ଗମନାଗମନ ହେବ ସୁଗମ :  ବେଗୁନିଆ ଓ ବୋଲଗଡ ରେ ହେବ ରାସ୍ତା ନିର୍ମାଣ

ଜନ ପ୍ରତିନିଧି ଓ ବିଭାଗ କୁ  ଶ୍ରେୟ ଦେଲେ ଅଞ୍ଚଳ ବାସି

ଗମନାଗମନ ସୁଗମ ପାଇଁ ବିଭାଗ ପକ୍ଷରୁ ୫୦ ରୁ ଉର୍ଦ୍ଧ ରାସ୍ତା ନିର୍ମାଣ ଓ ପୁନରୁଦ୍ଧାର କରିଥିବାରୁ  କୃତଜ୍ଞତା ଜଣାଇଲେ ଅଞ୍ଚଳବାସି

ଆଗାମୀ ଦିନରେ ସରକାରଙ୍କ ନିକଟରେ ଉପସ୍ଥାପନ କରି ଅବଶିଷ୍ଟ ଆବଶ୍ୟକୀୟ ରାସ୍ତା ନିର୍ମାଣ ଓ ପୁନରୁଦ୍ଧାର କରାଯିବ ବୋଲି ଦୃଢୋକ୍ତି ପ୍ରକାଶ କଲେ ବିଧାୟକ

ଖୋର୍ଦ୍ଧା :- ବୋଲଗଡ଼ ବ୍ଲକ ଛକରୁ  ଭାୟା ମା ବୁଢୀ ଭୁଇଁଆଣୀ ଦେଇ ନନ୍ଦପଲ୍ଲୀ  ଯାଏଁ ନିର୍ମାଣ ହେବ ରାସ୍ତା l ଏହି ରାସ୍ତା ନିର୍ମାଣ ନିମନ୍ତେ ଆରମ୍ଭ ହୋଇଛି ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ମାପଚୁପ l ଆର.ଡି ବିଭାଗ ପକ୍ଷ୍ୟରୁ ଆରମ୍ଭ ହୋଇଛି ପ୍ରାରମ୍ଭିକ ନିରୀକ୍ଷଣ l ସହକାରୀ ଯନ୍ତ୍ରୀ ରବୀନ୍ଦ୍ର କୁମାର ସ୍ଵାଇଁ ଙ୍କ ତତ୍ତ୍ଵାବଧାନରେ ମାପଚୁପ କରୁଛନ୍ତି କର୍ମଚାରୀ l ମାପଚୁପ ର ତଥ୍ୟ ପ୍ରଦାନ ପରେ ଖୁବ ଶୀଘ୍ର ଡିପିଆର ପ୍ରସ୍ତୁତ ହୋଇ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ସହକାରୀ ଯନ୍ତ୍ରୀ ରବୀନ୍ଦ୍ର କୁମାର ସ୍ଵାଇଁ l ଏହି ଗୋଟିଏ ରାସ୍ତା ନୁହେଁ ବେଗୁନିଆ ବ୍ଲକ୍ ର ଗୋଡା ଦଲକ୍, ପରିଛଲ ଠାରୁ
କୋଚିଆଖ।ଲ ଦେଇ ଲୋକିପୂର୍ ଆଦର୍ଶ ଗୁରୁକୂଳ ରାସ୍ତା କୁ ସହକାରୀ ଯନ୍ତ୍ରୀ ରବିନ୍ଦ୍ର କୁମାର ଜେନା ଙ୍କ ତତ୍ତ୍ୱାବଧାନରେ ର ମାପଚୁପ ମଧ୍ୟ ଆଜି ହୋଇଛି । ପୂର୍ବ ପ୍ରସ୍ତୁତ ତାଲିକା ଅନୁସାରେ ନିତ୍ୟ ବ୍ୟବହୃତ ଗ୍ରାମ୍ୟ ଉନ୍ନୟନ ରାସ୍ତା ଗୁଡ଼ିକର ମାପଚୁପ ହୋଇ ଖୁବ ଶୀଘ୍ର ରାସ୍ତା ନିର୍ମାଣ କାର୍ଯ୍ୟ ତ୍ବରାନ୍ବିତ କରାଯିବ ବୋଲି ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ସୂଚନା ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *