ପ୍ଲାଷ୍ଟିକ୍ ର ବ୍ୟବହାର କମାଇ ପରିବେଶକୁ ପ୍ରଦୂଷଣ ମୁକ୍ତ ରଖିବା

ଜିଲ୍ଲା ସ୍ତରୀୟ ବିଜ୍ଞାନ ମେଳା-୨୦୨୫ଅନୁଷ୍ଠିତ

ରାଷ୍ଟ୍ରୀୟ ଆବିଷ୍କାର ରେ ୬୬ ଟି (ଶିଶୁ)ବୈଜ୍ଞାନିକ ପ୍ରଦର୍ଶନୀରେ ୬୮ ଟି ପ୍ରକଳ୍ପ ସ୍ଥାନ ପାଇଥିଲା

ଖୋର୍ଦ୍ଧା,(୦୩/୧୨):-ଖୋର୍ଦ୍ଧା ଜିଲ୍ଲା ସଦର ମହକୁମାସ୍ଥ ବି.ଜେ.ବି. ଉଚ୍ଚ ବିଦ୍ୟାଳୟ ପରିସରରେ ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ଓ ବାଲ୍ (ଶିଶୁ)ବୈଜ୍ଞାନିକ ମେଳା ୨୦୨୫ ଅନୁଷ୍ଠିତ ହୋଇଯାଇଅଛି।



ଏହି ମେଳାରେ ଖୋର୍ଦ୍ଧା ଜିଲ୍ଲାର ୧୦ ଟି ବ୍ଲକ୍ ଓ ଭୁବନେଶ୍ୱର ମହାନଗର ନିଗମ କୁ ନେଇ ରାଷ୍ଟ୍ରୀୟ ଆବିଷ୍କାର ରେ ୬୬ ଟି ବିଜ୍ଞାନ ପ୍ରକଳ୍ପ ସ୍ଥାନ ପାଇଥିବା ବେଳେ ବାଲ୍ (ଶିଶୁ)ବୈଜ୍ଞାନିକ ପ୍ରଦର୍ଶନୀରେ ୬୮ ଟି ପ୍ରକଳ୍ପ ସ୍ଥାନ ପାଇଥିଲା। ଏହି ପ୍ରଦର୍ଶନୀ ମେଳା କୁ ଜିଲ୍ଲା ଶିକ୍ଷା ଅଧିକାରୀ ସୋନାମିକା ରାୟ ଶୁଭ ଉଦ୍ଘାଟନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଜ୍ଞା ପାରମିତା ଜେନା, ବିଜୟ କୁମାର ବେହେରା, ଓ ରଶ୍ମୀବାଳା ପରିଡା ପ୍ରମୁଖ ଅତିଥି ଭାବରେ ଯୋଗ ଦେଇ ଥିବା ବେଳେ ବାଣପୁର ବ୍ଲକର ଗୋଷ୍ଠି ଶିକ୍ଷା ଅଧିକାରୀ ସନାତନ ଜାଲି , ଖୋର୍ଦ୍ଧା ବ୍ଲକ ର ଗୋଷ୍ଠି ଶିକ୍ଷା ଅଧିକାରୀ ଯାଜ୍ଞସେନୀ ସାହୁ, ଖୋର୍ଦ୍ଧା ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ସରୋଜ କୁମାର ସିଂହ ଓ ବିଜେବି ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ବିଭୁ ପ୍ରସାଦ ସେନାପତି ପ୍ରମୁଖ ଯୋଗ ଦେଇଥିଲେ।



ଚଳିତ ବର୍ଷର ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ଓ ବାଲ୍ (ଶିଶୁ)ବୈଜ୍ଞାନିକ ମେଳା ର ମୁଖ୍ୟ ବାର୍ତ୍ତା “ଆମେ କିପରି ପ୍ଲାଷ୍ଟିକ୍ ର ବ୍ୟବହାର କମାଇ ପରିବେଶକୁ ପ୍ରଦୂଷଣ ମୁକ୍ତ ରଖିବା “ଉପରେ ବିଜ୍ଞାନ ଶିକ୍ଷକ ମାନଙ୍କୁ ନେଇ ଏକ ବିଜ୍ଞାନ ସେମିନାର ଅନୁଷ୍ଠିତ ହୋଇଥିଲା।



ଅପରାହ୍ନରେ ଉଦଯାପନୀ ଉତ୍ସଵରେ ମୁଖ୍ୟ ବକ୍ତା ଭାବେ ଜାତୀୟ ବିଜ୍ଞାନ ଓ ଶିକ୍ଷା ଗବେଷଣା ସଂସ୍ଥାନ (ନାଇଜର )ର ପଦାର୍ଥ ବିଜ୍ଞାନ ପ୍ରଫେସର ଡକ୍ଟର ତପନ ମିଶ୍ର ଯୋଗ ଦେଇଥିଲେ, ସମ୍ମାନିତ ଅତିଥି ଭାବରେ ଗୋଷ୍ଠି ଶିକ୍ଷା ଅଧିକାରୀ ବୋଲଗଡ଼ ପ୍ରମୋଦ କୁମାର ସ୍ବାଇଁ, ଜଟଣୀ ଗୋଷ୍ଠି ଶିକ୍ଷା ଅଧିକାରୀ ଯୋଗେଶ  ଚନ୍ଦ୍ର ସାମନ୍ତସିଂହାର , ବାଣପୁର ଗୋଷ୍ଠି ଶିକ୍ଷା ଅଧିକାରୀ ସନାତନ ଜାଲି , ବେଗୁନିଆ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାସ୍କର ଲେଙ୍କା,ଚିଲିକା ଗୋଷ୍ଠି ଶିକ୍ଷା ଅଧିକାରୀ ଦ୍ବାରିକାନାଥ ବେହେରା, ବାଲିପାଟଣା ଗୋଷ୍ଠି ଶିକ୍ଷା ଅଧିକାରୀ ପ୍ରଭାତ କୁମାର ରଥ, ବାଲିଅନ୍ତା ଗୋଷ୍ଠି ଶିକ୍ଷା ଅଧିକାରୀ ଭକ୍ତ ବତ୍ସଳ ମହାପାତ୍ର ଏବଂ ଗୋଷ୍ଠି ଶିକ୍ଷା ଅଧିକାରୀ, ଟାଙ୍ଗୀ ଗୋବିନ୍ଦ ଚନ୍ଦ୍ର ହେମ୍ବ୍ରମ  ଯୋଗ ଦେଇଥିଲେ।



ଏହି ଜିଲ୍ଲା ସ୍ତରୀୟ ବିଜ୍ଞାନ ମେଳାରେ ପ୍ରଥମ, ଦ୍ଵିତୀୟ, ତୃତୀୟ ସ୍ଥାନ ଅଧିକାର କରିଥିବା କୃତୀ ଛାତ୍ର ଓ ଛାତ୍ରୀ ମାନଙ୍କୁ ମାନପତ୍ର ସହ ଟ୍ରଫି ପ୍ରଦାନ କରଯାଇଥିଲା। ଏହି ମେଳାରେ ଓଷ୍ଟା ର ଜିଲ୍ଲା ସଂପାଦକ ସୁଧାକର ମହାପାତ୍ର , ଜୁନିଅର ରେଡକ୍ରସ୍ ଅଧିକାରୀ ତୋଫାନ କୁମାର ରାଉତରାୟ, ଜିଲ୍ଲା ଶାରୀରିକ ଶିକ୍ଷା ନିରୀକ୍ଷକ ଦିଲ୍ଲୀପ କୁମାର ମୁଦି,ପ୍ରଧାନ ଶିକ୍ଷକ ଗଣେଶ୍ୱର ମିଶ୍ର, ଅଜୟ କୁମାର ବରାଡ , ବିଚିତ୍ରାନନ୍ଦ ମହାନ୍ତି, ସନ୍ତୋଷ କୁମାର ମହାନ୍ତି,ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ର ଜିଲ୍ଲା ସଭାପତି ଅଗାଧୁ ସେଠୀ, କ୍ଲଷ୍ଟର ସାଧନ କେନ୍ଦ୍ର ସଂଜୋଜିକା ଓ ସଂଯୋଜକ ରେବତୀ ପଣ୍ଡା, ପ୍ରସନ୍ନ ମହାପାତ୍ର, ରବିନାରାୟଣ ପଣ୍ଡା, ପ୍ରଫୁଲ୍ଲ ବେହେରା, ରବିନାରାୟଣ ସାହୁ, କଳ୍ପନା ରାଉତ ଓ ବି ଜେ ବି ଉଚ୍ଚ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ଛାତ୍ର ଛାତ୍ରୀ, ଅଭିଭାବକ, ଗଣମାଧ୍ୟମ ପ୍ରତିନିଧି ବୃନ୍ଦ ପ୍ରମୁଖ ଯୋଗଦେଇଥିଲେ l

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *