ଖୋର୍ଦ୍ଧା ଧଉଳିମୁଂହ ଗ୍ରାମରେ କଳସୀ ଯାତ୍ରା କରି ବେଢାକାଳୀ ଙ୍କୁ ଆବାହନ କଲେ ଶ୍ରଦ୍ଧାଳୁ

ଖୋର୍ଦ୍ଧା :- ଆଜି ଠାରୁ ପ୍ରାୟ ତିନି ଦିନ ବ୍ୟାପି ଖୋରଧା ବ୍ଲକ୍ ର  ଧଉଳିମୁଂହ ଗ୍ରାମରେ ମା ବେଢା କାଳୀ ଙ୍କୁ ଆବାହନ କଲେ ଭକ୍ତ, ପ୍ରାୟ ୧୫ ବର୍ଷ ହେଲାଣି, ପ୍ରତ୍ୟେକ ବର୍ଷ କାର୍ତିକ ମାସ ଶୁକ୍ଳପକ୍ଷ୍ୟ ରେ ମା ଆସନ୍ତି ଧରାକୁ, ପ୍ରାୟ ହଜାର ଭକ୍ତ ଏବଂ ମାନସିକ ଧାରୀ ଜଳଯାତ୍ରl କରି ମା ବେଢା କାଳୀ ଙ୍କୁ ଆବାହନ କରିଥାନ୍ତି ।

ପୁରାଣ ବର୍ଣିତ ଅଛି ମାଙ୍କର ଉଗ୍ର ରୂପ କୁ ଶାନ୍ତ କରିବା ମହାଦେବ ତାଙ୍କ ପାଦ ତଳେ ପଡିଥିଲେ, ମାଙ୍କର କ୍ରୋଧ  ଶାନ୍ତ ହୋଇଥିଲା,ପ୍ରତେକ ବର୍ଷ ଏହି ଗ୍ରାମରେ ଧୁମଧାମ ରେ କାଳୀ ପୂଜା ତିନି ଦିନ ବ୍ୟାପି ପାଳନ କରାଯାଏ ।

ଶେଷଦିନ ପୁର୍ଣ ଆହୁତି ପ୍ରଦାନ କରାଯାଏ, ଏଥିରେ ପରିଚାଳନା କମିଟି ର ସଭାପତି ସାଗର କୁମାର ପାସିଂହ, ସରପଞ୍ଚ ଶତ୍ରୁଘ୍ନ ବେହେରା, ମନ୍ଦିର ପୂଜକ ପ୍ରସନ ମିଶ୍ର, ପଣ୍ଡିତ ପ୍ରସାଦ ମିଶ୍ର, ଅଭିମନ୍ୟୁ ଜେନା ଏବଂ ମା ବେଢାକାଳୀ ପୂଜା ର ସମସ୍ତ ସଦସ୍ୟ ପ୍ରତେକ ବର୍ଷ ଆୟୋଜନ କରିଥାନ୍ତି, ଭଳିକି ଭଳି ତୋରଣ ସାଙ୍ଗକୁ ମିନବଜାର ଏବଂ ସାଂସୃତିକ କାଯ୍ୟକ୍ରମ ତିନିଦିନ ବ୍ୟାବି ଅନୁଷ୍ଠିତ ହେବ ବୋଲି ଆୟୋଜକ ତରଫରୁ କୁହାଯାଇଛି….

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *