ବିଶ୍ବଶାନ୍ତି ପାଇଁ ସାଇକେଲ ଶୋଭାଯାତ୍ରା

ଖୋର୍ଦ୍ଧା: ୨୨/୫ (ଶୁଭ ଖବର)ଖୋର୍ଦ୍ଧା ସହର ନିକଟସ୍ଥ କେରଙ୍ଗ ମହମୁଦାବାଦ ଅହମଦୀୟା ମୁସଲିମ ଜମାତ ଆନୁକୁଲ୍ୟରେ ଆନ୍ତଃସଂଗଠନ ମଜଲିସ ଅନସାରୁଲ୍ଲା ତରଫରୁ ଏକ ସାଇକେଲ  ଶୋଭାଯାତ୍ରା Ride for Peace ଭୋର ୫:୩୦ରେ ମସଜିଦ ନାସର ଠାରୁ ବାହାରି ସାରୁଅ ରାଜପଥ ପର୍ଯ୍ୟନ୍ତ ଯାଇଥିଲା |  ଏହି ଶୋଭାଯାତ୍ରାକୁ ଜଇମ ଅନସାରୁଲ୍ଲା ଅଜିଜୁଲ୍ଲା ଖାନ ସଂଚାଳନ କରିଥିବା ବେଳେ ଖୋର୍ଦ୍ଧା ଓ ନୟାଗଡ ଜିଲ୍ଲା ସଭାପତି ସୈଫୁର ଅହମଦ ଏହାର ନେତୃତ୍ୱ ନେଇଥିଲେ |  ସ୍ଥାନୀୟ ମୌଲାନା ଶେଖ ଇଦ୍ରିସ ତଥା ମୋବଲ୍ଲିଗ ଇନଚାର୍ଜ ହଲିମ ଅହମଦ ଖାଁ ସମବେତ ପ୍ରାର୍ଥନା କରାଇ ଏହାର ଶୁଭାରମ୍ଭ କରିଥିଲେ | ଏହି ଶୋଭାଯାତ୍ରାରେ ଜିଲ୍ଲା ଯୁବ ସଂଗଠନର ସଭାପତି ସୋଲେମାନ ଅହମଦ, ସ୍ଥାନୀୟ ସଭାପତି ଇଦ୍ରିସ ଖାନ ଏବଂ ଇଂ. ରୌଶନ ଖାନଙ୍କ ସହିତ ୱଲିମୁଦ୍ଦିନ ଖାନ, ସଲାମତ ଖାନ, ୱସୀମ ଖାନ,ସଫିକୁଦ୍ଦିନ ଖାନ, ମଂଜୁର ଅହମଦ, ସଫିକତୁଲ୍ଲା ଖାନ ତଥା ଅନ୍ୟ ୩୦ ଜଣ ଅନସାର ସଦସ୍ୟ ସକ୍ରିୟ ଅଂଶଗ୍ରହଣ କରିଥିଲେ | ସେମାନେ ନିଜ ନିଜର ସାଇକେଲ ଆଗରେ ବିଭିନ୍ନ ପ୍ରକାର ଶାନ୍ତି ଓ ପ୍ରେମ ବାର୍ତ୍ତା ମୂଳକ ପ୍ଲାକାର୍ଡ ଧରି “Love for All, Hatred for None” ଏବଂ “Stop World War-3” ଇତ୍ୟାଦି ସ୍ଲୋଗାନମାନ ଦେଇଥିଲେ |  ଏହି ସାଇକେଲ ଶୋଭାଯାତ୍ରା ୧୦ କି. ମି. ରାସ୍ତା ଅତିକ୍ରମ କରିସାରି ଅତ୍ୟନ୍ତ ସଫଳତାର ସହିତ ଫେରିଥିଲା |

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *