ବେଗୁନିଆ:- (ଶୁଭ ଖବର)ବେଗୁନିଆ ବ୍ଲକ କଣ୍ଟାବାଡ ପଞ୍ଚାୟତ ଅନ୍ତର୍ଗତ ତଣ୍ଡାଳ ଗ୍ରାମର ବାବା ବିଶ୍ଵନାଥ ଦେବଙ୍କ ପବିତ୍ର ଶୀତଳ ଷଷ୍ଠୀ ଯାତ୍ରା ଉପଲକ୍ଷେ ବିଶ୍ଵନାଥ ଦେବ ନାଟ୍ୟ ସାଂସଦ ପକ୍ଷରୁ ଆୟୋଜିତ ଦୁଇ ଦିନ ଧରି ଚାଲିଥିବା ମୁକ୍ତମଞ୍ଚ ନାଟକ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି

।ଏଥିରେ ଅନୁଷ୍ଠାନର ସଭାପତି ହରିହର ସାହୁଙ୍କ ଅଧ୍ୟକ୍ଷତାରେ ପ୍ରଥମ ସନ୍ଧ୍ୟାରେ ଅତିଥିଭାବେ ସମାଜସେବୀ ପ୍ରଶାନ୍ତ କୁମାର ବେହେରା,ଡ଼ଃ ଶିଶିର କୁମାର ଆଚାର୍ଯ୍ୟ ଓ ମାନସ ରଞ୍ଜନ ଦାଶ ପ୍ରମୁଖ ଯୋଗଦେଇ ନାଟକ ଯୁବ ଗୋଷ୍ଠୀଙ୍କୁ ଶୃଙ୍ଖଳିତ ଭାବେ ଜୀବନ ଯାପନ କରିବାକୁ ଶିକ୍ଷା ଦେଇଥାଏ ବୋଲି ମତ ପ୍ରକାଶ କରିଥିଲେ।

ସେହିପରି ଦ୍ବିତୀୟ ସନ୍ଧ୍ୟା ରେ ଜିଲ୍ଲା ପରିଷଦ ସଭ୍ୟ ଅନାଦି ସାହୁ, ବେଗୁନିଆ ସମିତି ସଭ୍ୟ ପ୍ରକାଶ ଚନ୍ଦ୍ର ବଳିୟାରସିଂହ,ସମାଜସେବୀ ଶ୍ରୀନିବାସ ରାୟ, ବିଭୂତି ମହାନ୍ତି ଓ ଦିଲୀପ କୁମାର ପାଣିଗ୍ରାହୀ ପ୍ରମୁଖ ଅତିଥି ଭାବେ କାର୍ଯ୍ୟକ୍ରମରେ ଯୋଗ ଦେଇ ଥିବାବେଳେ କିଛି ସମୟ ପରେ ସେହି ମଞ୍ଚରେ ବିଧାୟକ ପ୍ରଦୀପ କୁମାର ସାହୁ ତାଙ୍କର ସମର୍ଥକ ଙ୍କ ସହ ଅପେକ୍ଷା କରି ବିଳମ୍ବ ହେଉ ପଛେ ମଞ୍ଚ ରେ ଯୋଗଦେଇ ଅନୁଷ୍ଠାନଉ କର୍ମକର୍ତ୍ତାଙ୍କୁ ଉତ୍ସାହିତ କରିଥିଲେ ।ଆୟୋଜକ ଅନୁଷ୍ଠାନ ବ୍ୟସ୍ତ ବହୁଳ କାର୍ଯ୍ୟକ୍ରମ ଭିତରେ ମାନ୍ୟବର ବିଧାୟକ ଆମ ଅନୁଷ୍ଠାନ କୁ ସମୟ ଦେଇଥିବାରୁ କୃତଜ୍ଞତା ଜଣାଇଥିଲେ ।ଉଭୟ ଗୋଷ୍ଠୀ ପାଇଁ ପୃଥକ୍ ସଭା ଆୟୋଜନ କରାଯାଇଥିଲା ଭଳି ମନେହେଉଥିଲା ।ସଭାର ପ୍ରାରମ୍ଭରେ ଅନୁଷ୍ଠାନର ସମ୍ପାଦକ ରଶ୍ମି ରଞ୍ଜନ ପଣ୍ଡା ବାର୍ଷିକ ବିବରଣୀ ପ୍ରଦାନ ପରେ ବିଭିନ୍ନ କ୍ଷେତ୍ରରେ ବ୍ୟକ୍ତି ବିଶେଷଙ୍କୁ ଅତିଥି ମାନେ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ। ପରେ ପୁଇଁଚା ଚନ୍ଦ୍ର ଅଭିଯାନ ନାଟ୍ୟ ସଂସଦ ପକ୍ଷରୁ “ସାତ ସୁରେ ବନ୍ଧା ଏ ଜୀବନ” ନାଟକ ପରିବେଷଣ ହୋଇଥିବା ବେଳେ ପ୍ରଥମ ରାତ୍ରରେ ସ୍ଥାନୀୟ ନାଟ୍ୟ ଅନୁଷ୍ଠାନ ତରଫରୁ ନାଟକ “ଅକୁହା କାହାଣୀ ଶୁଣିବ କିଏ” ମଞ୍ଚସ୍ଥ ହୋଇଥିଲା। ବିଧାୟକ ଶ୍ରୀ ସାହୁ ଙ୍କ ସମେତ ପ୍ରଥମ ପର୍ଯ୍ୟାୟ ରେ ଯୋଗଦେଇଥିବା ଅତିଥି ମାନେ ଆୟୋଜକ ଅନୁଷ୍ଠାନର ସଭ୍ୟ ମାନଙ୍କୁ ଧନ୍ୟବାଦ୍ ଜଣାଇଥିଲେ ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now