କଣ୍ଟିଲୋ ,(୯/୧୧ ):- ନୟାଗଡ଼ ଜିଲ୍ଲା କଣ୍ଟିଲୋ ନୀଳମାଧଵ ବିଦ୍ୟାପୀଠ ଓ କୁଞ୍ଜବିହାରୀ ବାଳିକା ଉଚ୍ଚ ବିଦ୍ୟାଳୟ ୧୯୭୫ ମସିହା ମାଟ୍ରିକ ବ୍ୟାଚର ବନ୍ଧୁମିଳନ ଉତ୍ସବ ମା ନାରାୟଣୀ ପୀଠ ପରିସରରେ ଅନୁଷ୍ଠିତ ହୋଇଯାଇଛି। ମାଟ୍ରିକ ବ୍ୟାଚ ବନ୍ଧୁମିଳନର ୫୦ ବର୍ଷ ପୂର୍ତ୍ତି ସ୍ବର୍ଣ୍ଣ ଜୟନ୍ତୀ ଅବସରରେ ଶତାଧିକ ମହିଳା,ପୁରୁଷ ବନ୍ଧୁଙ୍କ ଦୀର୍ଘ ବର୍ଷ ପରେ ମିଳନ ଆବେଗ ପୂର୍ଣ୍ଣ ପରିବେଶ ସୃଷ୍ଟି କରିଥିଲା। କଣ୍ଟିଲୋ ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ନୀଳମାଧବଙ୍କ ମନ୍ଦିର ପରିଦର୍ଶନ କରି ଠାକୁରଙ୍କ ଦର୍ଶନ ଲାଭ କରିଥିଲେ ।ଏଥିରେ ସଭା ପ୍ରାରମ୍ଭରେ ଇହଧାମ ତ୍ୟାଗ କରିଥିବା ସ୍ବର୍ଗତ ଶିକ୍ଷକ ଓ ବନ୍ଧୁ ମାନଙ୍କ ଉଦ୍ଦେଶ୍ୟରେ ନୀରବ ପ୍ରାର୍ଥନା ଓ ସ୍ମୃତି ଚାରଣ କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କୁଞ୍ଜ ବିହାରୀ ହାଇସ୍କୁଲ ପ୍ରାକ୍ତନ ପ୍ରଧାନ ଶିକ୍ଷକ ରାମଚନ୍ଦ୍ର କାଣ୍ଟି ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ରୂପେ କୁଞ୍ଜବିହାରୀ ହାଇସ୍କୁଲ ପ୍ରଧାନ ଶିକ୍ଷକ ଶ୍ରୀନିବାସ ପଣ୍ଡା, ସୁଦର୍ଶନ ସାହୁ, କଣ୍ଟିଲୋ ସରପଞ୍ଚ ଶ୍ରୀୟାରାଣୀ ବେହେରା ପ୍ରମୁଖ ଯୋଗ ଦେଇ ଉକ୍ତ ବ୍ୟାଚ ବିଭିନ୍ନ ଉଚ୍ଚ ପଦରେ ଅବସ୍ଥାପିତ ହୋଇ ବିଦ୍ୟାଳୟ ତଥା ଗ୍ରାମର ଟେକ ରଖିଥିବା ଉଲ୍ଲେଖ କରିବା ସହିତ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ। ଏଥିରେ ଯୋଗଦେଇ ପାରିନଥିବା ଉକ୍ତ ବ୍ୟାଚର ସହପାଠୀ ଅବସରପ୍ରାପ୍ତ ଭାତୀୟ ସେନା ବାହିନୀର ଉଚ୍ଚପଦସ୍ଥ ଅଧିକାରୀ କର୍ଣ୍ଣେଲ ପୂର୍ଣ୍ଣଚନ୍ଦ୍ର ପଟ୍ଟନାୟକ ଭିଡିଓ ମାଧ୍ୟମରେ ବନ୍ଧୁମାନଙ୍କ ପାଇଁ ଶୁଭେଛା ବାର୍ତ୍ତା ଦେଇ ନିଜର ବନ୍ଧୁମାନଙ୍କ ଉଦ୍ଦେଶ୍ୟରେ ମତ ପ୍ରକାଶ କରିଥିଲେ ।

ଏହି ଅବସରରେ ଶିକ୍ଷାଦାନ କରିଥିବା ଅତିଥି ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ କାଣ୍ଡି , ଶିକ୍ଷକ ଶ୍ରୀ ପଣ୍ଡାଙ୍କ ସମେତ ଯୋଦେଇଥିବା ଅତିଥି ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି ଗଣମାଧ୍ୟମ ପ୍ରତିନିଧି ପ୍ରଭାକର ଶିରୋମଣୀ , ସୁକାନ୍ତ କୁମାର ମିଶ୍ର , ରାକେଶ ଚନ୍ଦ୍ର ପାଢି ପ୍ରସନ୍ନ କୁମାର ସ୍ବାଇଁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଅଶୋକ କୁମାର ମିଶ୍ର, ବିରୁପାକ୍ଷ ମିଶ୍ର।
Subha Khabar is now on Whatsapp
Join and get latest news update delivered to you via whatsapp
Join Now