ରେଳପଥ ମାଧ୍ୟମରେ ରେ ହେଉଛି। ମାଦକ ଦ୍ରବ୍ୟ ଚୋରାଚାଲାଣ
ଚୋରାଚାଲାଣ ନେଟୱର୍କକୁ ଭାଙ୍ଗିବା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ପଦକ୍ଷେପ
କଟକ,(୨୦/୧୨):- ରେଳ ପଥ ମାଧ୍ୟମରେ ବେଆଇନ ନିଶା ଦ୍ରବ୍ୟ ଚୋରା ଚାଲାଣକାରୀଙ୍କ ବିରୁଦ୍ଧରେ ସରକାରୀ ରେଳବାଇ ଥାନା ପୋଲିସ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି । ଚଳିତ ବର୍ଷ ରେଳବାଇ ପୋଲିସ ୩୩୫୨ କେଜିରୁ ଅଧିକ ଗଞ୍ଜେଇ ଜବତ କରିଥିବା ବେଳେ ଏନଡିପିଏସ ମାମଲା ନିୟମ ଅନୁଯାୟୀ ଅଦ୍ୟାବଧି ମୋଟ ୨୦୦ଟି ମାମଲା ରୁଜୁ ହୋଇଥିବା ବେଳେ ୨୯୯ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଚଳିତ ବର୍ଷ ରେଳବାଇ ପୋଲିସ, କଟକ ୮୭ ଟି ମାମଲା ରୁଜୁ କରି ୧୪୮୯ କେଜିରୁ ଅଧିକ ଗଞ୍ଜେଇ ଜବତ ସହ ୧୧୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ସେହିପରି ରେଳବାଇ ପୋଲିସ, ରାଉରକେଲା ୧୧୩ ଟି ମାମଲା ରୁଜୁ କରି ୧୮୬୩ କେଜିରୁ ଅଧିକ ଗଞ୍ଜେଇ ଜବତ କରିଛି । ଏହା ସହ ଚୋରା ଚାଲାଣରେ ସମ୍ପୃକ୍ତ ଥିବା ୧୮୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସେହିପରି ୨.୬୧ ଗ୍ରାମ ବ୍ରାଉନ ସୁଗାର ଜବତ କରାଯାଇଛି ।

ଉଲ୍ଲେଖଯୋଗ୍ୟ ଯେ , ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତ ଝାଡ଼ଖଣ୍ଡ, ବିହାର, ଉତ୍ତର ପ୍ରଦେଶ, ରାଜସ୍ଥାନ, ଆନ୍ଧ୍ର ପ୍ରଦେଶ, କେରଳ, ମହାରାଷ୍ଟ୍ର ଏବଂ ଗୁଜୁରାଟ ରାଜ୍ୟର ବୋଲି ତଦନ୍ତ ସମୟରେ ପୋଲିସ ଜାଣିବାକୁ ପାଇଛି । ସମସ୍ତ ମାମଲାଗୁଡିକର ତଦନ୍ତ ଜାରି ରହିଛି ଏବଂ ଏହାର ପଛରେ ଥିବା ଚୋରାଚାଲାଣ ନେଟୱର୍କକୁ ଭାଙ୍ଗିବା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଛି।

ରେଳପଥକୁ ମାଦକ ଚୋରାଚାଲାଣରୁ ମୁକ୍ତ ରଖିବା ପାଇଁ ରେଳ ସୁରକ୍ଷା ବଳ (ଆରପିଏଫ) ଓ ସରକାରୀ ରେଳବାଇ ପୋଲିସ (GRP) ମଧ୍ୟରେ ଉପଯୁକ୍ତ ସମନ୍ୱୟ ରଖାଯାଇ କଠୋର ଯାଞ୍ଚ ଓ ନିରୀକ୍ଷଣ କରାଯାଉଛି । ରାଜ୍ୟର ବହୁ ଗୁରୁତ୍ଵପୂର୍ଣ୍ଣ ରେଳ ଷ୍ଟେସନ ଯଥା ଭୁବନେଶ୍ଵର, କଟକ, ସମ୍ବଲପୁର, ପୁରୀ, ରାଉରକେଲା ଆଦି ଷ୍ଟେସନରେ ଓ ପକ୍ଷରୁ ମିଳିତ ଅଭିଯାନ କରାଯାଉଛି । ଟ୍ରେନରେ ସନ୍ଦେହଜନକ ଅନୁଭବ ହେଉଥିବା ବ୍ୟାଗ/ପାର୍ସେଲ ତନ୍ନ ତନ୍ନ ଭାବେ ଯାଞ୍ଚ କରାଯାଇ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଉଛି । ଏହା ସହ ବିଭିନ୍ନ ସମୟରେ ସନ୍ଧାନୀ କୁକୁର ଦ୍ବାରା ଷ୍ଟେସନ୍ ଓ ଟ୍ରେନ ବଗି ମଧ୍ୟରେ ଯାଞ୍ଚ କରାଯାଉଛି । ସାଧାରଣ ଲୋକମାନଙ୍କୁ ମାଦକ ବିରୋଧୀ ଅଭିଯାନରେ ସହଯୋଗ କରିବା ଓ ସନ୍ଦେହଜନକ ଘଟଣା ସମ୍ପର୍କରେ ତୁରନ୍ତ ପୋଲିସକୁ ଜଣାଇବାକୁ ଅନୁରୋଧ କରାଯାଇଛି।

ରେଳପଥକୁ ମାଦକ ଦ୍ରବ୍ୟ ଚୋରାଚାଲାଣରୁ ମୁକ୍ତ ରଖିବା ପାଇଁ ଓଡ଼ିଶା ପୋଲିସ ପକ୍ଷରୁ ପ୍ରୟାସ ଜାରି ରହିଛି । GRP ଓ RPF ମଧ୍ୟରେ ସମନ୍ୱୟ ରଖାଯାଇ କଠୋର ଯାଞ୍ଚ ପ୍ରକ୍ରିୟା ଜାରି ରହିବ। ନିଶା ମାଫିଆଙ୍କ ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ ଗ୍ରହଣ କରାଯାଉଛି ଏବଂ ଅପରାଧରେ ଜଡିତ ଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରାଜ୍ୟ ଆରକ୍ଷୀ ମହାନିର୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ସୂଚନା ଦେଇଛନ୍ତି।
Subha Khabar is now on Whatsapp
Join and get latest news update delivered to you via whatsapp
Join Now