରେ ଘୋର ଅନ୍ଧକାରର ଚିତ୍ର
Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *