ଖୋର୍ଦ୍ଧା, ୨୩/୫ ଭୁବନେଶ୍ୱର -ପୀତାପଲ୍ଲୀ ଜାତୀୟ ରାଜପଥ ସ୍ଥିତ “ଗାନ୍ଧୀ ବିଜ୍ଞାନ ମହାବିଦ୍ୟାଳୟ” ୨୦୧୪ ମସିହାରେ ଆରମ୍ଭ ହୋଇ, ଓଡିଶାରେ ଏକ ପ୍ରମୁଖ ଶିକ୍ଷାନୁଷ୍ଠାନ ଭାବରେ ପ୍ରତିଷ୍ଠା ଲାଭ କରିପାରିଛି। ଏହାର ନିଜସ୍ୱ କ୍ୟାମ୍ପସରେ ଉତ୍ତମ ଭିତ୍ତିଭୂମି ସହିତ ଗୁଣାତ୍ମକ ଶିକ୍ଷା ପ୍ରଦାନ କ୍ଷେତ୍ରରେ ଏହା ଵେଶ ପରିଚିତ। ଏହାର ମୁଖ୍ୟ ଉଦେଶ୍ୟ “ଗୁଣାତ୍ମକ ଶିକ୍ଷା ଓ ଉତ୍ତମ ସଂସ୍କାର”।

ଚଳିତବର୍ଷ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ +୨ ବିଜ୍ଞାନରେ ଏହି ମହାବିଦ୍ୟାଳୟର ଅପୂର୍ବ ସଫଳତା ଛାତ୍ରଛାତ୍ରୀ ତଥା ଅଭିଭାବକ ମଧ୍ୟରେ ଖୁସି ର ଲହରି ଖେଳାଇ ଦେଇଛି।

ଚଳିତ ବର୍ଷ ପରୀକ୍ଷାରେ ୩୨୬ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ସେଥିମଧ୍ୟରୁ ୩୨୧ ଜଣ ପ୍ରଥମ ଶ୍ରେଣୀରେ ରହିଥିବାବେଳେ ୧୦ ଜଣ ଖ୍ରୀତାକ୍ଷୀ ଓଝା, ସ୍ବପନାଶିଖା ପଳେଇ, ଜ୍ୟୋତିମଞ୍ଜରୀ ପ୍ରଧାନ, ସୌମ୍ୟ ପରିଡା , ବିଶ୍ୱଜିତ ସହୂ ଲଷ୍ମୀପ୍ରିୟା ସହୂ, ପ୍ରଭୁକଲ୍ୟାଣ ,ମନୋରଞ୍ଜନ ବେହେରା,ସ୍ନେହସ୍ମିତା ପଳେଇ, ରାକେଶ କୁମାର ମାଝୀ ୯୦% ରୁ ଉର୍ଦ୍ଧ ରଖିଛନ୍ତି। ୫୭ ଜଣ ଛାତ୍ରଛାତ୍ରୀ ୫୦୦ ମାର୍କରୁ ଉର୍ଦ୍ଧ, ୮୫ ଜଣ ଛାତ୍ରଛାତ୍ରୀ ୮୦% ରୁ ଅଧିକ ମାର୍କ ରଖି ଅନୁଷ୍ଠାନ ପାଇଁ ଗୌରବ ଆଣି ଦେଇଛନ୍ତି।

ଅନୁଷ୍ଠାନର ଅଧକ୍ଷ ଡଃ ଏସ. ଏସ. ମହାରଣା ଉକ୍ତ ସଫଳତା ପାଇଁ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଅଭିଭାବକ ମାନଙ୍କୁ ଅଭିନନ୍ଦନ, ଅନୁଷ୍ଠାନର ଅଧ୍ୟାପକ ଅଧ୍ୟାପିକା ତଥା ପରିଚାଳନା କମିଟି ସଦସ୍ୟ ଓ ସମସ୍ତ କର୍ମଚାରୀଙ୍କର ଅକୁଷ୍ଠ ସହଯୋଗ ଓ ନିଷ୍ଠା ପାଇଁ ଏହା ସମ୍ଭବ ହୋଇ ପାରିଛି।

Subha Khabar is now on Whatsapp
Join and get latest news update delivered to you via whatsapp
Join Now