ଖୋର୍ଦ୍ଧା:- ହଳଦିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନ ଉଇଲକିଶନ ନଗର ସ୍ୱାସ୍ଥ୍ୟ ଉପକେନ୍ଦ୍ର ରେ ଦୀର୍ଘ ୨୯ ବର୍ଷ ଧରି ଗାଁ ଗହଳିର ସାଧାରଣ ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଆସୁଥିବା ମହିଳା ସ୍ୱାସ୍ଥ୍ୟକର୍ମୀ ମମତା ନାୟକ ଙ୍କ ପଦୋନ୍ନତି ହୋଇଥିବାରୁ ଏହି ଅବସରରେ ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ନାଲିପଡା ଅର୍ଜୁନପୁର ପଞ୍ଚାୟତ ଅନ୍ତର୍ଗତ ତରତୁଆ ଠାରେ ଥିବା କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି।
ସ୍ଥାନୀୟ ସମାଜସେବୀ ମୀନକେତନ ମହାନ୍ତି ଙ୍କ ସଭା ପରିଚାଳନା ରେ ଅତିଥି ରୂପେ ହଳଦିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ସ୍ୱାସ୍ଥ୍ୟଚିକିତ୍ସା ଅଧିକାରୀ ଡ଼ଃ ପରେଶ କୁମାର ଆଚାର୍ଯ୍ୟ, ଅର୍ଜୁନପୁର ସରପଞ୍ଚ ସୂର୍ଯ୍ୟ ପ୍ରସାଦ ମହାନ୍ତି,ବରିଷ୍ଠ ସମାଜସେବୀ ବୈକୁଣ୍ଠନାଥ ମହାପାତ୍ର,ପ୍ରମୁଖ ଯୋଗଦେଇ ମମତା ନାୟକ ଙ୍କ ଚାକିରୀ ସମୟରେ କାର୍ଯ୍ୟ ଦକ୍ଷତା, ସମାୟାନୁବର୍ତ୍ତିତା,ନିଷ୍ଠାପର ସେବା,ସହିତ ସାଧାରଣ ଲୋକ ଙ୍କ ସହିତ ଜଡିତ ହୋଇ ସହଜ ଓ ସରଳ ଉପାୟରେ ଲୋକ ଙ୍କୁ ସେବା ଯୋଗାଇବାର ଯେଉଁ ପ୍ରୟାସ କରିଆସୁଥିଲେ ତାହାକୁ ପ୍ରଶଂସା କରିଥିଲେ।ଦୀର୍ଘ ବର୍ଷ ଗୋଟିଏ ସ୍ଥାନରେ ଦୁଇଟି ପଞ୍ଚାୟତ ୩ ଟି ଗ୍ରାମ ର ଲୋକ ଙ୍କୁ ସେବା ଯୋଗାଇବା,ଝାଡ଼ାବାନ୍ତି,,ହଇଜା ତତସହିତ ମହାମାରୀ କରନା ସମୟରେ ଯେଉଁଭଳି ସମସ୍ତଙ୍କୁ ନେଇ ଦିନରାତି କାମ କରିଥିଲେ ତାହା ସ୍ମରଣୀୟ ହୋଇ ରହିବ ବୋଲି ଉପସ୍ଥିତ ବିଭିନ୍ନ ଗ୍ରାମରୁ ଆସିଥିବା ଗ୍ରାମବାସୀମାନେ ବକ୍ତବ୍ୟ ରଖିଥିଲେ।

ଏହି ଅବସରରେ ଶ୍ରୀମତୀ ନାୟକ ଙ୍କୁ ମାନପତ୍ର ସହିତ ଉପଢୌକନ ଓ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ବେଳେ ଶ୍ରୀମତୀ ନାୟକ ଦୀର୍ଘ ବର୍ଷ ର ଅଭିଜ୍ଞତା, ଓ ସ୍ନେହ ଭଲପାଇବା,କାର୍ଯ୍ୟକରିବା ବେଳେ ଗ୍ରାମବାସୀଙ୍କ ସହଯୋଗ କେବେ ଭୁଲି ପାରିବିନି ବୋଲି ମତ ରଖିଥିଲେ। ।ସେହିପରି ବିଭିନ୍ନ ଗ୍ରାମରୁ ଆସିଥିବା ଆଶା,ଅଙ୍ଗନବାଡି କର୍ମୀ,ଓ ସାଧାରଣ ଲୋକମାନେ ମଧ୍ୟ ବିଭିନ୍ନ ଉପହାର ସହିତ ସମ୍ବର୍ଦ୍ଧିତ କରିଥିଲେ।ଏହି ସମୟରେ ଏକ ଭାବବିହ୍ଵଳ ପରିବେଶ ସୃଷ୍ଟି ହୋଇଥିଲା।ଅନ୍ୟମାନଙ୍କ ମଧ୍ୟରେ ହଳଦିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଵିଇଇ ଆଶୁତୋଷ ମହାନ୍ତି,ନୂତନ ଦାୟିତ୍ୱ ନେଇଥିବା ମହିଳା ସ୍ୱାସ୍ଥ୍ୟକର୍ମୀ ଭଗବତୀ ଜାଲି,ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରିଣୀ ଦୀପ୍ତିମୟୀ ବେହେରା,ପୁରୁଷ ସ୍ୱାସ୍ଥ୍ୟ କର୍ମୀ ଶୁଭ୍ରକାନ୍ତ ସାହୁ,ଉଇଲକିସନ ଗ୍ରାମର ସନାତନ ବିଶ୍ୱାଳ,ଦିଲ୍ଲୀପ ବଳିଆରସିଂହ, ଗୋପାଳକୃଷ୍ଣ ପ୍ରଧାନ, ସୁରେଶ ସାମନ୍ତରାୟ,ଗଣେଶ ବେହେରା,ମମତା ସାହୁ, ମନୋଜ ବିଶ୍ୱାଳ,ମୁନିସିରଜିରୁଧିନ,ଆଇନୁ ଚାଚା ଓ ଆଶା,ଅଙ୍ଗନବାଡି କର୍ମୀ ବିଭିନ୍ନ ଗ୍ରାମର ସ୍ୱେଚ୍ଛାସେବୀ ,ଗ୍ରାମବାସୀ ଉପସ୍ଥିତ ଥିଲେ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now