ଖୋର୍ଦ୍ଧା,(୩୦/୧୧):- ଖୋରଧା ସାଜିଛି ନିଶା ବ୍ୟବସାୟୀଙ୍କ ଚର।ଭୂମି । ଏଠାରେ ନିଶା ମାଫିଆ ଙ୍କ ଟାର୍ଗେଟ ରେ ପୋଲିସ। ଜିଲ୍ଲାରେ ନିଶା ମାଫିଆ ଙ୍କୁ ସାବାଡ କରିବା ପାଇଁ ଏସପି ଙ୍କ ନିର୍ଦ୍ଦେଶରେ ଆଦର୍ଶ ଥାନା ପୋଲିସ ବିଶେଷ ସୂତ୍ର ରୁ ଖବରପାଇ ଖୋରଧା ଏସ ପି ବିବେକାନନ୍ଦ ଶର୍ମା ଙ୍କ ନିର୍ଦ୍ଦେଶ କ୍ରମେ ଏସ ଡି ପି ଓ ନିହାର ରଞ୍ଜନ ପ୍ରଧାନ ଓ ଆଦର୍ଶ ଥାନା ଅଧିକାରୀ ସଞ୍ଜୟ କୁମାର ନାୟକ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସବ ଇନ୍ସପେକ୍ଟର ସସ୍ମିତା ବେହେରାଙ୍କ ନେତୃତ୍ବରେ ଏକ ଟିମ୍ ଚଢ଼ାଉ କରି ଗୁରୁଜଙ୍ଗ ମହୋତ୍ସବ ପଡିଆ ରେ ଜଣେ ନିଶା ମାଫିଆ କୁ ବେପାର କରୁଥିବା ସମୟ ରେ ଗିରଫ କରି ୩୦ଗ୍ରାମ ବ୍ରାଉନ ଶୁଗାର ଜବତ କରିଛନ୍ତି।

ଏଥି ସହିତ ଅଭିଯୁକ୍ତ ଠାରୁ ବାଇକ୍, ମୋବାଇଲ, ୧୫୦୦ଟଙ୍କା ଜବତ କରି ଗିରଫ କରିଛି ଆଦର୍ଶ ଥାନା ପୋଲିସ । ଖୋର୍ଦ୍ଧା ଜିଲ୍ଲାରେ ବିଭିନ୍ନ ଥାନା ଅଞ୍ଚଳ ରେ ବ୍ରାଉନ ସୁଗାର କାରବାର ରେ ନୂଆ ନୂଆ ଯୁବକ ମାନେ ନିୟୋଜିତ ହେଉଛନ୍ତି। ସେ ସମ୍ପର୍କ ରେ ପୋଲିସ ର ଅନୁସନ୍ଧାନ ଜାରୀ ରଖିଛନ୍ତି ।

ଏହି ଟିମ୍ ରେ ଆଦର୍ଶ ଥାନା ର ଏ ଏସ ଆଇ ଗୋପବନ୍ଧୁ ରାଉତ, ହାବିଲଦାର ଏ ସାମନ୍ତରାୟ , କନେଷ୍ଟବଳ ,ପି କେ ସାହୁ, ଆର କେ ମୁଦୁଲି ଓ ନାରାୟଣ ନାୟକ ସାମିଲ ଥିଲେ ।

Subha Khabar is now on Whatsapp
Join and get latest news update delivered to you via whatsapp
Join Now