ଭୁବନେଶ୍ୱର : ବହୁ ଚର୍ଚ୍ଚିତ ବିଦେଶ ଗସ୍ତ (ଜାପାନ, ଦକ୍ଷିଣ କୋରିଆ, ସିଙ୍ଗାପୁର, ଇଣ୍ଡୋନେସିଆ, ମାଲେସିଆ) ପରେ ଭୁବନେଶ୍ୱର ସାଂସଦ ଏବଂ ଜାତୀୟ ମୁଖପାତ୍ର ଅପରାଜିତା ଷଡ଼ଙ୍ଗୀ ଆସନ୍ତା ୭ ତାରିଖ ସକାଳ ୧୧ଟାରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ। ଏହି ଅବସରରେ, ବିମାନବନ୍ଦରରୁ ସଂସଦଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ସ୍ୱାଗତ ସମ୍ବର୍ଦ୍ଧନା ଶୋଭାଯାତ୍ରା ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ
ସାଂସଦ ଶ୍ରୀମତୀ ଷଡ଼ଙ୍ଗୀଙ୍କ ସମ୍ବର୍ଦ୍ଧନା ଶୋଭାଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ବିଜେପି ବିଧାୟକ ପ୍ରାର୍ଥୀ ପ୍ରକାଶ ଚନ୍ଦ୍ର ବିଜୁଳିଙ୍କ ଆବାହକତ୍ୱରେ ଭୁବନେଶ୍ୱର ସ୍ଥିତ ବାସଭବନ କାର୍ଯ୍ୟାଳୟ ଠାରେ ଅନୁଷ୍ଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବୋଲଗଡ଼ ବେଗୁନିଆ ନିର୍ବାଚନ ମଣ୍ଡଳୀରୁ ବହୁ ଛାମୁଆ କର୍ମୀ ମାନଙ୍କୁ ନେଇ ଆୟୋଜିତ କରାଯାଇଥିଲା ।ଏଥିରେ ବୋଲଗଡ଼ ବେଗୁନିଆ ନିର୍ବାଚନ ମଣ୍ଡଳୀରୁ ବିଜେପି ଦଳର ଶତାଧିକ କର୍ମୀ ସାମିଲ ହୋଇ ସ୍ବାଗତ ସମ୍ବର୍ଦ୍ଧନା ଶୋଭାଯାତ୍ରାକୁ ସଫଳ କରିବାପାଇଁ ଶ୍ରୀ ବିଜୁଳି ମତ ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ସାଂସଦ ପ୍ରତିନିଧି ତଥା ପୂର୍ବତନ ପିଚୁକୁଳି ମଣ୍ଡଳ ସଭାପତି ପ୍ରକାଶ କୁମାର ସାହୁ , ବୋଲଗଡ଼ ବ୍ଲକ୍ ସାଂସଦ ପ୍ରତିନିଧି ତଥା ବିଜେପି ଯୁବନେତା ମିଥୁନ ପାଇକରାୟ , ବିଜେପି ଜିଲ୍ଲା ଓବିସି ସାଧାରଣ ସମ୍ପାଦକ ଆର୍ତ୍ତବନ୍ଧୁ ପ୍ରଧାନ , ବେଗୁନିଆ ନିର୍ବାଚନ ମଣ୍ଡଳୀ ସଂଯୋଜକ ମନୋଜ କୁମାର ମହାପାତ୍ର , ବୋଲଗଡ଼ ବ୍ଲକ୍ ସଂଯୋଜକ ତଥା କାର୍ଯ୍ୟକାରୀ ସଦସ୍ୟ ସୁଦର୍ଶନ ଜେନା , ବିପିନ ପାଇକରାୟ , ସଞ୍ଜୟ ପ୍ରଧାନ , ସନ୍ତୋଷ କୁମାର ଶ୍ରୀଚନ୍ଦନ , ମନୋଜ ରଣସିଂହ ,ଭାସ୍କର ପ୍ରଧାନ ପ୍ରମୁଖ ଛାମୁଆ ବହୁ ବିଜେପି କର୍ମୀ ଯୋଗଦେଇଥିଲେ ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now