ନୟାଗଡ଼: ନିରୀହ ଅସହାୟ ବୃଦ୍ଧ୍ ଓ ବୃଦ୍ଧାମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ଜିଲ୍ଲା ଜଟଣୀ ନିକଟସ୍ଥ ରାଣୀପୁର ଠାରେ ଥିବା ବାପା ମା ସେବାଶ୍ରମ ଟ୍ରଷ୍ଟ ପକ୍ଷରୁ ଅନ୍ତେବାସୀଙ୍କ ପାଇଁ ଏକ ସେବାଶ୍ରମ ସମାଜ ସେବୀ ଗୌତମ ମହାରଣା ଙ୍କ ଦ୍ଵାରା କାର୍ଯ୍ୟକ୍ଷମ ରହିଥିବା ବେଳେ ନୟାଗଡ଼ ଜିଲ୍ଲାରେ ଏହି ସେବାଶ୍ରମ ର ପକ୍ଷରୁ ନୟାଗଡ଼ ଜିଲ୍ଲା ରଣପୁରରେ ସେବାଶ୍ରମର ଏକ ଶାଖା ଉଦଘାଟିତ ହୋଇଛି। ଏହି ସେବାଶ୍ରମରେ ଅସହାୟ ବୃଦ୍ଧ ବୃଦ୍ଧାଙ୍କ ସହିତ ଶିଶୁମାନଙ୍କ ପାଇଁ ମଧ୍ୟ ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ପ୍ରତିଷ୍ଠାତା ଗୌତମ କହିଛନ୍ତି। ଆଜିର ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ରାଣୀପୁର ସେବାଶ୍ରମର ସଭାନେତ୍ରୀ ଜ୍ୟୋତି ମହାରଣା, ମ୍ୟାନେଜର ଧୀରେନ୍ ଛୋଟରାୟ, ସମାଜସେବୀ ଦୀପକ ନାୟକ, ସୁଦୀପ୍ତ ସେଠୀ, ଚିତ୍ତରଞ୍ଜନ ବେହେରା, ଶୁଭଲକ୍ଷ୍ମୀ ସାମନ୍ତରା, ହାପି ବାବୁ, ତପନ ଭାଇ, ନଣ୍ଡା ବେହେରା, ରାହୁଲ ମହାରଣା, କାହ୍ନୁ ଚରଣ ମହାରଣା, ବାପିନା ସେଠୀ, ସଂଗ୍ରାମ ମହାରଣା, ସିବୁନା ପଣ୍ଡାଙ୍କ ସହିତ ଅନ୍ୟମାନେ ଉପସ୍ଥିତ ରହିଥିଲେ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now