ଅନ୍ତର୍ନିହିତ କଳାର କ୍ଷେତ୍ର ସ୍ତରୀୟ କଳା ଉତ୍ସବ ୨୦୨୫ ଅନୁଷ୍ଠିତ

ଖୋର୍ଦ୍ଧା,(୧୭/୧୦):- ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ସମଗ୍ର ଶିକ୍ଷା ଖୋର୍ଦ୍ଧା ଆନୁକୁଲ୍ୟରେ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ତରଫରୁ ୫ ଟି ଜିଲ୍ଲା ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ ଓ କନ୍ଧମାଳ ଜିଲ୍ଲା କୁ ନେଇ ଏକ କ୍ଷେତ୍ର ସ୍ତରୀୟ କଳା ଉତ୍ସବ ପାଳିତ ହୋଇ ଯାଇଛି।



ଏହି କାର୍ଯ୍ୟକ୍ରମରେ ୫ ଟି ଜିଲ୍ଲା ରୁ ମୋଟ ୧୨୬ ଜଣ ଛାତ୍ର ଛାତ୍ରୀ ୧୨ ଟି ବିଭାଗରେ ଅଂଶ ଗ୍ରହଣ କରିଥିଲେ। ଏହି ଉତ୍ସବର ଉଦଘାଟନ ସମାରୋହ ରେ ମୁଖ୍ୟ ଅତିଥି ଭାବରେ ଖୋର୍ଦ୍ଧା ଜିଲ୍ଲାର ଜିଲ୍ଲା ଶିକ୍ଷା ଅଧିକାରୀ  ସୋନମିକା ରାୟ ଯୋଗଦେଇ କହିଥିଲେ ଯେ ଶିକ୍ଷା ସହିତ କଳା ଓ ସଂସ୍କୃତି ଅଙ୍ଗାଙ୍ଗୀ ଭାବରେ ଜଡ଼ିତ। ଶିକ୍ଷାର ଚାପ ଗ୍ରସ୍ତ ମଧ୍ୟରେ ନୃତ୍ୟ ଓ ସଙ୍ଗୀତ ମନରେ ଆନନ୍ଦ ଭରିଦେଇଥାଏ। ସମ୍ମାନିତ ଅତିଥି  ଭାବରେ ଯୋଗ ଦେଇ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ  ବିଜୟ କୁମାର ବେହେରା କହିଥିଲେ ଯେ କଳା ହେଉଛି ଅନ୍ତର୍ନିହିତ ଗୁଣାବଳୀ ର ପରିପ୍ରକାଶ। ତେଣୁ କଳାର ଆବଶ୍ୟକତା ଜୀବନ ପାଇଁ ଅପରିହାର୍ଯ୍ୟ । ଅନ୍ୟତମ ସମ୍ମାନିତ ଅତିଥି ଭାବରେ ଅନୁସୂଚିତ ଜାତି ଓ ଜନଜାତି ବିଭାଗର ସଂଯୋଜିକା  ସୁନୀତା ପଟ୍ଟନାୟକ କଳା ଉତ୍ସଵ ର ଆଭିମୁଖ୍ୟ କୁ ଉପସ୍ଥାପନ କରିଥିଲେ ଓ ସଭାପତି ଭାବରେ ବିଜେବି ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ବିଭୁ ପ୍ରସାଦ ସେନାପତି ଉପସ୍ଥିତ ଥିଲେ।



ଉଦଯାପନ କାର୍ଯ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା  ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ  କୃତି ଛାତ୍ର ଛାତ୍ରୀ ମାନଙ୍କୁ ଟ୍ରଫି ଓ ମାନପତ୍ର ପ୍ରଦାନ କରିଥିଲେ, ମୁଖ୍ୟ ଅତିଥି ଅଭିଭାଷଣରେ କହିଥିଲେ ଯେ ଶିକ୍ଷା ହେଉଛି ପିଲାମାନଙ୍କ ମଧ୍ୟରେ ଥିବା ଲୁକାୟିତ ଅନ୍ତର୍ନିହିତ ଗୁଣାବଳିର ବିକାଶ। ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବରେ ରଶ୍ମିବାଳା ପରିଡା, ଓ ପ୍ରଜ୍ଞା ପାରମିତା ଜେନା ଉପସ୍ଥିତ ରହି ତାଙ୍କ ଭାଷଣରେ କହିଥିଲେ ଯେ ଆଜିର ପ୍ରତିଯୋଗିତାରେ ଯୋଗ ଦେବାକୁ ଆସିଥିବା ପ୍ରତ୍ୟେକ ଛାତ୍ର ଛାତ୍ରୀ ଜଣେ ଜଣେ କୃତୀ ପ୍ରତିଯୋଗୀ । ଏହି ପ୍ରତିଯୋଗିତାରେ ଏକକ ସଙ୍ଗୀତ ରେ ପ୍ରଥମ ଆହ୍ୱାନ ସ୍ୱାଇଁ, ଦଳଗତ ସଙ୍ଗୀତରେ ପ୍ରଥମ ଆଦର୍ଶ ବିଦ୍ୟାଳୟ, ଫତେଗଡ, ବାଦ୍ୟଯନ୍ତ୍ର ସଙ୍ଗୀତରେ ପ୍ରଥମ ଜୟ ଅଗ୍ରୱାଲ, ମୃଦଙ୍ଗ ରେ ପ୍ରଥମ ପ୍ରଜ୍ୱଲ୍ ସୂତାର, ଶାସ୍ତ୍ରୀୟ ସଙ୍ଗୀତ ରେ ପ୍ରଥମ ବିକାଶ ଆବାସିକ ବିଦ୍ୟାଳୟ, ଦଳଗତ ନୃତ୍ୟରେ ପ୍ରଥମ ନୂଆଗାଁ, କନ୍ଧମାଳ, ଏକକ ନୃତ୍ୟରେ ପ୍ରଥମ ଖିର।ବ୍ଧି ତନୟା ରାଉତ, ନାଟକରେ ପ୍ରଥମ ବିଜେବି ଉଚ୍ଚ ବିଦ୍ୟାଳୟ, ଖୋର୍ଦ୍ଧା, ଦୃଶ୍ୟ କଳା ଟୁ ଡି ରେ ଆଶୁତୋଷ ସ୍ବାଇଁ, ଥ୍ରୀ ଡି ରେ ନିରଂଜନ ବାରିକ, ଦଳଗତ ଥ୍ରୀ ଡି ରେ ଶ୍ନେହା ସିସ ସାହୁ ଓ ଓମ ଶୁଭମ ନାୟକ, ଗଳ୍ପ କଥନ ରେ ବିଜେବି ଉଚ୍ଚ ବିଦ୍ୟାଳୟ, ଖୋର୍ଦ୍ଧା । ପ୍ରଥମ ସ୍ଥାନ ଅଧିକାର କରିଥିବା ସମସ୍ତ ଛାତ୍ର ଓ ଛାତ୍ରୀ ଆସନ୍ତା ୨୨,୨୩ ଓ ୨୪ ତାରିଖରେ ହେବାକୁ ଥିବା ରାଜ୍ୟ ସ୍ତରୀୟ ଉତ୍ସବ ରେ ଯୋଗ ଦେବେ।



ଆଜି ର କାର୍ଯ୍ୟ କ୍ରମରେ ଅତିରିକ୍ତ ଗୋଷ୍ଟୀ ଶିକ୍ଷା ଅଧିକାରୀ  ଭରତ ଚନ୍ଦ୍ର ପ୍ରଧାନ, ସନ୍ଧ୍ୟାବତୀ ଲେଙ୍କା, ବିଜେବି ଉଚ୍ଚ ବିଦ୍ୟାଳୟ ର ସମସ୍ତ ଶିକ୍ଷକ,ଶିକ୍ଷୟତ୍ରୀ ଓ କର୍ମଚାରୀ, ସମଗ୍ର ଶିକ୍ଷାର ସମସ୍ତ ବିଭାଗୀୟ ମୁଖ୍ୟ, ଖୋର୍ଦ୍ଧା ବ୍ଲକ ର ସମସ୍ତ ସିଆରସିସି, ପ୍ରଧାନ ଶିକ୍ଷକ ଅଗାଧୁ ସେଠି ଓ ସହକାରୀ ଶିକ୍ଷକ ମୃତ୍ୟୁଞ୍ଜୟ ମହାପାତ୍ର, ରବିନାରାୟଣ ପଣ୍ଡା ପ୍ରମୁଖ ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ପରିଶେଷରେ ସଂଯୋଜିକା ସୁନୀତା ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *