ପ୍ରତିଭା ସେବା ସମ୍ମାନ ଓ ସମ୍ବର୍ଦ୍ଧନା ଉତ୍ସଵ ଅନୁଷ୍ଠିତ

ନୟାଗଡ଼ : ନୟାଗଡ ଜିଲ୍ଲା ରାଜସୁନାଖଳା ଆଙ୍କୁଲପାଟଣା ସାହିରେ ମହିଳା ବିକାଶ ସମିତି ପକ୍ଷରୁ ପ୍ରତିଭା ସେବା ସମ୍ମାନ ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ରାଜସୁନାଖଳା ଫାଣ୍ଡି ପୋଲିସର ମିଳିତ ସହଯୋଗରେ  ଏହି କାର୍ଯ୍ୟକ୍ରମ  ଅନୁଷ୍ଠିତ ହୋଇଯାଇଛି।

  ଏବେ ଶୀତର ପ୍ରକୋପ ଧୀରେ ଧୀରେ ବଢୁ ଥିବାରୁ ଗରିବ ଲୋକେ ଏବେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଶେଷ କରି ଗରିବ ଶ୍ରେଣୀର ବୁଢା ବୁଢୀ ମାନେ ଶୀତର ପ୍ରକାପରୁ ରକ୍ଷା ପାଇବା ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଏପରି ସ୍ଥଳେ ମହିଳା ବିକାଶ ସମିତିର ଆନ୍ତରିକ ଉଦ୍ୟମ ଓ ପ୍ରଚେଷ୍ଟାରେ ଗରିବ ଲୋକଙ୍କୁ କମ୍ବଳ ଓ ବସ୍ତ୍ର ପ୍ରଦାନ ସହାୟତା କରିବାକୁ ଆଗେଇ ଆସିଛନ୍ତି ସ୍ଥାନୀୟ ଅଞ୍ଚଳର ସମାଜସେବୀ ତଥା ରାଜ୍ୟ ସାମାଜିକ ଗବେଷଣା ସଂସ୍ଥା ରାଜ୍ୟ ସଂଯୋଜକ ପୂର୍ଣ୍ଣ ଚନ୍ଦ୍ର ନାୟକ ପ୍ରମୁଖ ଗରିବ ନିଃସହାୟ ବୁଢା ବୁଢ଼ୀ ଲୋକଙ୍କୁ ଶୀତବସ୍ତ୍ର ଓ ପିନ୍ଧା ବସ୍ତ୍ର ପ୍ରଦାନ କରିଥିଲେ। ଶୀତ ବସ୍ତ୍ର ପାଇ ଲୋକେ ଖୁସି ଅନୁଭବ କରିବା ସହ ଶୀତରୁ ଏବେ ରକ୍ଷା ମିଳିବ ବୋଲି କହିଥିଲେ।

ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ରାଜସୁନାଖଳ ପଞ୍ଚାୟତର ସରପଞ୍ଚ ଚିତ୍ତ ରଞ୍ଜନ ପ୍ରଧାନ ଓ ସମିତିସଭ୍ୟ ତପନ କୁମାର ପ୍ରଧାନ। ମୁଖ୍ୟଅତିଥି ଭାବରେ ରଣପୁର ଥାନା ଅଧିକାରୀ ଆଶିଷଦେବ ସାହୁ ଯୋଗଦେବା ସହ ସଭାର ସଭାପତିତ୍ବ କରିଥିଲେ ରାଜ ସୁନାଖଳା ଫ୍ରେଣ୍ଡସ ସ୍ପୋର୍ଟସ କ୍ଲବର ସଭାପତି ପୂର୍ଣ୍ଣଚନ୍ଦ୍ର ନାୟକ। ସମ୍ମାନୀତ ଅତିଥି ଭାବରେ ସଚ୍ଚିକାନ୍ତ ଷଡ଼ଙ୍ଗୀ, ସତ୍ୟନାରାୟଣ ମହାପାତ୍ର, ଦାଶରଥି ମହାପାତ୍ର ଓ ବ୍ୟଙ୍ଗ କବି ବ୍ରଜ ସୁବୁଦ୍ଧି ଯୋଗଦେଇଥିଲେ । ବିଶିଷ୍ଠ ଅତିଥି ଭାବରେ ଲିଙ୍ଗରାଜ ପ୍ରଧାନ, ପ୍ରଫୁଲ୍ଲ ନାୟକ, କାସନ୍ଦା ସରପଞ୍ଚ କୃଷ୍ଣ ଚନ୍ଦ୍ର ସାମନ୍ତରାୟ, ବିଭୁ ପ୍ରସାଦ ମିଶ୍ର ପ୍ରମୁଖ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ସମାଜ ସେବା କ୍ଷେତ୍ରରେ ସାମ୍ୱାଦିକ ଓ ସମାଜସେବୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସାମ୍ବାଦିକ ଯଦୁନାଥ ସାମନ୍ତରା ସଂଯୋଜନା କରିଥିବାବେଳେ ମଞ୍ଚ ପରିଚଳନା କରିଥିଲେ ଶିକ୍ଷାବିତ ବଲ୍ଲଭ ପ୍ରଧାନ ଓ ରବୀନ୍ଦ୍ର କୁମାର ସାହୁ।

ପ୍ରସନ୍ନ କୁମାର ସ୍ବାଇଁ

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *