ଓଡିଶାରେ କନ୍ୟା ଅସୁରକ୍ଷିତ, ରାଜ୍ୟ ସରକାର ଘୋଷଣା କରୁଛନ୍ତି ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା

ଡବଲ ଇଂଜିନ ସରକାରରେ ମହିଳା ଅସୁରକ୍ଷିତ

ମହିଳା ସୁରକ୍ଷାରେ ୩୪ତମ ସ୍ଥାନରେ ଭୁବନେଶ୍ବର

ଭୁବନେଶ୍ବର, (୦୯/୦୧): – ରାଜ୍ୟର ଉପରମୁହାଁ ମହିଳା ବିରୋଧୀ ହିଂସା ରୋକିବାକୁ ଅସମର୍ଥ ରାଜ୍ୟ ବିଜେପି ସରକାର ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’ ଘୋଷଣା କରିଛନ୍ତି । ଏହି ଯୋଜନା କାର୍ଯ୍ୟକାରୀ କରିବା ସହ ରାଜ୍ୟର କନ୍ୟାମାନଙ୍କୁ ସୁରକ୍ଷା ପ୍ରଦାନ ପ୍ରଦାନରେ ସରକାର ପ୍ରାଥମିକତା ଦିଅନ୍ତୁ ବୋଲି ବିଜେଡି କହିଛି ।

ଆଜି ଏକ ପ୍ରେସ ବିବୃରି ମାଧ୍ୟ ମାଧ୍ୟମରେ ଦଳର ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ. ଲେନିନ ମହାନ୍ତି କହିଛନ୍ତି ଯେ, ଅବତାର ଗ୍ରୁପ୍ ଦ୍ବାରା ସଦ୍ୟ ପ୍ରକାଶିତ । ରିପୋର୍ଟ ‘ଟପ୍ ସିଟିଜ୍ ଫର୍ ୱମେନ୍ ଇନ୍ ଇଣ୍ଡିଆ’ରେ ଓଡିଶାର କୌଣସି ସହର ଶ୍ରେଷ୍ଠ ୨୫ ସହର ତାଲିକାରେ ସ୍ଥାନ ପାଇ ନାହିଁ । ୩୪ତମ ସ୍ଥାନରେ ଭୁବନେଶ୍ଵର ରହିଥିଲା ବେଳେ ରାଉରକେଲା ୪୨ତମ ସ୍ଥାନରେ ରହିଛି।

ରାଜ୍ୟର ମହିଳାମାନଙ୍କୁ ଶିକ୍ଷା, ସାସ୍ଥ୍ୟ, ଦକ୍ଷତା ବିକାଶ, ଜୀବନଜୀବିକା ସର୍ବୋପରି ସୁରକ୍ଷା ଓ ନିରାପତ୍ତା ଯୋଗାଇ ଦେବାରେ ରାଜ୍ୟ ସରକାର ସଂପୂର୍ଣ ବିଫଳ ହୋଇଛନ୍ତି । ରାଜ୍ୟରେ ଡବଲ ଇଂଜିନ ସରକାର ଆସିବା ପରେ, ମହିଳା ବିରୋଧୀ ହିଂସା ଲାଗି ଜାତୀୟ ତଥା ତଥା ଆନ୍ତର ଆନ୍ତର୍ଜାତୀୟ ସ୍ତରରେ ଓଡିଶା ନିନ୍ଦିତ ଓ ଅପମାନିତ ହୋଇଛି । ୧୫ ମାସରେ ରାଜ୍ୟରେ ୪୦, ୯୪୭ମହିଳା ବିରୋଧୀ ହିଂସା ସଂଗଠିତ ହୋଇଥ୍ ହୋଇଥୁଲା ବେଳେ ୪ ହଜାରରୁ ଉର୍ଦ୍ଧ୍ବ ଦୁଷ୍କର୍ମ ଘଟିଛି । ଏହି ପରିସଂଖ୍ୟାନ ଖୋଦ୍ ମୁଖ୍ୟମନ୍ତ୍ରୀ ଓଡିଶା ବିଧାନସଭାରେ । ଲିଖୁତ ଭାବେ ଉପସ୍ଥାପନ କରି କରିଛନ୍ତି । ଏହି ପରିସଂଖ୍ୟାନ ଓ ରିପୋର୍ଟରୁ ସ୍ପଷ୍ଟ ବାରି ହେଉଛି ଓଡିଶାରେ ନାରୀ ସୁରକ୍ଷିତ ନୁହଁ วิ

ଲୋକଦେଖାଣିଆ ଭାବେ ସରକାର ମହିଳାଙ୍କ ପାଇଁ ଯୋଜନା କରିବା ପରିବର୍ଭେ ମହିଳା ସୁରକ୍ଷା, ନିରାପତ୍ତା, ବିକାଶ ଓ ସଶକ୍ତି କରଣ ନିମନ୍ତେ ଆନ୍ତରିକତାର ସହ ରାଜ୍ୟ ସର ରକାର ଉଦ୍ୟମ କରନ୍ତୁ ବୋଲି ବିଜେଡି ଦାବି କରିଛି ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *