ଭୁବନେଶ୍ୱର :- (ଶୁଭ ଖବର)ଭୁବନେଶ୍ୱରସ୍ଥିତ ଭୁବନେଶ୍ବର
ଆଇନ ମହାବିଦ୍ୟାଳୟକୁ ନୂଆଦିଲ୍ଲୀସ୍ଥିତ ବାର୍ କାଉନ୍ସିଲ୍ (ବିସିଆଇ) ଅଫ୍ ଇଣ୍ଡିଆ ପକ୍ଷରୁ ସ୍ବୀକୃତି ମିଳିଛି । ଆଇନକୁ ପେସା ଓ ସମ୍ମାନଜନକ ଡିଗ୍ରୀ ଭାବେ ଚାହୁଁଥିବା ଛାତ୍ରୀଛାତ୍ର ଏହାଦ୍ଵାରା ଉପକୃତ ହେବେ। ମହାବିଦ୍ୟାଳୟ ପକ୍ଷରୁ ପ୍ରାପ୍ତ ସୂଚନାନୁସାରେ, ଏହି ମହାବିଦ୍ୟାଳୟକୁ ବିସିଆଇ
ଅନୁମୋଦନ ନିମନ୍ତେ ପୂର୍ବରୁ ବିସିଆଇ ନିକଟରେ ଆବେଦନ କରାଯାଇଥିଲା। ପରେ ବିସିଆଇର ଏକ ୫ଜଣିଆ ସ୍ବତନ୍ତ୍ର ଟିମ୍ ଭୁବନେଶ୍ବର ଆଇନ ମହାବିଦ୍ୟାଳୟକୁ ଗତ ମେ’ ମାସରେ ପରିଦର୍ଶନ କରିଥିଲେ। ଏଠାରେ ଶିକ୍ଷାଦାନର ବିଭିନ୍ନ ଗୁଣାତ୍ମକ ଦିଗ ଓ ପରିଚାଳନା ସମ୍ପର୍କରେ ଉକ୍ତ ଟିମ୍ ତଦାରଖ କରି ସନ୍ତୋଷ ପ୍ରକାଶ କରିଥିଲା। ପତ୍ର ସଂଖ୍ୟା – BCI-D-892/Dt.24.05.2025 ରେ ଆଇନ୍ ମହାବିଦ୍ୟାଳୟକୁ ତା.୦୫.୦୬.୨୦୨୫ ରେ ଜଣାଇଛନ୍ତି ।ଏହି ଅନୁମୋଦନ ପାଇବା ପରେ ଆଇନ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଅତ୍ୟନ୍ତ ଉତ୍ସାହ ସୃଷ୍ଟି ହୋଇଛି। ଏଥିପାଇଁ ବିସିଆଇ ଏବଂ ମଧୁସୂଦନ ଆଇନ ବିଶ୍ବବିଦ୍ୟାଳୟର କର୍ତ୍ତୃପକ୍ଷଙ୍କୁ ଭୁବନେଶ୍ୱର ଆଇନ ମହାବିଦ୍ୟାଳୟ ଅଧକ୍ଷ ଡ଼ଃ. ଦିଲ୍ଲୀପ କୁମାର ମହାପାତ୍ର କୃତଜ୍ଞତା ଜ୍ଞାପନ କରିଛନ୍ତି । ଆଇନ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅତ୍ୟନ୍ତ ଉତ୍ସାହ ଦେଖିବାକୁ ମିଳିଛି। ଆଇନକୁ ପେଷା ଭାବରେ ଓ ସମ୍ମାନ ଜନକ ଡିଗ୍ରୀ ଭାବେ ଚାହୁଁଥିବା ଛାତ୍ରଛାତ୍ରୀ ମାନେ ଏହା ଦ୍ୱାରା ଉପକୃତ ହେବେ ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now