ଭୁବନେଶ୍ୱର : ସାମ୍ବାଦିକ ମାନଙ୍କର ବିଭିନ୍ନ ଦାବି ନେଇ ଓଡ଼ିଶାରେ ନୂତନ କରି ଗଠିତ ହୋଇଥିବା କଳିଙ୍ଗ ୟୁନୀୟନ୍ ଅଫ୍ ୱlର୍କିଙ୍ଗି ଯୋର୍ଣାଲିଷ୍ଟ ଆସୋସିଏସନର ପ୍ରତିଷ୍ଠା ଅବସରରେ ଭୁବନେଶ୍ବରସ୍ଥ ହୋଟେଲ ବାଲାଜୀ ଗ୍ରାଣ୍ଡ ଠାରେ ରାଜ୍ୟ କାର୍ଯ୍ୟକାରିଣୀର ଏକ ବୈଠକ ଅନୁଷ୍ଟିତ ହୋଇଥିଲା। ଏଥିରେ ସଂଘର ରାଜ୍ୟ ସଭାପତି ବରିଷ୍ଟ ସାମ୍ବାଦିକ ମନୋଜ ଦାସଙ୍କ ସଭାପତିତ୍ବରେ ଅନୁଷ୍ଟିତ ସଭାରେ ସଂଘର ବିଭିନ୍ନ ନୀତି ନିୟମ ସମ୍ପର୍କରେ ଆଲୋଚନା ହୋଇଥିଲା।
ଏଥିରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସମ୍ପାଦକ ରାଜ କିଶୋର ସ୍ବାଇଁ , କୋଷାଧ୍ୟକ୍ଷ ଦୁଃଶାସନ ସ୍ବାଇଁ , ସୁବାସ ଚନ୍ଦ୍ର ସ୍ବାଇଁ , ଜୟସେନ୍ ପରିଡ଼ା , ଜୟନ୍ତ କାନ୍ତ ରାଉତ , ଗଙ୍ଗାଧର ଦାଶ ପ୍ରମୁଖ ଯୋଗଦେଇ ସାମ୍ବାଦିକ ମାନଙ୍କର ସମସ୍ୟା ଉପରେ ବିଭିନ୍ନ ଦାବି ନେଇ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ଜିଲ୍ଲାର ଛପା ଗଣମାଧ୍ୟମ ଓ ବୈଦୁତିକ ଗଣମାଧ୍ୟମ ସାମାଜିକ ଗଣମାଧ୍ୟମ ପ୍ରତିନିଧି ମାନେ ଯୋଗଦେଇଥିଲେ । ବିଶେଷ କରି ଆଗାମୀ ଡିସେମ୍ବର ସୁଦ୍ଧା ଖୋର୍ଦ୍ଧା ଜିଲ୍ଲାରେ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ କରିବା ପାଇଁ ନିଷ୍ପତି ନିଆଯାଇଥିଲା। ଏହା ସହିତ ସାମ୍ବାଦିକ ମାନଙ୍କର ସୁରକ୍ଷା ଆଇନ , ୬୦ବର୍ଷରୁ ଉର୍ଦ୍ଧ କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ସରକାରୀ ଭାତା ପ୍ରଦାନ , ଗୃହହିନ ସାମ୍ବାଦିକ ମାନଙ୍କୁ ଗୃହ ଯୋଗାଇବା ଓ ପ୍ରତି ବ୍ଲକରେ ସାମ୍ବାଦିକ ସଂଘ କାର୍ଯ୍ୟାଳୟ ଖୋଲିବା ପାଇଁ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିବା ପାଇଁ ନିଷ୍ପତି ନିଆଯାଇଥିଲା।ଶେଷରେ ରାଜ୍ୟ ବରିଷ୍ଟ ଉପସଭାପତି ବିନାୟକ ମିଶ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ରାଜ୍ୟର ୨୪ଟି ଜିଲ୍ଲାର ଶତାଧିକ ରାଜ୍ୟ ସଂଘର ସଦସ୍ୟ ମାନେ ଯୋଗଦେଇଥିଲେ ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now