ନିଶା କୁ ନା : ବରିଷ୍ଠ ନାଗରିକ ମଞ୍ଚ

ଭୂତପୂର୍ବ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ଜୟନ୍ତୀ ପାଳନ

ଖୋର୍ଦ୍ଧା-୨୩|୧୧:- ଓଡ଼ିଶାର ଭୂତପୂର୍ବ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ଜୟନ୍ତୀ ପାଳନ ଅବସରରେ ବରିଷ୍ଠ ନାଗରିକ ମଞ୍ଚ, ଖୋର୍ଦ୍ଧା ତରଫରୁ  ଶତାଧିକ ସଦସ୍ଯଙ୍କ  ଶୋଭାଯାତ୍ରା ସହର ପରିକ୍ରମା କରି ନିଶାମୁକ୍ତ ପରିବାର ଗଠନ କରିବା ଉଦ୍ଦେଶ୍ଯରେ ଶ୍ରୀରାମ ନଗର ସ୍ଥିତ ମଞ୍ଚ କାର୍ଯ୍ଯାଳୟରୁ ଶୋଭାଯାତ୍ରା ବାହାରିଥିଲାକୁ ଜନସାଧାରଣଙ୍କୁ ନିବେଦନ କରିଥିଲେ। ।ଏହା ପୂର୍ବରୁ ସଭାଗୃହରେ ଆୟୋଜିତ ବୈଠକରେ ଋଷି ପ୍ରତିମ ଜନନେତାଙ୍କ ଫଟ ଚିତ୍ରରେ ଶ୍ରଦ୍ଧାସୁମନ ଅର୍ପଣ କରି  ନିଶାମୁକ୍ତ ଓଡ଼ିଶା ଗଠନ ନିମନ୍ତେ ତାଙ୍କ ପ୍ରୟାସ ରାଜ୍ୟବାସୀଙ୍କ ପାଇଁ ଆଜି ବଡ ଆହ୍ୱାନ ବୋଲି ସମ୍ପାଦକ ରାମଶଙ୍କର ପ୍ରକାଶ କରିଥିଲେ।

କେନ୍ଦ୍ର ଓ ରାଜ୍ଯ ସରକାରଙ୍କ ତରଫରୁ ଜନସଚେତନତା କାର୍ଯ୍ୟକ୍ରମ, ଶିକ୍ଷାନୁଷ୍ଠାନରେ ନିଶାମୁକ୍ତ ପରିବେଶ ସୃଷ୍ଟି ଉପରେ ଗୁରୁତ୍ବ ଦିଆଯାଉ ଥୁବା ବେଳେ ମଦ ପ୍ରସ୍ତୁତ କାରଖାନା ସଂଖ୍ୟା ଓ  ସରକାରଙ୍କ ଦ୍ବାରା ଲାଇସେନ୍ସ ପ୍ରାପ୍ତ ମଦ ଦୋକାନ ସଂଖ୍ୟା ପର୍ଯାୟକ୍ରମେ ପ୍ରତି ବର୍ଷ
କମାଇ ଚାଲିଲେ “ନିଶାମୁକ୍ତ ଭାରତ” ନାରା ବାସ୍ତବ ରୂପ ନେବ ବୋଲି ଜୟନ୍ତୀ ସଭାରେ  ବକ୍ତା ମାନେ ମତ ପ୍ରକାଶ ପାଇଥିଲା। ବରିଷ୍ଠ ନାଗରିକ ମଞ୍ଚର ସଦସ୍ଯ ବୃନ୍ଦ “ମାଦକଦ୍ରବ୍ଯ ମୁକ୍ତ ପରିବାର ଗଠନ” କରିବା ଦିଗରେ ଜନସଚେତନତା କାର୍ଯ୍ୟକ୍ରମକୁ ନିରବଛିନ୍ନ ଭାବେ କରିବାକୁ ସନ୍ତୋଷ କୁମାର ଦାସ, ରବିନ୍ଦ୍ର କୁମାର ସାହୁ, ହରମୋହନ ମହାପାତ୍ର, ନବୀନ ସାମନ୍ତସିଂହାର, ରତ୍ନାକର ରଣସିଂହ, ନବକିଶୋର ମହାପାତ୍ର, ଗଦାଧର ଗୋଛି,ଅଞ୍ଜନ କୁମାର ରାୟ, ବିପିନ ବିହାରୀ ମିଶ୍ର, ସତ୍ୟବ୍ରତ ଦାସ, ଗଗନ ବିହାରୀ ପାଣିଗ୍ରାହୀ, ମାୟାଧର ପ୍ରଧାନ,ବିଜୟ କୁମାର ପଣ୍ଡା ପ୍ରମୁଖ ଅନୁରୋଧ କରିଥିଲେ।




ରାଜ୍ଯ ଆର୍ଥିକ ପରିଚାଳନାକୁ ବିଶ୍ଲେଷଣ କରି ଅର୍ଥନୀତିଜ୍ଞ ଓ ସାମାଜିକ କର୍ମୀ ପ୍ରମାଣ କରି ସାରିଛନ୍ତି ଯେ ପ୍ରତିବର୍ଷ ରାଜ୍ଯ ସରକାର ଆଦାୟ କରୁଥୁବା ଅବକାରୀ ରାଜସ୍ବର ଦଶ ଗୁଣରୁ ଅଧିକ ଅର୍ଥ ନିଶାଗ୍ରସ୍ତ ବ୍ୟକ୍ତିଙ୍କ ଦ୍ବାରା ସୃଷ୍ଟି
ହେଉଥୁବା ନିଜସ୍ବ ସ୍ବାସ୍ଥ୍ୟଗତ ସମସ୍ୟା, ଆଇନ ଶୃଙ୍ଖଳ ଭଙ୍ଗ ଯୋଗୁଁ ସାମାଜିକ ସମସ୍ୟା, ଥାନା ଓ କୋର୍ଟରେ ବର୍ଦ୍ଧିତ କେଶ୍ ସଂଖ୍ୟା, ସଡକ ଦୁର୍ଘଟଣା, ନାରୀ ନିର୍ଯାତନା ହ୍ରାସ ଦିଗରେ ଅର୍ଥ ଖର୍ଚ୍ଚ କରୁଛନ୍ତି।  ନିଶାଗ୍ରସ୍ତ ଯୁବବର୍ଗ ଉଶୃଙ୍ଖଳ ହୋଇ ପଡିଲେ ସମାଜ ନଷ୍ଟ ହୋଇଯିବ।
ସଚେତନ ନାଗରିକ ବର୍ଗଙ୍କୁ ସାଥିରେ ସାମିଲ କରି ମିଳିତ ଭାବେ ବିଭିନ୍ନ ଅଞ୍ଚଳ ଓ ବର୍ଗରେ ଜନସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିବାକୁ ବରିଷ୍ଠ ନାଗରିକ ମଞ୍ଚ ତରଫରୁ ଅନୁରୋଧ କରାଯାଇ ଅଛି।।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *