ଖୋରଧା,(୧୧/୧୨) :- ମଙ୍ଗଳା ନଗର ଠାରେ ଅବସ୍ଥିତ ବ୍ରହ୍ମାକୁମାରୀ ସେବାକେନ୍ଦ୍ର ପରିସରରେ ସଂସ୍ଥାର ଈଶ୍ଵରୀୟ ଜ୍ଞାନକୁ ୧୯୭୩ ମସିହାରେ ଉତ୍କଳ ଧରଣୀ ରେ ପ୍ରଥମ କରି ପ୍ରଦାନ କରିଥିବା ରାଜଯୋଗିନୀ ବ୍ରହ୍ମାକୁମାରୀ ଡ. କମଲେଶ ଦିଦିଜୀ ଙ୍କର ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି ।

ସେ ଦିବ୍ୟ ଆତ୍ମା ତା-୨୨.୧୧. ୨୦୨୫ରିଖ ପୂର୍ବାହ୍ନ ୧୦ ଘଟିକା ୪୦ ମିନିଟ୍ ସମୟରେ ୮୬ ବର୍ଷ ବୟସରେ କଟକ ଝାଞ୍ଜିରୀମଙ୍ଗଳା ସ୍ଥିତ ବ୍ରହ୍ମାକୁମାରୀ ସେବାକେନ୍ଦ୍ର ର ନିର୍ଦ୍ଦେଶିକା ଭାବେ କାର୍ଯ୍ୟରତ ରହି ନିଜର ପାର୍ଥିବ ଶରୀର ଛାଡ଼ି ପର ଲୋକ ଗମନ କଲେ ।ଏହି ଶ୍ରଦ୍ଧାଞ୍ଜଳି ସଭାରେ ମୁଖ୍ୟ ଅତିଥି ଭାବରେ ଖୋର୍ଦ୍ଧା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା (ଆଇ.ପି.ଏସ) ଯୋଗଦେଇ ଦିଦିଜୀ ଙ୍କର ମହିମା ର ଗୁଣଗାନ କରିଥିଲେ । ସମ୍ମାନିତ ଅତିଥି ଭାବରେ ଷଷ୍ଠ ରିଜର୍ଭ ବାଟାଲିୟନ ର କମଣ୍ଡାଣ୍ଟ ବସନ୍ତ କୁମାର ନାୟକ ଦିଦିଜୀ ଙ୍କୁ ଉତ୍କଳ ର ଆଧ୍ୟାତ୍ମିକ ଜନନୀ ବୋଲି ସମ୍ବୋଧନ କରିଥିଲେ। ଅଧ୍ୟାପକ ଗୋପାଳ କୃଷ୍ଣ ଦାସ ଦିଦିଜୀ ଙ୍କର ସ୍ନେହ ଓ ମମତା ବର୍ଣ୍ଣନା କରିଥିଲେ । ବରିଷ୍ଠ ଶଲ୍ୟ ଚିକିତ୍ସକ ଡାକ୍ତର ଅମିୟ ଜେନାମଣି ଦିଦିଜୀ ଙ୍କର ତ୍ୟାଗ, ତପସ୍ୟା ଓ ସେବା ବିଷୟ ରେ କହିଥିଲେ । ଏହି ସେବାକେନ୍ଦ୍ର ର ସଂଚାଳିକା ବ୍ରହ୍ମାକୁମାରୀ ଅନୁରାଧା ଭଉଣୀ ଦିଦିଜୀ ଙ୍କର ଅଙ୍ଗ ସଂଗ ର ପାଳନା ଶୁଣାଇଥିଲେ। ବ୍ରହ୍ମାକୁମାରୀ ରଶ୍ମି ଭଉଣୀ ଓ ବ୍ରହ୍ମାକୁମାରୀ କଳ୍ପନା ଭଉଣୀ ମଞ୍ଚାସୀନ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ,ତିଳକ,ଉତ୍ତରୀୟ ଓ ଈଶ୍ୱରୀୟ ଉପହାର ପ୍ରଦାନ କରିଥିଲେ ।

ଦିଦିଜୀ ଙ୍କର ସ୍ମୃତି ଉଦ୍ଦେଶ୍ୟରେ ଆରକ୍ଷୀ ଅଧିକ୍ଷକ ନିଜ ହସ୍ତ ରେ ଅସହାୟ ବ୍ୟକ୍ତି ଙ୍କୁ ଶୀତବସ୍ତ୍ର ପ୍ରଦାନ କରିବା ସହିତ ବୃକ୍ଷରୋପଣ କରିଥିଲେ। ବ୍ରହ୍ମାକୁମାର ଜୟକୃଷ୍ଣ ଭାଇ ଖୋର୍ଦ୍ଧା ସହରରେ ଦିଦିଜୀ ଙ୍କର ୪୧ ବର୍ଷ ର ଆଧ୍ୟାତ୍ମିକ ସେବାର ବିବରଣୀ ପାଠ କରିଥିଲେ ଏଵଂ ମଞ୍ଚ ପରିଚାଳନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ । ମଞ୍ଚାସିନ ଅତିଥି ମାନଙ୍କ ସହିତ ବିଭିନ୍ନ ଗ୍ରାମ ରେ ଥିବା ବ୍ରହ୍ମାକୁମାରୀ ପାଠଶାଳାରୁ ପ୍ରାୟ ୩୦୦ ଭାଇ ଭଉଣୀ ଏହି ସଭା ରେ ଯୋଗଦାନ କରି ଦିଦିଜୀଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now