ରୋଟାରୀ ପରିବାର ପକ୍ଷରୁ ଦୁଃଖୀ ରଙ୍କୀ ଙ୍କୁ କମ୍ବଳ ବଣ୍ଟନ

ଖୋର୍ଦ୍ଧା,(୯/୧୨):- ରୋଟାରୀ କ୍ଲବ ର ସଭାପତି ଶ୍ରୀକାନ୍ତ ନାୟକ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଦଧିମାଛଗାଡିଆ ର ନିର୍ମଳ ପଟ୍ଟନାୟକ ଓ ତାଙ୍କ ସହଯୋଗୀ ମାନଙ୍କ ଦ୍ବାରା ଅଭାବି ଲୋକମାନଙ୍କୁ କମ୍ବଳ ବଣ୍ଟନ କରାଯାଇଥିଲା l ଏହା ଏକ ସାଧାରଣ ଏବଂ ପୁନରାବୃତ୍ତି ସେବା ପ୍ରକଳ୍ପ ଯାହା ରୋଟାରୀ ପରିବାର ର ମୂଳମନ୍ତ୍ର “ନିଜ ଠାରୁ ଅଧିକ ସେବା” କୁ ପ୍ରତିପାଦନ କରେ l ଖୋର୍ଦ୍ଧା ସହର ଏବଂ ଏହାର ଆଖ ପାଖ ଅଞ୍ଚଳରେ ରେ ଅସହାୟ ପରିବାର ଗୁଡ଼ିକୁ ଶୀତ ପ୍ରକୋପ ରୁ ରକ୍ଷା କରିବା ପାଇଁ ଶୀତ ବସ୍ତ୍ର ବଣ୍ଟନ କରାଯାଇଥିଲା l ରୋଟାରୀ କ୍ଲବ ର ଉପ-ସଭାପତି ସୁଚିସ୍ମିତା ପରିଜା, ପୂର୍ବତନ ସଭାପତି ସୌର୍ଯ୍ୟ ରଂଜନ ମହାନ୍ତି, ନରସିଂହ ପ୍ରସାଦ ପଟ୍ଟନାୟକ, ସଂପାଦକ ସଞ୍ଜୟ ବର୍ମନ, ଅଜୟ ଅଗ୍ରୱାଲ ଏବଂ ରୋଟ୍ରାକ୍ଟ କ୍ଲବ ର ସଦସ୍ୟ ମାନେ ଉପସ୍ଥିତ ରହି ସହାୟତା କରିଥିଲେ l

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *