ରାଜସ୍ବ ଗ୍ରାମର ମାନ୍ୟତା ମିଳିବାର ୨୭ ବର୍ଷ ବିତିଯାଇଥିଲେ ମଧ୍ୟ ମିଳୁନି ପରିଚୟ
ବିଧାନସଭାରେ ସମସ୍ୟା ଉପସ୍ଥାପନ ହେବ ଓ ନିଶ୍ଚୟ ସମାଧାନ ହେବ ବୋଲି କହିଲେ ବିଧାୟକ
ଖୋର୍ଦ୍ଧା,(୨୮/୧୧):- ଖୋରଧା ଜିଲ୍ଲା ବେଗୁନିଆ ତହସିଲ ଅନ୍ତର୍ଗତ କଣ୍ଟାବାଡ ଗ୍ରାମ ପଞ୍ଚାୟତ ର କାଚରା ଗ୍ରାମ କୁ ୧୯୯୮ ମସିହା ରେ ମିଳିଲା ନୂତନ ରାଜସ୍ବ ଗ୍ରାମ ର ମାନ୍ୟତା । ଖୁସିରେ ବିଭୋର ହେଲେ କାଚରା ବାସୀ ମିଳିବ ସ୍ଵତନ୍ତ୍ର ସୁବିଧା ।ବନ୍ଦୋବସ୍ତ ରେ ସଂଶୋଧନ ହେଲା ମୌଜା। ମୂଳ ଗ୍ରାମ କଣ୍ଟାବାଡ ବଦଳ ରେ ଲେଖା ହେଲା କାଚରା । ରାଜସ୍ବ ଗ୍ରାମର ମାନ୍ୟତା ପରେ ୨୭ ବର୍ଷ ବିତିଯାଇଥିଲେ ମଧ୍ୟ ମିଳୁନି ଗ୍ରାମବାସୀ ଙ୍କୁ ପ୍ରକୃତ ପରିଚୟ । ରାଜସ୍ବ ବିଭାଗ ବ୍ୟତୀତ ଆଉ କୌଣସି ବିଭାଗ ରେ ନାହିଁ କାଚରା ର ନାମ ବୋଲି ଜଣାପଡିଛି ।

ଏପରିକି ସେମାନଙ୍କର ରାସନ୍ କାର୍ଡ, ଜବ କାର୍ଡ, କୃଷି ପରିଚୟ ପତ୍ର , ସ୍ବାସ୍ଥ୍ୟ କାର୍ଡ ଆଦି ରେ ରହିଛି କାଚରା ପରିବର୍ତ୍ତେ ମୂଳ ଗ୍ରାମ କଣ୍ଟାବାଡ ର ନା ।ସେଥିପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି ଗ୍ରାମବାସୀ ।ବାରମ୍ବାର ପ୍ରଶାସନ ର ଦ୍ବାରସ୍ଥ ହେଲେ ମଧ୍ୟ ମିଳୁନାହିଁ ସୁଫଳ ।

ସ୍ବାସ୍ଥ୍ୟ କାର୍ଡ ରେ ରହିଛି କାଚରା ପରିବର୍ତ୍ତେ ମୂଳ ଗ୍ରାମ ର ନାମ
ଗ୍ରାମବାସୀ ଙ୍କ ର ଭୋଟ ପରିଚୟ ପତ୍ର ଓ ଆଧାର କାର୍ଡ ରେ ରହିଛି ନିଜ ଗ୍ରାମ କାଚରାର ନାମ । ୨୦୧୪ ସାଧାରଣ ନିର୍ବାଚନ ରେ କାଚରା କୁ ମିଳିଲା ସ୍ଵତନ୍ତ୍ର ନିର୍ବାଚନ ବୁଥ ।ନିଜ ଗ୍ରାମରେ ନିଜ ର ମତ ସାବ୍ୟସ୍ତ କଲେ ଗ୍ରାମ ବାସୀ, ବାଛିଲେ ନିର୍ବାଚିତ ପ୍ରତିନିଧି, ଖୁସି କହିଲେ ନସରେ । ମାତ୍ର ଗ୍ରାମବାସୀ ମାନଙ୍କର ନିଜସ୍ଵ ପରିଚୟ ଭୋଟ ପରିଚୟ ପତ୍ର ଓ ଆଧାର କାର୍ଡ ବ୍ୟତୀତ ଆଉ ସବୁ କାଗଜ ରେ ରହିଛିସେହି ମୂଳ ଗ୍ରାମ କଣ୍ଟାବାଡ ।

ଏହି ଗ୍ରାମରେ ବିଦ୍ୟାଳୟ, ଅଙ୍ଗନବାଡ଼ି କେନ୍ଦ୍ର, କୋଠଘର, ରାସ୍ତା ରେ ଲାଗିଥିବା ନାମ ଫଳକ କାଚରା ନାମରେ ଥିବା ଦେଖିବାକୁ ମିଲିଛି ।

ରାଜସ୍ବ ବିଭାଗ ର ସମସ୍ତ ନଥିପତ୍ର, ଭୁଲେଖ ମ୍ୟାପ ଆଦିରେ କାଚରା ଥିବା ସତ୍ତ୍ବେ କାହିଁକି ମିଳୁନି ଗ୍ରାମବାସୀ ଙ୍କୁ ପ୍ରକୃତ ପରିଚୟ । ପ୍ରଶାସନ ର ବାରମ୍ବାର ଦ୍ବାରସ୍ଥ ହୋଇ ବିଫଳତା ପରେ ମାନ୍ୟବର ଉଚ୍ଚ ନ୍ୟାୟାଳୟ ର ଦ୍ୱାରସ୍ଥ ହେଲେ ସେହି ଗ୍ରାମର ଯୁବକ ନବ କିଶୋର ସାହୁ ।

ପରିଚୟ ପାଇଁ ଦାୟର କଲେ କେସ। ନ୍ୟାୟ ପାଇଁ ପକ୍ଷ କଲେ ସଚିବ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ, ଅତିରିକ୍ତ ନିର୍ଦ୍ଦେଶକ, ରାଜସ୍ବ ପରିଷଦ,କଟକ, ରାଜସ୍ବ ଆୟୁକ୍ତ, କଟକ, ଜିଲ୍ଲାପାଳ, ଖୋରଧା ଓ ତହସିଲଦାର, ବେଗୁନିଆ ଙ୍କୁ। ୧୯ ଅଗଷ୍ଟ ୨୦୨୫ ରେ ପ୍ରକାଶ ପାଇଲା ରାୟ । ଗ୍ରାମବାସୀଙ୍କ ପିଟିସନ ଆଧାରରେ ଜିଲ୍ଲାପାଳ ଖୋର୍ଦ୍ଧା ଙ୍କୁ ନିର୍ଦ୍ଦେଶ ଦେଲେ ମାନ୍ୟବର କୋର୍ଟ ,ରାୟ ପ୍ରକାଶ ପାଇବାର ୧୫ ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ, ମାତ୍ର ଇତି ମଧ୍ୟରେ ୧୦୦ଦିନ ବିତିଯାଇଥିଲେ ମଧ୍ୟ ହୋଇନି ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ କି ଆବେଦନକାରୀ ଙ୍କୁ ସୂଚନା ଦେବାପାଇଁ ନିର୍ଦ୍ଦେଶ ରେ ଉଲ୍ଲେଖ ଥିବାବେଳେ କୌଣସି ସୂଚନା ଦିଆଯାଇନାହିଁ ନବକିଶୋର ଙ୍କୁ । ବାରମ୍ବାର ବିଭାଗୀୟ ଅଧିକାରୀଙ୍କ ଦ୍ୱାରସ୍ଥ ହେଉଥିଲେ ମଧ୍ୟ ମିଳୁନି ସନ୍ତୋଷଜନକ ଉତ୍ତର ବୋଲି କହିଛନ୍ତି ନବକିଶୋର । ଯଦି ୧୫ ଦିନ ମଧ୍ୟରେ ଆମକୁ ଆମ ପରିଚୟ ନମିଳେ ଅଦାଲତ ଅବମାନନା କେସ ଦାୟର କରିବେ ବୋଲି କହିଛନ୍ତି ନବକିଶୋର ।

ଅପରପକ୍ଷରେ ଏ ନେଇ ସେ ମଧ୍ୟ ଭେଟିଛନ୍ତି ସ୍ଥାନୀୟ ବିଧାୟକ ପ୍ରଦୀପ କୁମାର ସାହୁ ଙ୍କୁ ଓ ଜଣାଇଛନ୍ତି ତାଙ୍କ ଗ୍ରାମବାସୀଙ୍କ ଅସୁବିଧା ବିଷୟରେ । “ଏହା ଏକ ସମ୍ବେଦନଶୀଳ ଘଟଣା ଏ ସମସ୍ୟା ନିଶ୍ଚୟ ସମାଧାନ ହେଵ। କାଚରା ବାସୀଙ୍କୁ ପ୍ରକୃତ ଠିକଣା ଖୁବ୍ ଶୀଘ୍ର ମିଳିବ ଓ ଏ ସଂକ୍ରାନ୍ତ ରେ ମୁଁ ବିଧାନ ସଭା ରେ ପ୍ରଶ୍ନ ଉପସ୍ଥାପନ କରି ସରକାରଙ୍କ ଦୃଷ୍ଟିଗୋଚର କୁ ଆଣିବି ପ୍ରଶାସନିକ ଅବହେଳା, ସମନ୍ଵୟ ଅଭାବ ଯୋଗୁ ପ୍ରକୃତ ଠିକଣା ରୁ ବଞ୍ଚିତ ଥିବା କାଚରା ବାସୀ ଖୁବ ଶୀଘ୍ର ପ୍ରକୃତ ପରିଚୟ ପାଇବେ ବୋଲି କହିଛନ୍ତି “।
Subha Khabar is now on Whatsapp
Join and get latest news update delivered to you via whatsapp
Join Now