ଖୋର୍ଦ୍ଧା-୧୬/୧୧-ଜାତୀୟ ପ୍ରେସ ଦିବସ ଉପଲକ୍ଷେ ଜିଲ୍ଲା ପ୍ରେସ କ୍ଲବ ପକ୍ଷରୁ ସାମ୍ବାଦିକ ଭବନ ଠାରେ ଏକ ଆଲୋଚନା ଚକ୍ର ର ଅୟୋଜନ ସହିତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଅଛି l

ଖୋର୍ଦ୍ଧା ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ଲକ୍ଷଣ କୁମାର ବେହେରା ଏହାକୁ ଆନୁଷ୍ଠାନିକ ଭାବରେ ଉଦଘାଟନ କରିବା ସହିତ ଜିଲ୍ଲା ଏଭଳି କାର୍ଯକ୍ରମ କୁ ଭୂୟସୀ ପ୍ରଶଂସା କରିଥିଲେ l

ଜିଲ୍ଳା ପ୍ରେସ କ୍ଳବ ର ସଭାପତି ଶୁଭ୍ରାଂଶୁ ରଂଜନ ସାମନ୍ତରାୟ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟ ଅତିଥିଭାବେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା , ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ରୂପଶ୍ରୀ ରାଣୀ ଗୁମାନସିଂହ, କର୍ଣ୍ଣେଲ ଅରୁଣ କୁମାର ରାଉତରାୟ,ବରିଷ୍ଠ ଆଇନଜୀବୀ ଶକ୍ତି ଶଙ୍କର ମିଶ୍ର ଯୋଗ ଦେଇଥିବାବେଳେ ନିଜ ନିଜ ବକ୍ତବ୍ୟ ରେ ଗଣତନ୍ତ୍ର ର ଚତୁର୍ଥ ସ୍ତମ୍ଭ କୁହାଯାଉଥିବା ଗଣମାଧ୍ୟମ ର ଭୂମିକା କୁ ଉଚ୍ଚ ପ୍ରଶଂସା କରିବା ସହିତ ସତ୍ୟ, ନିର୍ଭିକ ସମ୍ବାଦ ପରିବେଷଣ କରିବା ଉପରେ ଗୁରୁତ୍ଵାରୋପ କରିଥଲେ l

ଜିଲ୍ଲା ପ୍ରେସ କ୍ଲବ ର ସଭାପତି ଶ୍ରୀଯୁକ୍ତ ସାମନ୍ତରାୟ ତାଙ୍କ ବକ୍ତବ୍ୟ ରେ ଖୋର୍ଦ୍ଧା ଜିଲ୍ଲା ପ୍ରେସ ଗଠନ ହେବାର ଆଭିମୁଖ୍ୟ, ଉଦ୍ଦେଶ୍ୟ ଏବଂ ପ୍ରେସ କ୍ଳବ ଗଠନ ହେବାଠାରୁ ଆଜି ପର୍ଯ୍ୟନ୍ତ କରଯାଇଥିବା ବିଭିନ୍ନ ଜନହିତକର କାର୍ଯ୍ୟ ଗୁଡ଼ିକ ସଂପର୍କ ରେ ବିସ୍ତୃତ ଭାବରେ ଅତିଥି ମାନଙ୍କ ସମ୍ମୁଖ ରେ ଉପସ୍ଥାପନ କରିଥଲେ l

ପ୍ରେସ କ୍ଲବ ର ଉପଦେଷ୍ଠା ତପନ କୁମାର ନାୟକ ତାଙ୍କ ବକ୍ତବ୍ୟ ରେ ପ୍ରେସ କାଉନସିଲ ଅଫ ଇଣ୍ଡିଆ ଗଠନ ର ମୁଖ୍ୟ ଉଦେଶ୍ୟ ସମ୍ପର୍କ ରେ ବିସ୍ତୃତ ଭାବରେ ଆଲୋଚନା କରିବା ସହିତ ସତ୍ୟ ଓ ତଥ୍ୟ ଭିତ୍ତିକ ସମ୍ବାଦ ପରିବେଷଣ ଉପରେ ଗୁରୁତ୍ଵାରୋପ କରିଥଲେ l

ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଶର୍ମା ତାଙ୍କ ବକ୍ତବ୍ୟ ରେ କହିଥିଲେ, ଗଣତନ୍ତ୍ର ର ଜାଗ୍ରତ ପ୍ରହରି ଭାବରେ ଗଣମାଧ୍ୟମ ଗୁଡ଼ିକ କାର୍ଯ୍ୟ କରୁଥିବାବେଳେ, ସମାଜ କୁ ଦିଗଦର୍ଶନ ଦେବାରେ ସେମାନଙ୍କର ପ୍ରମୁଖ ଭୂମିକା ରହିଛି l

ଜିଲ୍ଲା ପ୍ରେସ କ୍ଲବ ର ଉପ ସଭାପତି ଲଳିତ ମୋହନ ମହାପାତ୍ର ଙ୍କ ସଂଯୋଜନା ରେ ଅନୁଷ୍ଠିତ ଏହି କାର୍ଯକ୍ରମ ରେ ସମ୍ମିଳିତ କର୍ମଜୀବି ସାମ୍ୱାଦିକ ସଂଘ ସଭାପତି ପ୍ରକାଶ କୁମାର ହାତୀ, ଜିଲ୍ଲା ପ୍ରେସ କ୍ଲବ ଉପ ସଭାପତି ପ୍ରସନ୍ନ କୁମାର ପାଇକରାୟ, କୋଷାଧ୍ୟକ୍ଷ ଶୁଭକାନ୍ତ ମହାପାତ୍ର, ଆଦର୍ଶ ଥାନା ଅଧିକାରୀ ସଞ୍ଜୟ ନାୟକ,ପ୍ରବୀଣ ଭଞ୍ଜ, ରଞ୍ଜିତ ସାମନ୍ତରାୟ, ପ୍ରଭାତ ପାଣିଗ୍ରାହୀ, ଗୋପାଳ କୃଷ୍ଣ ପ୍ରଧାନ, ଗୋପାଳ କୃଷ୍ଣ ଦାସ, ସୟଦ ଲିୟାକତ ଅଲ୍ଲୀ, ଲୋତକ ବିନ୍ଦୁ ପଟ୍ଟନାୟକ, ସମାଜ ସେବୀ ଅମିୟ ମହାନ୍ତି,ସମାଜ ସେବୀ ସଞ୍ଜୟ ପଟ୍ଟନାୟକ, ଶୋଭନ ଘୋଷ , ଦୂର୍ଗା ପ୍ରସାଦ ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ଥିବାବେଳେ, ବହୁ ବରିଷ୍ଠ ସଦସ୍ୟ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ । ସର୍ବଶେଷ ରେ ପ୍ରେସ କ୍ଲବ ସମ୍ପାଦକ ଦିଲ୍ଲୀପ କୁମାର ପଟ୍ଟନାୟକ ଧନ୍ୟବାଦ ପ୍ରଦାନ କରିଥଲେ l


ସମ୍ମାନିତ ଅତିଥି ରୁପ ଶ୍ରୀ ରାଣୀ ଗୁମାନସିଂହ ତାଙ୍କ ବକ୍ତବ୍ୟ ରେ, ଗଣତନ୍ତ୍ର ରାଷ୍ଟ୍ର ରେ ଗଣମାଧ୍ୟମ ର ଭୂମକା ଅତ୍ୟନ୍ତ ଗୁରୁତ୍ୱପର୍ଣ୍ଣ l ଜନସାଧାରଣ ଙ୍କ ବିଭିନ୍ନ ସମସ୍ୟା ଗୁଡ଼ିକୁ ଲୋକ ଲୋଚନ କୁ ଆଣିବା ରେ ଗଣମାଧ୍ୟମ ର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ l ଯାହାଦ୍ଵାରା ପ୍ରଶାସନ ସଚେତନ ହେବା ସହିତ ସେଗୁଡିକ ସମାଧାନ ପାଇଁ ତତ୍ପରତା ଦେଖାଇଥାଏ ।

ଏହି ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ରେ ମୁଖ୍ୟ ଅତିଥି ଖୋରଧା ଏସ ପି ଶ୍ରୀ ଶର୍ମା ନିଜେ ରକ୍ତଦାନ କରିବା ସହ ଜିଲ୍ଲା ପୋଲିସ କାର୍ଯ୍ୟାଳୟ ର ବହୁ କର୍ମଚାରୀ ରକ୍ତଦାନ କରିଥିଲେ ପରେ ପରେ ମୁଖ୍ୟ ଅତିଥି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ ।

ଖୋର୍ଦ୍ଧା ବ୍ଲଡ ବ୍ୟାଙ୍କ ଡାକ୍ତର ସୌରଭ ସୁନ୍ଦର ରାୟ, ଅରୁଣ କୁମାର ସାହୁ, ଝାନସି ରାଣୀ ପାତ୍ର, ଲକ୍ଷ୍ମୀ ପ୍ରିୟା ପ୍ରଧାନ, ଶ୍ରୀକାନ୍ତ କୁମାର ପ୍ରମୁଖ ଙ୍କ ସହାୟତାରେ ୪୬ ୟୁନିଟ ରୁ ଉର୍ଦ୍ଧ୍ବ ରକ୍ତ ସଂଗୃହିତ ହୋଇଥିଲା l
Subha Khabar is now on Whatsapp
Join and get latest news update delivered to you via whatsapp
Join Now