ଜଟଣୀ କ୍ରିକେଟ ଏକାଡେମୀ( ୧୬ ବର୍ଷ ରୁ କମ )ଟୁର୍ଣ୍ଣାମେଣ୍ଟ ପ୍ରିନ୍ସ କ୍ଲବ୍ ଭୁବନେଶ୍ୱର ଚମ୍ପିୟାନ

ଖୋର୍ଦ୍ଧା:- (ଶୁଭ ଖବର)ଜଟଣୀ କ୍ରିକେଟ ଏକାଡେମୀ ପକ୍ଷରୁ ୧୬ ବର୍ଷରୁ କମ ବର୍ଗର କ୍ରିକେଟ  ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି।ସ୍ଥାନୀୟ ଜଟଣୀ କଲେଜ ପଡିଆ ଠାରେ ଅନୁଷ୍ଠିତ ଏହି ଟୁର୍ଣ୍ଣାମେଣ୍ଟରେ ୮ ଟି ଦଳ ଭାଗ ନେଇଥିଲେ।ଫାଇନାଲ ପର୍ଯ୍ୟାୟରେ ପ୍ରିନ୍ସ କ୍ଲବ୍ ଭୁବନେଶ୍ୱର ଆର ଆର୍ କ୍ଲବ୍ ପିପିଲି କୁ ହରାଇ ଚମ୍ପିୟାନ ହୋଇଛି।ପ୍ରଥମେ ଟସ୍ ରେ ବିଜୟ ହୋଇ ପ୍ରିନ୍ସ କ୍ଲବ୍ ଭୁବନେଶ୍ୱର ନିର୍ଦ୍ଧାରିତ ୨୦ ଓଭର ରେ ୭ ୱିକେଟ ହରାଇ ୧୨୮ ରନ କରିଥିଲେ।ଜବାବରେ ପିପିଲି ଦଳ ୨୦ ଓଭର ରେ ୯ ୱିକେଟ ହରାଇ ମାତ୍ର ୮୪ ରନ କରିଥିଲେ।ଏହି ମ୍ୟାଚ୍ କୁ ୪୪ ରନ ରେ ଜିତି ପ୍ରିନ୍ସ କ୍ଲବ୍ ଚମ୍ପିୟାନ ଆଖ୍ୟା ଅର୍ଜନ କରିଥିବା ବେଳେ ଆର ଆର କ୍ଲବ୍ ପିପିଲି ରନର୍ସ ଅପ ହୋଇଛି।ପ୍ରିନ୍ସ କ୍ଲବ୍ ର ଦିପ୍ତାନ୍ସୁ ଦାସ ଙ୍କ ୮୦ ରନ ପାଇଁ ମ୍ୟାନ ଅଫ ଦି ମ୍ୟାଚ୍ ହୋଇଛନ୍ତି।ଏହି ମ୍ୟାଚ୍ କୁ ଜେ ପି ସାମନ୍ତରାୟ,ସ୍ମୃତିରଞ୍ଜନ ନାୟକ,ବିଶ୍ଵ ନାଧାମ ପରିଚାଳନା କରିଥିଲେ।


ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ ର କୋଷାଧ୍ୟକ୍ଷ ବିକାଶ ପ୍ରଧାନ ,ବିଶିଷ୍ଟ ଅତିଥିଭାବେ ଯୁବ ସମାଜସେବୀ ତଥା ବିଜୁ ଜନତା ଦଳ ର ଭୁବନେଶ୍ୱର ସାଂସଦ ପ୍ରାର୍ଥୀ କ୍ୟାପଟେନ ମନ୍ମଥ ରାଉତରାୟ, ସମ୍ମାନିତ ଅତିଥି ଭାବେ ଅଜିତ ସାମନ୍ତରାୟ ସ୍ଵତନ୍ତ୍ର ଅତିଥି ଭାବେ ଜଟଣୀ କ୍ରିକେଟ ଏକାଡେମୀ ର ସଚିବ ମନୋହର ମେଣ୍ଡାଲି,ସଭାପତି ବେଣୁଧର ଦାସ  ଯୋଗଦେଇ ଖେଳାଳି ମାନଙ୍କୁ ପୁରସ୍କୃତ କରିଥିଲେ।ଶ୍ରେଷ୍ଠ ବ୍ୟାଟର ଭାବେ ଦିପ୍ତାଂସୁ ଦାସ,ଶ୍ରେଷ୍ଠ ବୋଲର ଭାବେ ଜେମ୍ସ ଲିମା,ଶ୍ରେଷ୍ଠ ଫିଲ୍ଡର ଭାବେ ଆଦିତ୍ୟ ବର୍ଦ୍ଧନ, ଶ୍ରେଷ୍ଠ ୱିକେଟ ରକ୍ଷକ ଭାବେ ସରୋଜ ରାଣା ପୁରସ୍କୃତ ହୋଇଛନ୍ତି।କୌଶିକ ମହାନ୍ତି ମ୍ୟାନ ଅଫ ଦି ସିରିଜ ବିବେଚିତ ହୋଇଥିଲେ।

ଏହି ଟୁର୍ଣ୍ଣାମେଣ୍ଟ କୁ ଆୟୋଜକ ଭାବେ ସନ୍ଦୀପ କୁମାର ପାଇକରାୟ ଓ ସନ୍ତୋଷ କୁମାର ପଟ୍ଟନାୟକ ସଂଯୋଜନା କରିଥିଲେ।ଆଗାମୀ ଦିନରେ ଜଟଣୀ କ୍ରିକେଟ ଏକାଡେମୀ ତରଫରୁ ଓ ସି ଏ ସହାୟତାରେ ବିଭିନ୍ନ ବୟସ ବର୍ଗର ଟୁର୍ଣ୍ଣାମେଣ୍ଟର ଆୟୋଜନ କରାଯିବ ବୋଲି ବିକାଶ ପ୍ରଧାନ ତାଙ୍କ ଅଭିଭାଷଣ ରେ ପ୍ରକାଶ କରିଥିଲେ।କ୍ୟାପଟେନ ମନ୍ମଥ ରାଉତରାୟ ଜଟଣୀ କ୍ରିକେଟ ଏକାଡେମୀ ର ଏହି ଖେଳ ଆୟୋଜନ କୁ ପ୍ରଶଂସା କରିବା ସହ ଆୟୋଜକ ଙ୍କୁ କୃତଜ୍ଞତା ଜଣାଇଥିଲେ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *