ଖୋର୍ଦ୍ଧା,୨୧।୫ : ପ୍ରାଣନାଥ ସୟଂଶାସିତ ମହାବିଦ୍ୟାଳୟ ର ସ୍ନାତକ ପାଠ୍ୟକ୍ରମ କଳା, ବାଣିଜ୍ୟ ଓ ବିଜ୍ଞାନ ବାର୍ଷିକ ପରୀକ୍ଷା ଫଳ ୨୦୨୨-୨୦୨୫ ଶିକ୍ଷା ବର୍ଷ ଫଳାଫଳ ବୁଧବାର ପ୍ରକାଶିତ ହୋଇଛି । ଚଳିତବର୍ଷ ୧୧୦୫ ବିଦ୍ୟାର୍ଥୀ ପରୀକ୍ଷା ଦେଇଥିବା ବେଳେ ୯୯୪ ଜଣ ପାସ କରିଛନ୍ତି। ପାସ ହାର ୯୦ ପ୍ରତିଶତ ରହିଛି ।

ବାଣିଜ୍ୟ ୮୨.୭ %, କଳାରେ ୯୦.୭ % ବିଜ୍ଞାନରେ ୯୬.୨%
ଚଳିତ ବର୍ଷ ଛାତ୍ରଙ୍କ ତୁଳନାରେ ଛାତ୍ରୀ ମାନେ ଆଗରେ ରହିଛନ୍ତି I ଛାତ୍ରୀ ପାସ ହାର ୯୪.୮ % ରହିଥବା ବେଳେ ଛାତ୍ରଙ ପାସ ହାର ୮୩.୮ ପ୍ରତିଶତ ରହିଛି ।
ବାଣିଜ୍ୟରେ ୩୫୨ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିଲେ । ସେଥୁରୁ ଜଣ ୨୯୧ ପାସ କରିଛନ୍ତି । ପାସହାର ୮୨.୭ ପ୍ରତିଶତ ରହିଛି । କଳା ରେ ୩୮୬ ଜଣ ପରୀକ୍ଷା ଦେଇଥିବା ବେଳେ ୩୫୦ ଜଣ ପାସ କରିଛନ୍ତି I ପାସ ହାର ୯୦.୭ ପ୍ରତିଶତ ରହିଛି I ବିଜ୍ଞାନରେ ୩୬୭ ଜଣ ପରୀକ୍ଷା ଦେଇଥିଲେ I ସେଥୁରୁ ୩୫୩ ଜଣ ପାସ କରିଛନ୍ତି I ପାସ ହାର ୯୬.୨ ପ୍ରତିଶତ ରହିଛି I
ବାଣିଜ୍ୟ ସମ୍ମାନରେ ଛାତ୍ରୀଅହମଦୁନ ନିଶା, କଳା(ଶିକ୍ଷା ସମ୍ମାନ) ରେ ମେହେରୁନ ନିଶା ଏବଂ ବିଜ୍ଞାନ ବିଭାଗରେ ଶିବାଂଶ ରଥ ଶ୍ରେଷ୍ଠ ସ୍ନାତକ ହୋଇଛନ୍ତି । ଏହି ଛାତ୍ର ମାନେ ଆସନ୍ତା ସାମ୍ବିସରିକ ଉତ୍ସବ-୨୦୨୬ରେ ସ୍ବର୍ଣ୍ଣ ପଦକରେ ସମ୍ମାନିତ ହେବେ । ଏତଦ୍ ବ୍ୟତୀତ ସର୍ବାଧକ ନମ୍ବର ରଖି ପଦାର୍ଥ ବିଜ୍ଞାନ ର ଛାତ୍ର ଶିବାଂଶ ରଥ ମହାବିଦ୍ୟାଳୟର ଶ୍ରେଷ୍ଠ ସ୍ନାତକ ହେବାର ଗୌରବ ଅର୍ଜନ କରିଛନ୍ତି ।
ଅନ୍ତିମ ପରୀକ୍ଷାର ୬ଗୋଟି ସେମିଷ୍ଟାର ପରୀକ୍ଷାର ମୋଟ ଫଳାଫଳକୁ ନେଇ ପ୍ରସ୍ତୁତ କରାଯାଇଥିବା କଲେଜ ଅଧ୍ଯକ୍ଷା ଡ ବିନ୍ଦୁଶ୍ରୀ ମିଶ୍ର ସୂଚନା ଦିଆଯାଇଛି ।
ବୁଧବାର କ୍ଯାମ୍ପସ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ କଲେଜ ପରିଚାଳନା କମିଟି ସଦସ୍ଯ ତଦା ପ୍ରାକ୍ତନ କୁଳପତି ମେଜର କ୍ଷୀରୋଦ ପ୍ରସାଦ ମହାନ୍ତି ମୁଖ୍ଯ ଅତିଥି ଭାବେ ଯୋଗଦେଇ ପିଲାଙ୍କ ଭବିଷ୍ୟତ ଉତ୍ତୋରତର କାମନା କରିଥିଲେ। କମିଟି ସଦସ୍ଯ ତଥା ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।
ପରୀକ୍ଷା ନିୟନ୍ତ୍ରକ ଡ. ନନ୍ଦିତା ଛୋଟରାୟ, ଡେପୁଟୀ ପରୀକ୍ଷା ନିୟନ୍ତ୍ରକ ପ୍ରଧ୍ଯାପକ ଉପେନ୍ଦ୍ର ବେହେରା, ପ୍ରଦୀପ୍ତ ମହାପାତ୍ର ଏବଂ କମିଟିର ସଦସ୍ୟ ପ୍ରଫେସର ଏବଂ ଙ୍କ ସମେତ କଲେଜର ସମସ୍ତ ଅଧ୍ୟାପିକା,ଅଧ୍ୟାପକ, ଛାତ୍ରୀଛାତ୍ର ଏବଂ ଅଭିଭାବକ ମାନେ ଯୋଗଦେଇଥିଲେ ।

Subha Khabar is now on Whatsapp
Join and get latest news update delivered to you via whatsapp
Join Now