ଖୋରଧା: ୨୨/୦୫ – (ଶୁଭ ଖବର)ବୋଲଗଡ ବ୍ଲକ କାର୍ଯ୍ୟାଳୟ ସଭାଗୃହରେ ଦିବଂଗତ ବିତ୍ତ ଅଧିକାରୀ ବିଭୁ ପ୍ରସାଦ ମିଶ୍ରଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଛି. ବିଡିଓ ସୁମନ ସୁଧା କୁଣ୍ଡୁଙ୍କ ଆବାହକତ୍ୱରେ ଅଧକ୍ଷା ହୁଲାସ ପ୍ରଧାନ ଜିଲ୍ଲାପରିଷଦ ସଭ୍ୟ ସୁବାସ ଚନ୍ଦ୍ର ରାୟଗୁରୁ ପ୍ରମୁଖ ଯୋଗ ଦେଇ ପରଲୋକ ଗତ ଆତ୍ମାର ସଦଗତି କାମନା କରି ଫଟୋ ଚିତ୍ରରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ. ଏବିଡ଼ିଓ ରତିକାନ୍ତ ମିଶ୍ର ସ୍ବର୍ଗତ ମିଶ୍ରଙ୍କ ସମ୍ପର୍କରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ.ଅନ୍ୟ ମାନଙ୍କ ମଧ୍ୟରେ ବିଭାଗୀୟ ଅଧିକାରୀ ନରସିଂହ ମହାପାତ୍ର ବରିଷ୍ଠ ରାଜସ୍ବ ସହାୟକ ଆଲୋକ କୁମାର ଜେନା ତ୍ରିନାଥ ମହାରଣା ସିଦ୍ଧାର୍ଥ ସାହୁ ପ୍ରଭାତ ମହାପାତ୍ର ପ୍ରଶାନ୍ତ ମହାପାତ୍ର ଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଏଡିଓ କର୍ମଚାରୀ ମାନେ ଯୋଗ ଦେଇଥିଲେ. ସେ ଜଣେ ନିଷ୍ଠାପର ମିଷ୍ଟ ଭାଷୀ ବ୍ୟକ୍ତି ଥିଲେ. ମୂଖ କର୍କଟ ତାଙ୍କ ପାଇଁ ପ୍ରାଣଘାତି ହୋଇଥିଲା. ଫଳରେ ୫୩ବର୍ଷ ବୟସରେ ମୃତ୍ୟ ହୋଇଥିଲା. ପରିଶେଷରେ ସିପି ସଞ୍ଜୟ କୁମାର ସେନାପତି ଅମର ଆତ୍ମା ସଦଗତି ଲଭୁ ଆଶା କରି ଧନ୍ୟବାଦ ଅର୍ପଣ କରିଥିଲେ ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now