ଯୁବକ ଙ୍କୁ ଦଳିଦେଲା ଦନ୍ତା: ଯୁବକ ମୃତ

୨୦ଲକ୍ଷ ଟଙ୍କା କ୍ଷତି ପୂରଣ ଦେବାକୁ ଦାବି କରିଛନ୍ତି ଅଞ୍ଚଳ ବାସି

ଖୋର୍ଦ୍ଧା :- ବେଗୁନିଆ ବ୍ଲକ୍ ଭୁଆସୁଣୀପାଟଣା ଗ୍ରାମରେ ଜଣେ ଯୁବକକୁ ଦଳି ଦେଲା ଦନ୍ତା। ମୃତ ଯୁବକ ଜଣକ ସେହି ଗ୍ରାମର ପ୍ରିୟବ୍ରତ ପରିଡ଼ା । ସେ ନିକଟ ପଡିଆକୁ ନିତ୍ୟକ୍ରମ ସାରିବାକୁ ଯାଇଥିବା ବେଳେ ଘନ କୁହୁଡି ଯୋଗୁଁ ଏଭଳି ଘଟଣା ଘଟିଥିବା ସୂଚନା।

ଅନ୍ୟପଟେ ବନ ବିଭାଗ ଘଟଣାସ୍ଥଳକୁ ଯାଇଥିବା ବେଳେ ଉତ୍ୟକ୍ତ ହୋଇ ସ୍ଥାନୀୟ ଲୋକ ବନ ବିଭାଗ ସହିତ ହୋହାଲ୍ଲା।

ବେଗୁନିଆ ପୋଲିସ , ଖୋର୍ଦ୍ଧା ବନ ବିଭାଗ ଓ ସ୍ଥାନୀୟ ବିଧାୟକ ପ୍ରଦୀପ କୁମାର ସାହୁ ପହଞ୍ଚି ଘଟଣାକୁ  କରୁଛନ୍ତି ଅନୁଧ୍ୟାନ ଓ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଛନ୍ତି । ମୃତକ ଙ୍କ ପରିବାର କୁ ୨୦ଲକ୍ଷ ଟଙ୍କା କ୍ଷତି ପୂରଣ ଦେବାକୁ ଦାବି କରିଛନ୍ତି ଅଞ୍ଚଳ ବାସି ।

ବେଗୁନିଆ ଅଞ୍ଚଳରେ ବାରମ୍ବାର ଏମିତି ଘଟଣା ଘଟୁଥିବା ଦେଖିବାକୁ ମିଳୁଛି । ଏହାଦ୍ବାରା ଲୋକଙ୍କ ଧନ ଜୀବନ ନଷ୍ଟ ହେଉଥିବା ଯୋଗୁଁ ଲୋକ ଆତଙ୍କିତ ଅବସ୍ଥା ରେ ରହୁଛନ୍ତି । ବନ ବିଭାଗ ଏହା ଦୃଷ୍ଟି ଦେଇ ମୃତକ ଙ୍କ ପରିବାର କ୍ଷତି ପୂରଣ ଦେବା ସହ ଏ ସମସ୍ୟା ର ସ୍ଥାୟୀ ସମାଧାନ କରିବାକୁ ଦାବି କରିଛନ୍ତି ସ୍ଥାନୀୟ ବିଧାୟକ ଓ ଅଞ୍ଚଳ ବାସି ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *