ଖୋର୍ଦ୍ଧା:- ବେଗୁନିଆ ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ ପୋଡାଡିହ ଠାରେ କ୍ଳଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଆଂଚଳିକ ସାଧନ କେନ୍ଦ୍ର ସଂଯୋଜକ ଦାଶରଥୀ ପ୍ରଧାନ ଙ୍କ ଆବାହକତ୍ବ ଏବଂ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ପ୍ରତିଭା ରାଣୀ ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଲତା ସେଠୀ ଏବଂ ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ଚନ୍ଦ୍ରଶେଖର ସ୍ୱାଇଁ, ବିଦ୍ୟାଳୟ ପୁରାତନ ଛାତ୍ର ସଂସଦ ସଭାପତି ଭୁବନାନନ୍ଦ ମହାନ୍ତି, ପୁରାତନ ଛାତ୍ର ସଂସଦ ଆବାହକ ସୁରେନ୍ଦ୍ର ନାଥ ସାହୁ, ବେଗୁନିଆ ବ୍ଲକ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ରବୀନ୍ଦ୍ର କୁମାର ମହାପାତ୍ର, ପ୍ରଧାନ ଶିକ୍ଷକ ଶ୍ରୀ ବଟକୃଷ୍ଣ ମଲ୍ଲିକ ଏବଂ ପ୍ରଧାନ ଶିକ୍ଷକ ସୁରେଶ ଚନ୍ଦ୍ର ସେଠୀ ଯୋଗ ଦେଇଥିଲେ ।

ସୁରଭି କାର୍ଯ୍ୟକ୍ରମ ପିଲାମାନଙ୍କର ଅନ୍ତର୍ନିହିତ ଗୁଣାବଳୀ ର ବିକାଶ ରେ ସହାୟକ ହେବ ବୋଲି ଅତିଥି ମାନେ ମତପ୍ରକାଶ କରିଥିଲେ l କ୍ଳଷ୍ଟର ଅନ୍ତର୍ଗତ ନଅ ଗୋଟି ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ବକ୍ତୃତା, ସୃଜନଶୀଳ ଲିଖନ, ପ୍ରବନ୍ଧ ଲିଖନ, କୁଇଜ, ଚିତ୍ରାଙ୍କନ, ସଙ୍ଗୀତ, ନୃତ୍ୟ, ପି. ଏମ୍ ପୋଷଣ ଚିତ୍ରକଳା, ଶିଳ୍ପକଳା ଆଦି ୨୨ ଟି ବିଭାଗ ର ପ୍ରତିଯୋଗୀତା ରେ ଭାଗ ନେଇଥିଲେ । ମାତ୍ର କିଛି ବର୍ଷ ହେଲା ବିଦ୍ୟାଳୟ ଶୈକ୍ଷିକ କ୍ଷେତ୍ର ରେ ପଛୁଆ ଅଛି ବୋଲି ବିଦ୍ୟାଳୟ ର ମାଟ୍ରିକ ଫଳାଫଳ କୁ ନେଇ ଅଭିଭାବକ ମହଲ ନିରୁତ୍ସାହିତ ଥିବା ସୂଚନା ମିଳୁଛି । ଏ କ୍ଷେତ୍ର ରେ ଧ୍ୟାନ ଦେବାକୁ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ସହ ବିଦ୍ୟାଳୟ ର ପରିଚାଳନା କମିଟି କୁ ଅନୁରୋଧ କରିଛନ୍ତି ଅଭିଭାବକ ମଣ୍ଡଳୀ ।କ୍ଳଷ୍ଟର ଅନ୍ତର୍ଗତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ବିଚାରକ ଦାୟିତ୍ଵ ତୁଲାଇଥିଲେ ।

ସରକାରୀ ଉଚ୍ଚ ବିଦ୍ୟାଳୟ ର ଶିକ୍ଷକ ପଠାଣୀ କୁମାର ସାହୁ ମଂଚ ପରିଚାଳନା କରିଥିବା ବେଳେ ଶିକ୍ଷକ ସମୀର ଚିନରା ଧନ୍ୟବାଦ ଅର୍ପଣ କରିଥିଲେ l ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ, ସଦସ୍ୟା ମାନେ ସହଯୋଗ କରିଥିଲେ ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now