ସର୍ବଭାରତୀୟ ଓପନ କରାଟେ ରେ ମହମ୍ମଦ ଓକିଲ ଙ୍କ ସର୍ଣ୍ଣ ପଦକ ହାସଲ

ଖୋର୍ଦ୍ଧା ,(୦୭/୦୧):- ଭୁବେନେଶ୍ୱର ସ୍ଥିତ ଉତ୍କଳ କରାଟେ ସ୍କୁଲ ଠାରେ ସର୍ବଭାରତୀୟ କରାଟେ ପ୍ରତିଯୋଗିତାରେ ଖୋର୍ଦ୍ଧା ଅଞ୍ଚଳର ଛାତ୍ର ମହମ୍ମଦ ଓକିଲ ସ୍ଵର୍ଣ୍ଣ ପଦକ ହାସଲ କରିଥିବାରୁ ଖୋର୍ଦ୍ଧା ଏବଂ ତାର ଆଖ ପାଖ ଅଞ୍ଚଳରେ ଖୁସିର ଲହରି ଖେଳିଯାଇଛି । ଆୟୋଜିତ ସମ୍ବର୍ଦ୍ଧନା ସଭାରେ ବେଗୁନିଆ ବିଧାୟକ ପ୍ରଦୀପ କୁମାର ସାହୁ ତାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ।



ପ୍ରକାଶ ଯେ ଏହି ପ୍ରତିଯୋଗିତାରେ ଖୋର୍ଦ୍ଧା ଜ଼ିଲ୍ଲାରୁ ୬୪ ଜଣ ଅଂଶ ଗ୍ରହଣ କରିଥିବା ବେଳେ ଜ଼ିଲ୍ଲାର ମୁଖ୍ୟ ପ୍ରଶିକ୍ଷକ କୌଶି ଦୀପକ କୁମାର ସାମନ୍ତରାୟ ଙ୍କ ତତ୍ଵାବଧାନରେ ଏବଂ କୋଚ ସଂଗ୍ରାମ ନାଏକ,ସୋନାଲି ପାତ୍ର,ଦୀପଶିଖା ସାମନ୍ତରାୟ ଓ ଟିମ ମ୍ୟାନେଜର ପ୍ରତାପ କେଶରୀ ଜେନାଙ୍କ ସହଯୋଗରେ ପ୍ରତିଯୋଗୀମାନେ ନିଜର କ୍ୟାରେଟ୍ ପ୍ରଶିକ୍ଷଣ ସମ୍ପର୍କ ରେ  ଉପସ୍ଥାପନ କରିଥିଲେ ।ପ୍ରଥମ ବିଜେତା ସ୍ୱର୍ଣ୍ଣ, ଦ୍ୱିତୀୟ ରୌପ୍ୟ ଏବଂ ତୃତୀୟ ବିଜେତା କାଂସ୍ୟ ପଦକ ପାଇଥିବା ବେଳେ ମହମ୍ମଦ ଓକିଲ ସ୍ଵର୍ଣ୍ଣ ପଦକ ପାଇ ଖୋର୍ଦ୍ଧା ଅଞ୍ଚଳର ଟେକ ରଖିଛନ୍ତି ।

ମହମ୍ମଦ  ଓକିଲ ଖୋର୍ଦ୍ଧା ଶରଧାପୁର ନିବାସୀ ତାଙ୍କର ପିତା ଏମ ଡି ଜମିଲ ଓ ମାତା ରିହାନା ଖାତୁନ ଙ୍କ ଏକ ମାତ୍ର ସନ୍ତାନ । ମହମ୍ମଦ ଆଗକୁ ଆନ୍ତର୍ଜାତୀୟ ଖେଳରେ ଅଂଶ ଗ୍ରହଣ କରିବାକୁ ଯୋଜନା ରଖିଥିବା ପିତା ଏମ ଡି ଜମିଲ  ପ୍ରକାଶ କରିଛନ୍ତି ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *