ଖୋର୍ଦ୍ଧା,(୦୮/୦୧):-:ବେଗୁନିଆ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଆୟୋଜନରେ ବିଦ୍ୟାଳୟ ଚକ୍ଷୁ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମର ଦୃଷ୍ଟି ପରୀକ୍ଷଣ ଶିବିର କଣ୍ଟାବାଡ ସ୍ଥିତ ନୀଳକଣ୍ଠ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇ ଯାଇଛି ।

ଉକ୍ତ ଶିବିର ରେ ପଙ୍ଗାରସିଂହ, କଣ୍ଟାବାଡ ଓ ପୋଡ଼ାଡିହ କ୍ଲଷ୍ଟରର ୧୯୨ ଜଣ ଛାତ୍ର ଛାତ୍ରୀଙ୍କ ଆଖି ପରୀକ୍ଷା କରାଇଥିଲେ । ଗୋଷ୍ଠୀ ସାଧନ କର୍ମୀ ରଞ୍ଜିତା ବେଉରା ଓ ରଶ୍ମିତା ସାହୁଙ୍କ ସହଯୋଗରେ ଖୋର୍ଦ୍ଧା ଚକ୍ଷୁ ବିଶେଷଜ୍ଞ ଡ ଅଜୟ କୁମାର ସିଂହ, ସହକାରୀ ଚକ୍ଷୁ ବିଶେଷଜ୍ଞ ସନାତନ ମିଶ୍ର , ଅମିଶା ମହାନ୍ତି, ସଞ୍ଜୀବ କୁମାର ବେହେରା ଚକ୍ଷୁ ପରୀକ୍ଷା କରିଥିଲେ ।

ବରିଷ୍ଠ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାସ୍କର ଲେଙ୍କାଙ୍କ ତତ୍ତ୍ଵାବଧାନରେ ପ୍ରଧାନ ଶିକ୍ଷକ ବିଜୟ କୁମାର ମହାପାତ୍ର, ମାନସ ସେଠୀ,ନାରାୟଣ ମାନସିଂହ ସହଯୋଗ କରିଥିଲେ l ଆଖି ପରୀକ୍ଷା ସମୟରେ ଔଷଧ ପ୍ରଦାନ କରଯାଇଥିଲା ଓ ପରେ ଚଷମା ଆବଶ୍ୟକ ଥିବା ପିଲାମାନଙ୍କୁ ପ୍ରଦାନ କରାଯିବ l ସୁରେନ୍ଦ୍ର ସାଏ ଦିବ୍ୟ ଦୃଷ୍ଟି ଯୋଜନା ଦ୍ବାରା ବିଦ୍ୟାଳୟସ୍ତରରେ ପିଲାମାନଙ୍କ ଆଖିର ଯତ୍ନ ନେଇହେବ ଏବଂ ଏହା ସ୍ୱାଗତ ଯୋଗ୍ୟ ପଦକ୍ଷେପ ବୋଲି ଡ଼ ସିଂହ ମତବ୍ୟକ୍ତ କରିଥିଲେ ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now