ଖୋର୍ଦ୍ଧା ,(୧୯/୧୦):- ପୌର ପରିଷଦ ଅନ୍ତର୍ଗତ ଗୁରୁଜଙ୍ଗ ଖେଳ ପଡିଆ ଠାରେ ଅନୁଷ୍ଠିତ ପ୍ରଥମ ନୀଳକଣ୍ଠ ମେମୋରିଆଲ ଗୁରୁଜଙ୍ଗ କ୍ରିକେଟ ଟୁର୍ନାମେଣ୍ଟ ଗୁରୁଜଙ୍ଗ କ୍ରିକେଟ ଆସୋସିଏସନ ଆନୁକୂଲ୍ୟରେ ଦ୍ଵିତୀୟ ଦିବସ ଖେଳର ପ୍ରଥମ ମ୍ୟାଚ ଯାଆଁଳା ଏବଂ ମୁକୁନ୍ଦ ପ୍ରସାଦ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଟସ ରେ ଜିତି ମୁକୁନ୍ଦ ପ୍ରାସାଦ ଦଳ ବୋଲିଂ ନିଷ୍ପତି ନେଇଥିଲେ। ଯାଆଁଳା ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୬ ଓଭର ରେ ୫ ୱିକେଟ ହରାଇ ୨୧୯ ରନ ସଂଗ୍ରହ କରିଥିଲେ। ଦଳ ପକ୍ଷରୁ ଅଭିଷେକ ପଟନାୟକ ୮୫ ରନ ଓ ବୀର ଅଭିମନ୍ୟୁ ୫୬ ସଂଗ୍ରହ କରିଥିଲେ। ମୁକୁନ୍ଦ ପ୍ରାସାଦ ଦଳର ପଙ୍କଜ ୩ ଟି ୱିକେଟ ଅକ୍ତିଆର କରିଥିଲେ। ଜବାବରେ ମୁକୁନ୍ଦପ୍ରସାଦ ଦଳ ୧୬ ଓଭର ରୁ ୯ ଟି ୱିକେଟ ହରାଇ ୧୬୦ ରନ ରେ ସୀମିତ ରହିଥିଲା। ଏହି ମ୍ୟାଚ କୁ ଯାଆଁଳା ଦଳ ଦଳ ୫୯ ରନ ରେ ଜିତି ନେଇଥିଲା।ଏହି ମ୍ୟାଚ ର ଶ୍ରେଷ୍ଠ ଖେଳାଳି ଭାବେ ବୀର ଅଭିମନ୍ୟୁ ଙ୍କୁ ଅଲ ରାଉଣ୍ଡର ପ୍ରଦର୍ଶନ ପାଇଁ ଅତିଥି ଶଶିକାନ୍ତ ଦାସ (ଟୂବୁଲି ) ଙ୍କ ଦ୍ୱାରା ପୁରସ୍କୃତ କରା ଯାଇଥିଲା।

ଦ୍ଵିତୀୟ ମ୍ୟାଚ ରେ ତମାଣ୍ଡୋ ଓ ପାନବରଜ ପରସ୍ପର କୁ ଭେଟିଥିଲେ। ବର୍ଷା ବାଧପ୍ରାପ୍ତ ଅଧା ମ୍ୟାଚ ଆଗାମୀ ୨୨ ତାରିଖକୁ ଘୁଞ୍ଚିଲା। ତୁଷାରକାନ୍ତ ସୁନ୍ଦରାୟ, ସୁଜିତ ପରିଡା, ଅସିତ ପରିଡା, ପ୍ରକାଶ ସାହୁ, ଓମ ଅର୍ପିତ ମହାପାତ୍ର ଖେଳକୁ ପରିଚାଳନା କରିଥିବାବେଳେ କୈଳାସ ପରିଡା ଓ ମହାଦୀପ ଶ୍ରୀ ମହାପ୍ରସାଦ ରଥ ଖେଳକୁ ସଂଯୋଜନା କରିଥିଲେ। ୨୦/୧୦/୨୫ ତାରିଖ ସୋମବାର ଦିନ ପ୍ରଥମ ମ୍ୟାଚ ପଳାସପୁର ବନାମ କଲ୍ୟାଣପୁର ଓ ଦ୍ଵିତୀୟ ମ୍ୟାଚ ମେଣ୍ଢାଶାଳ ବନାମ କୁମାରବସ୍ତ ମଧ୍ୟରେ ଅନୁଷ୍ଠିତ ହେବବୋଲି ମ୍ୟାଚ ରେଫରି ସଂକେତ ଦାସ ଓ ଆଶୁତୋଷ ପାଣିଗ୍ରାହୀ ସୂଚନା ଦେଇଛନ୍ତି।
Subha Khabar is now on Whatsapp
Join and get latest news update delivered to you via whatsapp
Join Now