ଜୁନ ୧  ବିଶ୍ୱ ଅଭିଭାବକ ଦିବସ ଓ ବିଶ୍ଵ ଦୁଗ୍ଧ ଦିବସ

ବିଶ୍ୱ ଅଭିଭାବକ ଦିବସ:- ସାରା ବିଶ୍ୱରେ ‘ବିଶ୍ୱ ଅଭିଭାବକ ଦିବସ’ ପାଳନ କରାଯାଇଥାଏ। ୧୯୮୦ ଦଶକରେ ମିଳିତ ଜାତିସଂଘ ପରିବାର ସହ ଜଡ଼ିତ ପ୍ରସଙ୍ଗ ଉପରେ ଧ୍ୟାନ ଦେବା ଆରମ୍ଭ କରିଥିଲା। ୧୯୮୩ ମସିହାରେ ଅର୍ଥନୈତିକ ଏବଂ ସାମାଜିକ ପରିଷଦର ସୁପାରିସକୁ ଆଧାର କରି ସାମାଜିକ ବିକାଶ ଆୟୋଗ ବିକାଶ ପ୍ରକ୍ରିୟାରେ ପରିବାରର ଭୂମିକା ଉପରେ ନିଷ୍ପତ୍ତି ନେଇ ୯ ଡିସେମ୍ବର ୧୯୮୯ର ୪୪/୮୨ ରିଜୋଲ୍ୟୁଶନରେ ସାଧାରଣ ସଭା ୧୯୯୪ କୁ ପରିବାରର ଅନ୍ତର୍ଜାତୀୟ ବର୍ଷ ଭାବରେ ଘୋଷଣା କଲା। ୧୯୯୩ର ରିଜୋଲ୍ୟୁଶନ ୪୭/୨୩୭ରେ, ସାଧାରଣ ସଭା ସ୍ଥିର କଲା ପ୍ରତିବର୍ଷ ୧୫ ମେ’ ଅନ୍ତର୍ଜାତୀୟ ପରିବାର ଦିବସ ଭାବରେ ପାଳନ କରାଯିବ। ୨୦୧୨ରେ, ସାଧାରଣ ସଭା ମାତାପିତାଙ୍କ ସମ୍ମାନାର୍ଥେ ପ୍ରତିବର୍ଷ ୧ ଜୁନ୍‌କୁ ବିଶ୍ୱ ଅଭିଭାବକ ଦିବସ ଭାବେ ପାଳନ କରିବାକୁ ଘୋଷଣା କରିଥିଲା। ମାତାପିତାଙ୍କ ଭଲ ପାଇବାକୁ ସମ୍ମାନ ଜଣାଇ ଓ ସନ୍ତାନଙ୍କ ପାଇଁ ତାଙ୍କ ବଳିଦାନକୁ ମନେପକାଇ ତାଙ୍କ ନିମନ୍ତେ ଏହି ଦିନକୁ ପାଳନ କରାଯାଇଥାଏ।

. ବିଶ୍ୱ ଦୁଗ୍ଧ ଦିବସ:- ଦୁଗ୍ଧକୁ ଏକ ବିଶ୍ୱ ସ୍ତରୀୟ ଖାଦ୍ୟ ଭାବରେ ମହତ୍ତ୍ବ ପ୍ରଦାନ କରିବା ପାଇଁ ସଂଯୁକ୍ତ ରାଷ୍ଟ୍ର ଖାଦ୍ୟ ଏବଂ କୃଷି ସଂଗଠନ (FAO)ଦ୍ୱାରା ବିଶ୍ୱ ଦୁଗ୍ଧ ଦିବସର ପରିକଳ୍ପନା କରାଯାଇଥିଲା। ଏହି ଆନ୍ତର୍ଜାତୀୟ ଦିବସ ୨୦୦୧ ମସିହାଠାରୁ ପରଠାରୁ ପ୍ରତିବର୍ଷ ଜୁନ୍ ୧ ତାରିଖରେ ପାଳନ କରାଯାଇଆସୁଛି। ସେହି ବର୍ଷ ମଧ୍ୟରେ ବିଶ୍ୱର ଅନେକ ଦେଶ ଏକ ଦୁଗ୍ଧ ଦିବସ ପାଳନ କରିଆସୁଥିଲେ। ତେଣୁ ସେହି ବର୍ଷଠାରୁ ବିଶ୍ୱ ଦୁଗ୍ଧ ଦିବସ ପାଳନ କରାଯାଇ ଆସୁଛି।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *