ଖୋରଧା ମହିଳା ମହାବିଦ୍ୟାଳୟ ରେ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ

ଖୋର୍ଦ୍ଧା :- (ଶୁଭ ଖବର ) ଖୋରଧା ମହିଳା ମହାବିଦ୍ୟାଳୟ ଇତିହାସ ବିଭାଗ ତରଫରୁ ବିଭାଗୀୟ ମୁଖ୍ୟା ଶ୍ରୀମତୀ କବିତା କୁମାରୀ ସ୍ୱାଇଁ ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସଵ ଅନୁଷ୍ଠିତ ହୋଇଯାଇଛି  l

ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଉତ୍ତର ଓଡିଶା ବିଶ୍ଵବିଦ୍ୟାଳୟ ର ପ୍ରାକ୍ତନ କୂଳପତି ମେଜର କ୍ଷୀରୋଦ ପ୍ରସାଦ ମହାନ୍ତି, ସମ୍ମାନୀୟ ଅତିଥି ଭାବେ ପ୍ରାଣନାଥ ସ୍ୱୟଂଶାସିତ ମହାବିଦ୍ୟାଳୟ ର ଇତିହାସ ବିଭାଗ ମୁଖ୍ୟା ଶ୍ରୀମତୀ ଗୀତା ରାଣୀ ପାଢ଼ୀ,ମୁଖ୍ୟବକ୍ତା ଭାବେ ଶ୍ରୀଜଗନ୍ନାଥ ମହାବିଦ୍ୟାଳୟ କାଇପଦର ର ପ୍ରାକ୍ତନ ଅଧ୍ୟକ୍ଷ ଶ୍ରୀଯୁକ୍ତ ଅଶୋକ କୁମାର ରାୟସିଂହ ଯୋଗ ଦେଇ ‘ଅନନ୍ୟା’ କବିତା ଗ୍ରନ୍ଥ ଟିକୁ ଉନ୍ମୋଚିତ କରିଥିଲେ ଏବଂ କବିତା ମ୍ୟାଡ଼ାମ ଙ୍କର କୃତି ଓ କୀର୍ତ୍ତି ସମ୍ପର୍କରେ ଆଲୋଚନା କରିଥିଲେ l ଏହି ଆଲୋଚନାରେ ଭlଗ ନେଇଥିଲେ ଇତିହାସ ବିଭାଗ ଅଧ୍ୟାପକ ରମାକାନ୍ତ ପ୍ରଧାନ, ଅଧ୍ୟାପିକା ସୁଶ୍ରୀ କଳ୍ପନା ରଣା, ଓଡ଼ିଆ ବିଭାଗର ଅଧ୍ୟାପିକା ଶ୍ରୀମତୀ ସାନ୍ତ୍ୱନା ବେହେରା, କଳା ବିଭାଗର ମୁଖ୍ୟା ମନ୍ଦାକିନୀ ତ୍ରିପାଠୀ ବନ୍ତ ଆଞ୍ଚଳିକ ମହାବିଦ୍ୟାଳୟ ଭଦ୍ରକ ର ଇତିହାସ ବିଭାଗ ର କଲ୍ୟାଣ କୁମାର ରାଉତ ପ୍ରମୁଖ ଯୋଗଦେଇଥିଲେ l ସଭା ପରିଚାଳନା କରିଥିଲେ ଓଡ଼ିଆ ବିଭାଗର ଅଧ୍ୟାପକ ଡଃ ପ୍ରବୀଣ କୁମାର ମିଶ୍ର l ସଭାରେ ପୁରାତନ ଛାତ୍ରୀ ବୃନ୍ଦ ଓ ବର୍ତ୍ତମାନ +୩ ଇତିହାସ ବିଭାଗର ଛାତ୍ରୀ ବୃନ୍ଦ ଯୋଗଦେଇ ମ୍ୟାଡ଼ାମ ଙ୍କର ଗୁଣ ଗାରିମା ବର୍ଣ୍ଣନା କରିଥିଲେ l ତାଙ୍କର ଭବିଷ୍ୟତ ଜୀବନ ସାଇଙ୍କ କୃପାରୁ ଭଲରେ ଅତିବହିତ ହେଉ ବୋଲି ପ୍ରଭୁ ଙ୍କ ନିକଟ ରେ କାମନା କରିଥିଲେ l ପରିଶେଷରେ ଅଧ୍ୟାପିକା କଳ୍ପନା ରଣା ଧନ୍ୟବାଦ ଅର୍ପଣ କରିଥିଲେ l

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *