ଜାନକୀ ପାଢ଼ୀ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ପାଇକ ତିଗିରିଆ ଚମ୍ପିଆନ

ଖୋର୍ଦ୍ଧା, (୨୦/୧୨):- ୨୪ତମ ଜାନକୀ ପାଢ଼ୀ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ବୋଲଗଡ ଫ୍ରେଣ୍ରସ କ୍ଳବ ଆନୁକୂଲ୍ୟରେ ତଥା ବୋଲଗଡ଼ ମହୋତ୍ସବର ପ୍ରାକ୍ କାର୍ଯ୍ୟକ୍ରମ ଅଂଶ ବିଶେଷ ଭାବେ ଏହି ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି |

ଶନିବାର ଦିନ ଫାଇନାଲ ମ୍ୟାଚ୍ ଖୋର୍ଦ୍ଧା ଜିଲ୍ଲାର ପାଇକ ତିଗିରିଆ ଓ ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ଇଟାମାଟିର ଯଦୁମଣି କୁବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା I ଖେଳର ପ୍ରଥମାର୍ଦ୍ଧରେ ତିଆରିଆ ଦଳ ୨-୦ ଗୋଲରେ ଅଗ୍ରଣୀ ରହିଥିଲା । ୨ୟାର୍ଦ୍ଧରେ ଇଟାମାଟି ଦଳ ଗୋଟିଏଗୋଲ ପରିଶୋଧ କରିଥିଲାବେଳେ ପୁଣି ତିଗିରିଆଦଳ ଆଉ ଗୋଟିଏ ଗୋଲ ଦେଇ ଦଳକୁ ୩-୧ରେ ଅଗ୍ରଣୀ କରି ବିଜୟ ଲାଭ କରିଥିଲା । ଚମ୍ପିଆନ ପାଇକ ତିଗିରିଆଦଳକୁ ଆୟୋଜକ ଅନୁଷ୍ଠାନ ପକ୍ଷରୁ ରନିଂକପ ଓ ନଗଦ ପାଞ୍ଚହକାର ଟଙ୍କା , ରନର୍ସଅଫ ଇଟାମାଟି ଯଦୁମଣି କ୍ଳବକୁ ରନିଂକପ୍ ଓ ନଗଦ ତିନି ହଜାର ଟଙ୍କା ମୁଖ୍ୟଅତିଥି ସ୍ଥାନୀୟ ବିଧାୟକ ପ୍ରଦୀପ କୁମାର ସାହୁ ପ୍ରଦାନ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଅନ୍ୟତମ ସମ୍ମାନୀୟ ଅତିଥି ଭାବେ ସମବାୟ ବିତ ଲଲାଟେନ୍ଦୁ କେଶରୀ ସିଂ , ସଂସ୍କୃତିପ୍ରେମୀ ମନୋଜ କୁମାର ପଣ୍ଡା । ଖେଳକୁ ପରିଚାଳନା କରିଥିଲେ ମିର୍ଜା ସିରାଜୁଦ୍ଦିନ ବେଗ୍, ଚ଼ିତ୍ତରଞ୍ଜନ ପରିଡ଼ା , ସଞ୍ଜୟ ଫତେସିଂ , ବୈକୁଣ୍ଠ ମହାପାତ୍ର, ଫ୍ରେଣ୍ରେସ୍ କ୍ଲବର ସଭାପତି ଭଞ୍ଜ କିଶୋରଯତି , ଅଶ୍ୱିନି ପଟ୍ଟନାୟକ , ଜିତେନ୍ଦ୍ରମାର୍ଥା, ବୀରଦାସ ପ୍ରମୁଖ ଏହି ଟୁର୍ଣ୍ଣାମେଣ୍ଟକୁ ସଫଳତାର ସହ ଆୟୋଜନ କରିଥିଲେ ।

ଏହି ଅବସରରେ ଦିଶାଟ୍ରେଡ଼ର୍ସ ପକ୍ଷରୁ ଲଟେରୀ ଉଠାଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।ଏହି ଜାନକୀ ପାଢ଼ୀ ମେମୋରିଆଲ ଫାଇନାଲ ଫୁଟବଲ ଟୁର୍ଣ୍ଣାମେଣ୍ଟକୁ ଦେଖିବା ପାଇଁ ବୋଲଗଡ ବ୍ଲକ ଅଞ୍ଚଳରୁ ସହସ୍ରାଧିକ ଜନସାଧାରଣଙ୍କ ଭିଡ଼ ଜମିଥିଲା।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *