ପ୍ରେମିକାର ତଣ୍ଟି କାଟିଦେଲା ପ୍ରେମିକ

ଭୁବନେଶ୍ଵର , (୨୩/୧୧):- ପ୍ରେମିକାର ତଣ୍ଟି କାଟିଦେଲା ପ୍ରେମିକ । ତଣ୍ଟି କାଟି ଲହୁ ଲୁହାଣ କଲା । ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ବୁଦ୍ଧ ପାର୍କ ନିକଟରେ ଅଭାବନୀୟ ଘଟଣା । ଯୁବତୀ ଜଣଙ୍କ ଆଉ ଜଣଙ୍କୁ ପ୍ରେମ କରୁଥିବା ନେଇ ସନ୍ଦେହ କରୁଥିଲା ପ୍ରେମିକ । ଆଜି ସକାଳୁ ଏ ନେଇ ବୁଦ୍ଧ ପାର୍କ ନିକଟରେ ଦୁହିଙ୍କ ଭିତରେ ଝଗଡା ହୋଇଥିଲା । ପରେ ଉତକ୍ଷିପ୍ତ ହୋଇ ପ୍ରେମିକାର ତଣ୍ଟି କାଟିଦେଇଥିଲା  ଯୁବକ ଜଣଙ୍କ । ଗୁରୁତର ଅବସ୍ଥାରେ ଯୁବତୀ ଜଣଙ୍କ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ପ୍ରେମିକ ଓ ପ୍ରେମିକା ଉଭୟଙ୍କ ଘର ଦାର୍ଜିଲିଂ ବୋଲି ଜଣାପଡିଛି । ବୁଦ୍ଧ ପାର୍କ ନିକଟରେ ଉଭୟ ମୋମୋ ଦୋକାନ ଦେଇଥିଲେ । ଅଭିଯୁକ୍ତ ପ୍ରେମିକ ଜଣଙ୍କୁ ଲୋକେ କାବୁ କରି ପୋଲିସ ଜିମା ଦେଇଛନ୍ତି ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *