ସହିଦ ହେଲେ ଅତିରିକ୍ତ ଏସ.ପି ଆକାଶ ରାଓ ଗିରପୁଞ୍ଜେ

ଛତିଶଗଡ :-ଛତିଶଗଡ଼ର ସୁକମା ଜିଲ୍ଲାର କୋଣ୍ଟା ଅଞ୍ଚଳରେ ନକ୍ସଲମାନଙ୍କ ଦ୍ୱାରା କରାଯାଇଥିବା ଏକ ଆଇଇଡି ବିସ୍ଫୋରଣରେ ଅତିରିକ୍ତ ଏସପି ଆକାଶ ରାଓ ଗିରପୁଞ୍ଜେ ସହିଦ। ଘଟଣା ପରେ ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ହସ୍ପିଟାଲକୁ ନିଆଯାଇଥିଲା, କିନ୍ତୁ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା। ଆକାଶ ରାଓ ଗିରପୁଞ୍ଜେଙ୍କ ସହିଦ ହେବା ଯୋଗୁଁ ସମଗ୍ର ପୋଲିସ ବିଭାଗରେ ଶୋକର ଛାୟା ଖେଳିଯାଇଛି। ବିସ୍ଫୋରଣରେ କୋଣ୍ଟା ପୋଲିସ ଷ୍ଟେସନ ଇନଚାର୍ଜ (ଟିଆଇ) ଏବଂ ଏସଡିପିଓ ମଧ୍ୟ ଆହତ ହୋଇଛନ୍ତି, ଯାହାଙ୍କ ଚିକିତ୍ସା ଚାଲିଛି। ପୋଲିସ ଦଳ ପାଟ୍ରୋଲିଂରେ ବାହାରିଥିବା ବେଳେ କୋଣ୍ଟା ପୋଲିସ ଷ୍ଟେସନ ଅଞ୍ଚଳରେ ଏହି ଘଟଣା ଘଟିଛି। ପୋଲିସ ଏବଂ ସୁରକ୍ଷା ବାହିନୀ ଅଞ୍ଚଳରେ ସର୍ଚ୍ଚ ଅପରେସନକୁ ଜୋରଦାର କରିଛନ୍ତି।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *