ଖୋର୍ଦ୍ଧା,(୨୩/୧୧):- ଖୋର୍ଦ୍ଧା ଉପକଣ୍ଠ କୁମାରବସ୍ତ ଖେଳପଡିଆ ଠାରେ ରାଇଜିଙ୍ଗଷ୍ଟାର କ୍ରିକେଟ କ୍ଲବ କୁମାରବସ୍ତ ଆନୁକୂଲ୍ୟରେ ଲୋକନାଥଦେବ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ପ୍ରଥମ ମ୍ୟାଚରେ ଯାଆଁଳା ଦଳ ବଙ୍କୁଆଳ କୁ ୬ ୱିକେଟରେ ପରାସ୍ତ କରିଛି । ବାଙ୍କୁଆଳ ଦଳ ପ୍ରଥମେ ବ୍ୟାଟିଂ କରି ବ୍ୟାଟିଂ ବିପର୍ଯ୍ୟୟ ର ସମ୍ମୁଖୀନ ହୋଇ ଦଳ ନିର୍ଦ୍ଧାରିତ ୧୫ ଓଭର ରେ ୧୨୩ ରନ୍ କରି ଅଲଆଉଟ ହୋଇଯାଇଥିଲା। ଜବାବ ରେ ଯାଆଁଳା ଦଳ ୧୪ ଓଭର ରେ ଆବଶ୍ୟକ ରନ୍ ସଂଗ୍ରହ କରି ବିଜୟୀ ହୋଇଥିଲା। ଶ୍ରେଷ୍ଠ ଖେଳାଳି ବୀର ଅଭିମନ୍ୟୁ ଙ୍କୁ ସମାଜସେବୀ ସଂଗ୍ରାମ କେଶରୀ ସାମନ୍ତ ସିଂହାର ପୁରସ୍କୃତ କରିଥିଲେ।

ଦ୍ଵିତୀୟ ମ୍ୟାଚ (ନନ ଆଧାର) ଟସ୍ ରେ ବିଜୟ ଲାଭ କରି କଟକ ଦଳ ପ୍ରଥମେ ବୋଲିଙ୍ଗ କରିବାର ନିଷ୍ପତି ନେଇଥିଲା।ପ୍ରଥମେ ବ୍ୟାଟିଂ କରି କୁମାରବସ୍ତ ଦଳ ନିର୍ଦ୍ଧାରିତ ୨୦ ଓଭର ରୁ ୪ ୱିକେଟ ହରାଇ ୨୦୭ ରନ ସଂଗ୍ରହ କରିଥିଲେ।ଦଳ ପକ୍ଷରୁ ସୁଲେମାନ ୬୦ ରନ୍ ସଂଗ୍ରହ କରିଥିଲେ। ଜବାବରେ କଟକ ଦଳ ନିର୍ଦ୍ଧାରିତ ୨୦ଓଭର ରେ ୯ ୱିକେଟ ହରାଇ ୧୨୭ ରନ୍ ରେ ସିମିତ ରହିଥିଲା। କୁମାରବସ୍ତ ଏହି ମ୍ୟାଚ୍ କୁ ୮୦ ରନ୍ ରେ ଜିତି ନେଇଥିଲା। ଦଳ ପକ୍ଷରୁ ସୁଲେମାନ ୬୦ ରନ୍ ସଂଗ୍ରହ କରି ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇ ସମାଜସେବୀ ସନତ କୁମାର ଜେନା,ନରୋତ୍ତମ କହଲସିଂହ ଓ ଦିବ୍ୟସିଂହ ପାତ୍ର ଙ୍କ ଠୁ ପୁରସ୍କାର ଗ୍ରହଣ କରିଥିଲେ।ଖେଳଟିକୁ ପରିଚାଳନା କରୁଥିଲେ ସାନୁଜ ବିଶ୍ୱାଳ, ତୁଷାରକାନ୍ତ ସୁନ୍ଦରାୟ ଓ ପ୍ରଦୋଷ ବଳିଆର ସିଂହ। ସ୍କୋରର ଦାୟିତ୍ଵରେ ପ୍ରକାଶ ସାହୁ ଓ ସୂର୍ୟ ପ୍ରତାପ ଗଜେନ୍ଦ୍ର ରହିଥିଲେ। ଭାଷ୍ୟକାର ଭାବେ ଅବ୍ୟକ୍ତ ହରିହର ଖାଡ଼ଙ୍ଗା,ପ୍ରଶାନ୍ତ ନାଟୁଆ ଓ ଅମୀୟ ପ୍ରଧାନ କାର୍ଯ୍ୟ କରିଥିଲେ। କାଜଲ ବଳିୟାର ସିଂ ମ୍ୟାଚ ରେଫରୀ ଦାୟିତ୍ଵ ତୁଲାଇଥିଲେ ।
ଆସନ୍ତାକାଲି ସୋମବାର ପ୍ରଥମ ମ୍ୟାଚ୍ କୁମାରବସ୍ତ ବନାମ ମକୁନ୍ଦ ପ୍ରସାଦଏବଂ ଦ୍ଵିତୀୟ ମ୍ୟାଚ ଭୁବନେଶ୍ୱର ବନାମ ଅଟ୍ରି ମଧ୍ୟରେ ଅନୁଷ୍ଠିତ ହେବ ବୋଲି ସମ୍ପାଦକ ଦୁର୍ଯ୍ୟୋଧନ ପରିଡା ଜଣାଇଛନ୍ତି।
Subha Khabar is now on Whatsapp
Join and get latest news update delivered to you via whatsapp
Join Now