ଖୋର୍ଦ୍ଧା ,(୨୭/୧୧):- ଖୋର୍ଦ୍ଧା ଉପକଣ୍ଠ କୁମାରବସ୍ତ ଖେଳପଡିଆ ଠାରେ ରାଇଜିଙ୍ଗଷ୍ଟାର କ୍ରିକେଟ କ୍ଲବ, କୁମାରବସ୍ତ ଆନୁକୂଲ୍ୟରେ ଲୋକନାଥଦେବ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ପ୍ରଥମ ମ୍ୟାଚରେ ଯାଆଁଳା ଦଳ ଯଦୁପୁର ଦଳ କୁ ୩ ୱିକେଟରେ ପରାସ୍ତ କରିଛି । ଯଦୁପୁର ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୫ ଓଭର ରେ ୪ ୱିକେଟ ହରାଇ ୧୬୪ ରନ୍ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ଏମ ଡି ତବ୍ରିଜ ୯୬ ରନ୍ ର ଏକ ସୁନ୍ଦର ପାରି ଖେଳିଥିଲେ।ଜବାବ ରେ ଯାଆଁଳା ଦଳ ୧୪.୪ ଓଭର ରେ ଆବଶ୍ୟକ ୧୬୭ ରନ୍ ସଂଗ୍ରହ କରି ବିଜୟୀ ହୋଇଥିଲା। ଦଳ ପକ୍ଷରୁ ସନ୍ତୋଷ ସ୍ୱାଇଁ ଧୂଆଁଧାର ୯୬ ରନ ସଂଗ୍ରହ କରି ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇ ଅତିଥି ସମାଜସେବୀ ଅବଦୁଲ ବାରି ଖାନ ଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିଲେ।

ଦ୍ଵିତୀୟ ମ୍ୟାଚ (ନନ ଆଧାର) ଟସ୍ ରେ ବିଜୟ ଲାଭ କରି କୁମାରବସ୍ତ ଦଳ ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତି ନେଇଥିଲା।ପ୍ରଥମେ ବ୍ୟାଟିଂ କରି କୁମାରବସ୍ତ ଦଳ ନିର୍ଦ୍ଧାରିତ ୨୦ ଓଭର ରୁ ସମସ୍ତ ୱିକେଟ ହରାଇ ୧୪୬ ରନ ସଂଗ୍ରହ କରିଥିଲେ।ଦଳ ପକ୍ଷରୁ ଟୁନୁ ଖଟୁଆ ୬୦ ରନ୍ ସଂଗ୍ରହ କରିଥିଲେ। ଜବାବରେ ମେଣ୍ଢାଶାଳ ଦଳ ନିର୍ଦ୍ଧାରିତ ୧୭ ଓଭର ରୁ ୩ ୱିକେଟ ହରାଇ ୧୫୦ ରନ୍ ସଂଗ୍ରହ କରି ବିଜୟୀ ହୋଇଥିଲା।ଦଳ ପକ୍ଷରୁ ମିଥୁନ ମଜୁମଦାର ୬୭ ରନ୍ ଓ ୩ ଟି ୱିକେଟ ନେଇ ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇ ସମାଜସେବୀ ଓ ବିହାରୀ ଲାଲ ଫାଇଟର୍ସ ର ୱନର ଅକ୍ଷୟ କୁମାର ଜେନା ଓ ଚିତ ରଞ୍ଜନ ବିଶ୍ୱାଳଙ୍କ ଠୁ ପୁରସ୍କାର ଗ୍ରହଣ କରିଥିଲେ।ଖେଳଟିକୁ ପରିଚାଳନା କରୁଥିଲେ ସାନୁଜ ବିଶ୍ୱାଳ ଓ ପ୍ରଦୋଷ ବଲିଆରସିଂ। ସ୍କୋରର ଦାୟିତ୍ଵରେ ପ୍ରକାଶ ସାହୁ,ଅଭିଜିତ ସାମନ୍ତରାୟ ଓ ସୂର୍ୟ ପ୍ରତାପ ଗଜେନ୍ଦ୍ର ଓ ତାରାପ୍ରସାଦ ରାଉତରାୟ ରହିଥିଲେ। ଭାଷ୍ୟକାର ଭାବେ ଅବ୍ୟକ୍ତ ହରିହର ଖାଡ଼ଙ୍ଗା,ପ୍ରଶାନ୍ତ ନାଟୁଆ ଓ ଅମୀୟ ପ୍ରଧାନ କାର୍ଯ୍ୟ କରିଥିଲେ। କାଜଲ ବଳିୟାର ସିଂ ମ୍ୟାଚ ରେଫରୀ ଦାୟିତ୍ଵ ତୁଲାଇଥିଲେ । ଆସନ୍ତା କାଲି ଏକ ଭେଟେରାନ ମ୍ୟାଚ୍ ଅନୁଷ୍ଠିତ ହେବ ।
ଆସନ୍ତା ଶନିବାର ତା ୨୯/୧୧/୨୫ ଦୁଇଟି ଫାଇନାଲ ମ୍ୟାଚ୍ (ଆଧାର) ରେ ପ୍ରଥମ ମ୍ୟାଚ୍ ଆଇ ଆର ବି ବନାମ ପଳାଶ ପୁର ଏବଂ (ମିନି ନନ ଆଧାର)ଦ୍ଵିତୀୟ ମ୍ୟାଚ ମୁକୁନ୍ଦ ପ୍ରସାଦ ବନାମ ଯାଆଁଳା ମଧ୍ୟରେ ଅନୁଷ୍ଠିତ ହେବ ବୋଲି ସମ୍ପାଦକ ଦୁର୍ଯ୍ୟୋଧନ ପରିଡା ଜଣାଇଛନ୍ତି।
Subha Khabar is now on Whatsapp
Join and get latest news update delivered to you via whatsapp
Join Now