ପଂଚାୟତ ସ୍ତରୀୟ କ୍ରିକେଟ ଲିଗ୍ ମ୍ୟାଚ ଉଦ୍ଘାଟିତ

ଖୋର୍ଦ୍ଧା:- (ଶୁଭ ଖବର)ବେଗୁନିଆ ବ୍ଲକ  ଦେଉଳି ପଂଚାୟତ ଅନ୍ତର୍ଗତ ଗୋଡ଼ା ଗ୍ରାମରେ ବାବା ଲୋକନାଥ ଦେବଙ୍କ କ୍ରିକେଟ କ୍ଲବ ପକ୍ଷରୁ ପ୍ରଥମ ବାର୍ଷିକ ପଂଚାୟତ ସ୍ତରୀୟ କ୍ରିକେଟ ଲିଗ୍ ମ୍ୟାଚ ଉଦଘାଟନ ହୋଇଛି।

ଏହି ଖେଳରେ ମୋଟ ୫ ଗୋଟି ଦଳ ଅଂଶ ଗ୍ରହଣ କରିଛନ୍ତି। ଆଜି ଦୁଇଟି ଲିଗ୍ ମ୍ୟାଚ ଅନୁଷ୍ଠିତ ହୋଇଥିବା ବେଳେ ୧୦ ଓଭର ବିଶିଷ୍ଟ ପ୍ରଥମ ଲିଗ୍ ମ୍ୟାଚଟି ଆଲଫା ଏକ୍ସଆଇ ଦଳ ଓ କିଙ୍ଗ ଏକ୍ସଆଇ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏହି ଖେଳରେ ଆଲଫା ଇଲେଭେନ ଦଳ ୧ ରନରେ ବିଜୟ ହାସଲ କରିଥିଲା। କାର୍ଯ୍ୟକ୍ରମକୁ ସ୍ଥାନୀୟ ସରପଂଚ ଅକ୍ଷୟ କୁମାର ରାଉତରାୟ ଅତିଥି ଭାବେ ଯୋଗ ଦେଇ ଖେଳକୁ ଉଦଘାଟନ କରିଥିଲେ । ଦ୍ଵିତୀୟ ଲିଗ୍ ମ୍ୟାଚ ମା ଜଟିଆଣି ୱାରିଅର ଓ ମହକାଳ ଇଲେଭେନ୍ ଦଳ ମଧ୍ୟରେ କ୍ରିକେଟ ଖେଳ ହୋଇଥିଲା। ଏଥିରେ ସୁପରଓଭର ସହାୟତାରେ ମା ଜଟିଆଣୀ ୱାରିଅର ବିଜୟ ହାସଲ କରିଛି । ଅମ୍ପାୟର ବିପିନ ସାମନ୍ତରାୟ ଓ ମାନସ କୁମାର ଗୁମାନସିଂହ ଖେଳକୁ ପରିଚାଳନା କରିଥିଲେ ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *