ଖୋର୍ଦ୍ଧା : – (ଶୁଭ ଖବର)ବୋଲଗଡ ବ୍ଲକ ଘୋରଡ଼ିଆ ଗ୍ରାମର ବିଛୁଆତି କବି ବ୍ରଜବନ୍ଧୁ ସାମନ୍ତରାୟ ଙ୍କ ସ୍ମୃତିଚାରଣ ସଭା ଗତକାଲି ସନ୍ଧ୍ୟାରେ ଏକାଦଶାହରେ ଅନୁଷ୍ଠିତ ହୋଇଯାଇଛି । ଅବସରପ୍ରାପ୍ତ କର୍ମଚାରୀ ସଙ୍ଘ ସହାୟତାରେ ଶିକ୍ଷାବିତ ହରିବନ୍ଧୁ ସାହୁ ଙ୍କ ସଭାପତିତ୍ୱରେ ବିଧାୟକ ପ୍ରଦୀପ କୁମାର ସାହୁ, ବିଜେପି ରାଜ୍ୟ ସମ୍ପାଦକ ଡ଼. ଯତୀନ ମହାନ୍ତି, କଂଗ୍ରେସ ବରିଷ୍ଠ ନେତା ପୃଥିବଲ୍ଲଭ ପଟ୍ଟନାୟକ , ବ୍ଲକ ଅଧକ୍ଷା ହୁଲାସ ପ୍ରଧାନ ସରପଞ୍ଚ ବିଜୟ ସେଠି ,ଐତିହାସିକ ରବୀନ୍ଦ୍ର ପରିଡା ,ଗୋପୀନାଥ ଖାଡ଼ଙ୍ଗା ,ପ୍ରଫୁଲ୍ଲ ମହାପାତ୍ର ସେବତୀ ପରିଡା ,ରଘୁନାଥ ଷଢଙ୍ଗୀ, ଶୁଭେନ୍ଦୁ ସାହୁ, ପ୍ରଦୀପ ବାରିକ ,ରଘୁନାଥ ଦଳବେହେରା ,ଅର୍ଜୁନ ମହାନ୍ତି ଅର୍ଜୁନ ବେହେରା ପ୍ରମୁଖ ଶତାଧିକ ବୁଦ୍ଧିଜୀବୀ ଓ କବିକବୟତ୍ରୀ ଯୋଗଦେଇ ସ୍ବର୍ଗତ ସାମନ୍ତରାୟ ଙ୍କ ଫଟୋ ଚିତ୍ରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ. ସ୍ବର୍ଗତ ଆତ୍ମାଙ୍କ ସଦଗତି ନିମିତ୍ତ ୨ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା. ଭକ୍ତ ଚରଣ ପଟ୍ଟନାୟକ ବେଦପାଠ କରିଥିଲେ.ସ୍ବର୍ଗତ ସାମନ୍ତରାୟ ଭଲ ଶିକ୍ଷକ ଥିଲେ. ଅବସରପରେ କବିତାଲେଖାରେ ମନ ବଳାଇଥିଲେ. ସେ ଜଣେ ଆଶୁ କବି ଥିଲେ. ବିଶେଷ କରି ବ୍ୟଙ୍ଗ କବିତା ଲେଖିବାରେ ଧୁରନ୍ଧର ଥିଲେ । ତେଣୁ ବିଛୁଆତି କବି ଭାବରେ ବିଭିନ୍ନ ଅନୁଷ୍ଠାନରୁ ସମ୍ବର୍ଦ୍ଧିତ ହୋଇଥିଲେ । ସେ ମଧ୍ୟ ସମାଜସେବୀ ଭାବରେ ବେଶ ପରିଚିତି ହାସଲ କରିଥିଲେ ପ୍ରତ୍ୟେକ ସାମାଜିକ କାର୍ଯ୍ୟକ୍ରମରେ ପ୍ରଥମେ ଯୋଗଦେଉଥିଲେ । ଏତଦବ୍ୟତିରେକ ସେ ଜଣେ ମେଳାପୀ ବନ୍ଧୁ ବତ୍ସଳ ଥିଲେ ।ତାଙ୍କର ବିୟୋଗରେ ବୋଲଗଡ ସାହିତ୍ୟ ସଂସଦ ଏକ ଅପୂରଣୀୟ କ୍ଷତି ଘଟିଲା ବୋଲି ମତ ପ୍ରକାଶ ପାଇଥିଲା. ପରିଶେଷରେ ବଡପୁତ୍ର ଗୁରୁକୃଷ୍ଣ ଦୁଃଖାନନ୍ଦ ସାମନ୍ତରାୟ ଧନ୍ୟବାଦ ଅର୍ପଣ କରିଥିଲେ ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now