ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ହେଲା ପ୍ରସ୍ତୁତି ବୈଠକ
ଖୋର୍ଦ୍ଧା,(୧୩/୧୧): – ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ଜ୍ୟୋତି ଶଙ୍କର ସାହୁ ଙ୍କ ଅଧ୍ୟକ୍ଷତାରେ ଦେଶର ଲୌହ ପୁରୁଷ ସର୍ଦ୍ଧାର ବଲ୍ଲଭ ଭାଇ ପଟେଲ ଙ୍କ ୧୫୦ ତମ ଜୟନ୍ତୀ ପାଳନ ଉପଲକ୍ଷେ ଆସନ୍ତା ନଭେମ୍ବର ୧୫ ତାରିଖ ରେ ଜିଲ୍ଲା ସଦର ମହକୁମା ଠାରେ ଏକତା ଓ ସଂହତି ରାଲୀ ଏବଂ ଜନଜାତୀୟ ଗୌରବ ଦିବସ -୨୦୨୫ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି
ଦେଶର ଏକତା, ଅଖଣ୍ଡତା ବଜାୟ ରଖିବା ନିମିତ୍ତ ତଥା ଏକ ଭାରତ ବିକଶିତ ଭାରତ ନିର୍ମାଣ ଭିଜନ କୁ ସାକାର ରୂପ ଦେବା ନେଇ ସର୍ଦ୍ଧାର ବଲ୍ଲଭ ଭାଇ ପଟେଲଙ୍କ ଯେଉଁ ଏକତା ଓ ସଂହତି କ୍ଷେତ୍ରରେ ଅତୁଳନୀୟ ଅବଦାନ ତାହାକୁ ଉଜ୍ଜୀବିତ କରି ନବ ଭାରତ ନିର୍ମାଣରେ ଜାତି, ଧର୍ମ, ବର୍ଣ୍ଣ, ସମ୍ପ୍ରଦାୟ, ଲିଙ୍ଗ ଉର୍ଦ୍ଧରେ ରହି ସଚେତନତା ଜାଗ୍ରତ କରିବା ଉଦ୍ଦେଶ୍ୟରେ ଆସନ୍ତା ୧୫ ତାରିଖରେ ବିଦ୍ୟାଳୟ,ମହାବିଦ୍ୟାଳୟ,ଜନ ପ୍ରତିନିଧି ଏବଂ ସମସ୍ତ ବର୍ଗର ଜନସାଧାରଣଙ୍କୁ ନେଇ ବି ଜେ ବି ହାଇସ୍କୁଲ ଠାରୁ ସକାଳ ୮ ଘଟିକା ସମୟରୁ ଏକ ବିରାଟ ରାଲୀ ବାହାରିବ l ଏହି ରାଲିରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆମ୍ବୁଲାନ୍ସ ଟିମ୍, ପୋଲିସ ପ୍ରଶାସନ ପକ୍ଷରୁ ଆଇନ ଶୃଙ୍ଖଳା ଓ ଟ୍ରାଫିକ ବ୍ୟବସ୍ଥା ପରିଚାଳନା ଜନିତ ସଂପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି l ଏକତା ଓ ସଂହତି ରାଲୀ ସହର ପରିକ୍ରମା କରିବା ପରେ ପୁନଃଶ୍ଚ ବି ଜେ ବି ଉଚ୍ଚ ବିଦ୍ୟାଳୟ ଠାରେ ପହଞ୍ଚିବ l ଏହି ଉପଲକ୍ଷେ ସାଂସ୍କୃତିକ କାର୍ଯ୍ୟକ୍ରମ ବି ଜେ ବି ହାଇସ୍କୁଲ ଓ ଅନ୍ୟ ସ୍ଥାନ ମାନଙ୍କରେ ଆୟୋଜନ କରାଯିବ l ସେହିପରି ଉକ୍ତ ଦିନ ସଦର ମହକୁମା ଜୟୀରାଜଗୁରୁ ଟାଉନ୍ ହଲ୍ ଠାରେ ପୂର୍ବାହ୍ନ ୧୦ ଘଟିକା ସମୟରେ ଜନଜାତୀୟ ଗୌରବ ଦିବସ ପାଳନ କରାଯିବ l ଏହି କାର୍ଯ୍ୟକ୍ରମରେ ଜନଜାତି ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ସାମିଲ ହେବା ସହ ଉଲ୍ଲେଖନୀୟ ବ୍ୟକ୍ତିତ୍ଵ ଜନଜାତି ସାମିଲ ହେବେ ।

ପ୍ରକାଶ ଥାଉକୀ ବିଶିଷ୍ଟ ଜନଜାତି ସ୍ଵାଧୀନତା ସଂଗ୍ରାମୀ ବିର୍ଷା ମୁଣ୍ଡାଙ୍କ ୧୫୦ ତମ ଜୟନ୍ତୀ ପୂର୍ତ୍ତି ଅବସରରେ ଜିଲ୍ଲାସ୍ତରୀୟ ଜନଜାତିୟ ଗୌରବ ଦିବସ ପାଳିତ ହେଉଅଛି l ଏହି ଅବସରରେ ମାନ୍ୟବର ପ୍ରଧାନ ମନ୍ତ୍ରୀ ଙ୍କ ଅଭିଭାଷଣ ର ସିଧା ପ୍ରସାରଣ ଅପରାହ୍ନ ୧ଘଟିକା ସମୟରେ ଜୟୀ ରାଜଗୁରୁ ଟାଉନ୍ ହଲ ଠାରେ ପ୍ରଦର୍ଶିତ ହେବ l ଜନଜାତୀୟ ଗୌରବ ଦିବସ କୁ ସଫଳ କରିବା ଏବଂ ଏକତା ଓ ସଂହତି ପଦଯାତ୍ରା ରଲୀ କୁ ସଫଳ କରିବା ନିମିତ୍ତ ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲା ସଂସ୍କୃତି ଅଧିକାରୀ, ପୌର ପରିଷଦ, ସ୍ଵାସ୍ଥ୍ୟ ବିଭାଗ, ବିଜୁଳି ଆଲୋକ ବିଭାଗ, ମିଶନ ଶକ୍ତି ବିଭାଗ ସମସ୍ତେ ନିଜ ନିଜ ବିଭାଗୀୟ ଦାୟିତ୍ଵ ସୁଚାରୁ ରୂପେ ସମ୍ପାଦନ କରିବା ନିମନ୍ତେ ଅଧ୍ୟକ୍ଷ ଶ୍ରୀ ସାହୁ ନିର୍ଦ୍ଦେଶ ଦେଇଥିଲେ l ଆଜିର ଏହି ବୈଠକରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅନାଦି ସେଠୀ, ଜିଲ୍ଲା ମଙ୍ଗଳ ଅଧିକାରୀ ଡ ଗୀତାଂଶୁ ମୋହନ ଦାଶ, ଜିଲ୍ଲା କ୍ରୀଡ଼ା ଅଧିକାରୀ ଗୀତାଞ୍ଜଳି ପଣ୍ଡା,ନିର୍ବାହୀ ଅଧିକାରୀ ପୌର ପରିଷଦ, ଖୋର୍ଦ୍ଧା ରିଜ୍ୱାନ କାକ୍ୱାବ,ବି ଡି ଓ, ଟାଙ୍ଗୀ, ରୁମାନା ଜାଫ୍ରୀ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଡ ପ୍ରଜ୍ଞା ପାରମିତା ଜେନା, ଡେପୁଟୀ କଲେକ୍ଟର ରଞ୍ଜନ କୁମାର ମହାନ୍ତି,ଡି ଇ ଜି ଏମ , ଓସ୍ଵାନ ମାନସ ମୋହନ ବ୍ରହ୍ମ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା, ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ରଞ୍ଜନ ମିତ୍ର ଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ମାନେ ଯୋଗଦେଇଥିଲେ ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now