ଆଗାମୀ ଦିନରେ ଏହି ବ୍ୟାଚ ଆୟୋଜନ କରିବ ବିଭିନ୍ନ ଜନସେବା କାର୍ଯ୍ୟକ୍ରମ
ଖୋର୍ଦ୍ଧା,(୧୯/୦୧): ଖୋର୍ଦ୍ଧା ବରୁଣେଇ ପାହାଡ଼ ପାଦ ଦେଶରେ ବକ୍ସି ଜଗବନ୍ଧୁ ବିଦ୍ୟାଧର ଉଚ୍ଚ ବିଦ୍ୟାଳୟ ର ୧୯୯୩ ବ୍ୟାଚ ର ବନ୍ଧୁମିଳନ କାର୍ଯ୍ୟକ୍ରମ ସଫଳତା ସହ ଅନୁଷ୍ଠିତ ହୋଇଯାଇଛି।
ପ୍ରାୟ ୭୦ ରୁ ଉର୍ଦ୍ଧ ସହପାଠୀ ମାନଙ୍କୁ ନେଇ ଏହି ଉତ୍ସବ ପାଳିତ ହୋଇ ଯାଇଛି। କିଏ ଡାକ୍ତର ତ କିଏ ଇଞ୍ଜିନିୟର ତ ଆଉ କିଏ ଶିକ୍ଷକ ତ କିଏ ବ୍ୟବସାୟୀ, କିଏ ସେନାବାହିନୀ ରେ ତ କିଏ ରାଜନୀତି ରେ ଆଉ କିଏ କୃଷି ରେ ନିଜର ପାରଦର୍ଶିତା ଦେଖେଇଛନ୍ତି। କିନ୍ତୁ ନିଜର ବ୍ୟସ୍ତ ଜୀବନ ଭିତରୁ ମୂଲ୍ୟବାନ ସମୟ ପୁରୁଣା ବନ୍ଧୁ ମାନଙ୍କ ସହ ବିତେଇବା ସହ ବିଗତ ଦିନର ସ୍ମୃତିଚାରଣ ଏକ ନିଆରା ପରିବେଶ ସୃଷ୍ଟି କରିଥିଲା।
ସୁଧାଂଶୁ ରାଉତରାୟ,ବ୍ରିଜେଶ ପ୍ରଧାନ, ଅଜୟ ମହାରଣା, ନାଗଭୂଷଣ ଜେନା, ପ୍ରଶାନ୍ତ ପରିଡା, କୃଷ୍ଣ ଚନ୍ଦ୍ର ସ୍ୱାଇଁ ଏବଂ ଭାଗିରଥି ବଡ଼ଜେନା ପ୍ରମୁଖ ଏହି କାର୍ଯ୍ୟକ୍ରମ କୁ ସଫଳ କରିଥିବାରୁ ସମସ୍ତେ ଖୁସି ବ୍ୟକ୍ତ କରିଥିଲେ। ବିଭିନ୍ନ କାର୍ଯ୍ୟକ୍ରମ ଓ ଖେଳ ସହ ଭୋଜି ଭାତ ର ବ୍ୟବସ୍ଥା ହୋଇଥିଲା। ପୁରୁଣା ଶିକ୍ଷକ ମାନଙ୍କୁ ସମ୍ବର୍ଦ୍ଧନା ପ୍ରଦାନ ସହ ଆଗାମୀ ଦିନରେ ବି ଜେ ବି ହାଇସ୍କୁଲ ର କିପରି ଉନ୍ନତି ସାଧନ ହୋଇପାରିବ ଆଲୋଚନା ହୋଇଥିଲା।
ଆଗାମୀ ଦିନରେ ୧୯୯୩ ବ୍ୟାଚ ଦ୍ୱାରା ବିଭିନ୍ନ ଜନସେବା କାର୍ଯ୍ୟକ୍ରମ ତଥା ବୃକ୍ଷ ରୋପଣ, ରକ୍ତଦାନ ଶିବିର, ନିଃସହାୟ ଙ୍କୁ ବସ୍ତ୍ର ତଥା ଶୀତବସ୍ତ୍ର ବଣ୍ଟନ, ଗରିବ ଛାତ୍ର ଛାତ୍ରୀ ମାନଂକୁ ଆର୍ଥିକ ସହାୟତା ପ୍ରଦାନ ଉପରେ ଆଲୋଚନା କରାଯାଇ ଆଗାମୀ ବର୍ଷ କିପରି ଆହୁରି ସରସ ସୁନ୍ଦର ବନ୍ଧୁମିଳନ ହୋଇପାରିବ ସହମତି ପ୍ରକାଶ ପାଇଥିଲା। ବହୁ ପୁରୁଣା ବନ୍ଧୁ ମାନଙ୍କୁ ପାଖରେ ପାଇ ବହୁ ବନ୍ଧୁ ଭାବବିହ୍ୱଳ ହେବାର ଦେଖାଯାଇଥିଲା।
Subha Khabar is now on Whatsapp
Join and get latest news update delivered to you via whatsapp
Join Now