ପୁରୀ :- ଅନଲାଇନରେ ଅନ୍ନପ୍ରସାଦ ମିଳିବା ନେଇ ଏକ ବଡ଼ ଅନଲାଇନ ଖାଦ୍ୟ ଡେଲିଭରୀ କଂପାନୀ ପକ୍ଷରୁ ବିଜ୍ଞାପନ ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆକ୍ସନ। କମ୍ପାନୀ ବିରୋଧରେ ଏତଲା। ପୁରୀ ସାଇବର ଥାନାରେ ଏତଲା ଦେବାକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ନିର୍ଦ୍ଦେଶ ଦେଇଛନ୍ତି। ଅନଲାଇନରେ ପ୍ରସାଦ ବିକ୍ରି କରି ଜଗନ୍ନାଥଙ୍କୁ ଅପମାନ କରାଯାଉଛି। ଏଭଳି ବିକ୍ରି ପାଇଁ କୌଣସି ଅନୁମତି ଦିଆଯାଇନି। ତୁରନ୍ତ ଏ ବିଜ୍ଞାପନକୁ ଅପସାରଣ ପାଇଁ ଗୁରୁତ୍ବ ଦିଆଯାଉଥିବ ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକ ହେମନ୍ତ କୁମାର ପାଢୀ ସୂଚନା ଦେଇଛନ୍ତି।

ମହାପ୍ରଭୁଙ୍କ ଶ୍ରୀମନ୍ଦିରର ଅନ୍ନପ୍ରସାଦ ବା ଅବଢା ଅନଲାଇନରେ ଯୋଗାଇ ଦେବାକୁ ବିଜ୍ଞାପନ ଦେଇଥିଲା ଏହି ସଂସ୍ଥା । କେବଳ ଅବଢ଼ା ନୁହେଁ ମାଆ ତାରିଣୀଙ୍କ ଅନ୍ନପ୍ରସାଦ, ବାବା ଆଖଣ୍ଡଳମଣିଙ୍କ ଅନ୍ନପ୍ରସାଦ ଓ ପ୍ରସାଦମ୍ ଟେମ୍ପୁଲ୍ ଅନ୍ନପ୍ରସାଦ ମାତ୍ର ୪୯ ଟଙ୍କାରେ ମିଳିବ ବୋଲି ଏହି ବିଜ୍ଞାପନରେ ଦର୍ଶାଯାଇଥିଲା। କାର୍ତ୍ତିକ ମାସ ପାଇଁ ଏହି ଅଫର ରଖିଛି ଏହି ଅନଲାଇନ ଖାଦ୍ୟ ଡେଲିଭରୀ ଆପ୍ । ସୋସିଆଲ ମିଡିଆରେ ଏଭଳି ଏକ ପୋଷ୍ଟ ଭାଇରାଲ୍ ହେବା ପରେ ସବୁଠି ଅସନ୍ତୋଷ ଦେଖିବାକୁ ମିଳିଥିଲା। ତେବେ ମାମଲାରେ ଏନେଇ ସଂପୃକ୍ତ ଖାଦ୍ୟ ଡେଲିଭରୀ ସଂସ୍ଥା ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now