ଖୋର୍ଦ୍ଧା : ୨୪/୦୫ – ରାଜ୍ୟରେ ସନ୍ଧ୍ୟାରେ ଅଦାଲତ ଚାଲିବ। କେବଳ ଓଡ଼ିଶା ନୁହେଁ, ସାରା ଦେଶରେ ସନ୍ଧ୍ୟାରେ ଫାଷ୍ଟଟ୍ରାକ୍ ଅଦାଲତ ଚଳାଇବା ପାଇଁ କେନ୍ଦ୍ର ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି। ସମ୍ପୂର୍ଣ୍ଣ ଭାବେ କେନ୍ଦ୍ରୀୟ ଅନୁଦାନରେ ଅଦାଲତ ପ୍ରତିଷ୍ଠା କରାଯିବ। ଏହି ଯୋଜନା ଲାଗୁ କରିବା ପୂର୍ବରୁ କେନ୍ଦ୍ର ସରକାରଙ୍କ ଆଇନ ମନ୍ତ୍ରଣାଳୟ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ମତାମତ ଲୋଡ଼ିଥିଲେ। ଫାଷ୍ଟଟ୍ରାକ୍ ଅଦାଲତ ଗୁଡ଼ିକରେ ଅବସରପ୍ରାପ୍ତ ଜିଲା ବିଚାରପତିଙ୍କୁ ନିଯୁକ୍ତି ଦିଆଯିବ। ମାସିକ ଦରମା ନିର୍ଦ୍ଧାରଣ କରି ଚୁକ୍ତିଭିତ୍ତିରେ ତିନିବର୍ଷ ପାଇଁ ନିଯୁକ୍ତି ଦିଆଯିବ। ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବା ଦ୍ବାରା ରାଜ୍ୟରେ ବିଚାର ପ୍ରକ୍ରିୟାକୁ ଅଧିକ ତ୍ବରାନ୍ବିତ କରାଯାଇ ପାରିବ ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now