ଖୋର୍ଦ୍ଧା :- ଖୋର୍ଦ୍ଧା ରୋଟାରୀ କ୍ଲବ ରେ ଓଡିଶା ସିନେ ୱାର୍କର୍ସା ଆସୋସିଏସନ୍ ତାରଫରୁ କଳାକାର ଉତ୍ସବ ମହାଡମ୍ବରରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବ ରେ ବେଗୁନିଆ ବିଧାୟକ ପ୍ରଦୀପ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ କଳାକାର ମାନଙ୍କ ପାଇଁ ଦିନଟିଏ ଓ ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିଥିଲେ, ଅନୁଷ୍ଠାନ ର ପ୍ରତିଷ୍ଠାତା ତଥା ସମ୍ପାଦକ ଡ଼. ପୂର୍ଣ୍ଣ ଚନ୍ଦ୍ର ବେହେରା କଳାକାର ମାନଙ୍କ ପାଇଁ ବିଭିନ୍ନ ଯୋଜନାରେ କଳାକାର ମାନେ ସାମିଲ ହୋଇ ରୋଜଗାର କରିପାରିବେ ଓ କଳାକାର ଙ୍କ ଜୀବନ ଶୈଳୀ ବିଷୟରେ ଆଲୋଚନା କରିଥିଲେ, ବର୍ତ୍ତମାନ ଦୁନିଆରେ କଳାକୁ ପେଷା ଭାବରେ ଗ୍ରହଣ କରି ସ୍ୱାଭିମାନ ସହିତ ବଂଚିପାରିବ ବୋଲି କହିଥିଲେ।।ବରିଷ୍ଠ କଳାକାର ତଥା ଅଭିନେତା କମଳ କୁମାର ଦାସ, କୃଷ୍ଣ ଚନ୍ଦ୍ର ପଟ୍ଟନାୟକ, କବୟିତ୍ରୀ ସଂଯୁକ୍ତା ବେହେରା ଓ ଖୋର୍ଦ୍ଧା ମମ୍ ଡ୍ୟାନ୍ସ ଗ୍ରୁପର କଳାକାର ମାନେ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ, କଳାକାର ସରୋଜିନୀ ଛାଟୋଇ, ଆକାଂକ୍ଷା ମହାପାତ୍ର, ଅଲିଭା ବେହେରା, ରଶ୍ମିତା ସୁବୁଦ୍ଧି, ଅର୍ଚନା ରାୟ, ଅଙ୍କିତା ସାମନ୍ତ, ଶ୍ରଦ୍ଧାଞ୍ଜଳି ସାହୁ, ସୁଦେଷ୍ଣା ପ୍ରିୟଦର୍ଶିନୀ, ଲିଲି ଛୋଟରାୟ ଅମ୍ରିତା ଛୋଟରାୟ,ସାଇଶ୍ରୀ ମହାପାତ୍ର, ସ୍ମୃତିରେଖା ସେଠୀ, ନମିତା ରଣା, ସସ୍ମିତା ସାହୁ, ସାଗରୀକା ନାୟକ, ଆୟାସା ସେନାପତି ନୃତ୍ୟ କଳା ପ୍ରଦର୍ଶନ କରିଥିଲେ ।ଗାୟତ୍ରୀ ପାଢ଼ୀ ଓ ଗୁରୁ ଉଷା ରାଣୀ ପାଇକରାୟ କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ, ଶେଷରେ କଳାକାର ଦିବସ ପାଇଁ ଉଦ୍ଧିଷ୍ଟ କେକ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ସାହୁ କାଟି କଳାକାର ମାନଙ୍କୁ ଖୁଆଇଥିଲେ ଓ ନୃତ୍ୟ ମାଧ୍ୟମରେ ଖୁସି ମନଇଥିଲେ, ଅନୁଷ୍ଠାନ ର ସମ୍ପାଦକ ସମସ୍ତ କଳାକାର ମାନଙ୍କୁ ଧନ୍ୟବାଦ ଦେଇଥିଲେ ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now