ଖୋର୍ଦ୍ଧା, (୧୪/୧୦) :- ବେଗୁନିଆ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାସ୍କର ଚନ୍ଦ୍ର ଲେଙ୍କା ଓ ଖାନ୍ ଏକାଡେମି ର ସହଯୋଗୀତା ରେ ଗୋପବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟ, ବେଗୁନିଆରେ ଗଣିତ ଓ ବିଜ୍ଞାନ ଶିକ୍ଷକ ମାନଙ୍କର ଏକ ଦିନିକିଆ ତାଲିମ୍ ଶିବିର ଅନୁଷ୍ଠିତ ହୋଇଯାଇଛି।
ଏଥିରେ SRG ଭାବରେ ବିଭୁ ପ୍ରସାଦ ସେନାପତି, ବେଣୁଧର ସାହୁ, ରମାକାନ୍ତ ରଥ, ରାଜେଶ ମହାରଣା ସମ୍ବଳ ଶିକ୍ଷକ (RP) ଭାବରେ କାର୍ଯ୍ୟ କରିଥିଲେ।ବେଗୁନିଆ ବ୍ଲକ ର ତିରିଶ ଟି ଉଚ୍ଚ ବିଦ୍ୟା ଳୟ ରୁ ୬୦ ଜଣ ଗଣିତ ଓ ବିଜ୍ଞାନ ଶିକ୍ଷକ ଉକ୍ତ କାର୍ଯ୍ୟକ୍ରମ ରେ ଭାଗ ନେଇଥିଲେ। ବିଦ୍ୟାଳୟ ସ୍ତରରେ ଛାତ୍ରଛାତ୍ରୀ ମାନେ ଗଣିତ ଓ ବିଜ୍ଞାନ ବିଷୟକୁ କିପରି ଉପଭୋଗ କରି ଶିକ୍ଷା ଗ୍ରହଣ କରିବେ ସେଥିପାଇଁ ଖାଁ ଏକାଡେମୀ ପ୍ଲାଟଫର୍ମରେ କିପରି ବିଦ୍ୟାଳୟ ପଞ୍ଜୀକରଣ କରିବେ ଓ ଷଷ୍ଠ ରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନେ ପଞ୍ଜୀକରଣ ହେବେ ଏବଂ ନିଜର ID ଓ password ଦେଇ ଆକ୍ଟିଭ ହେବେ ସେ ବିଷୟରେ ତାଲିମ୍ ଦିଆଯାଇଥିଲା। ଏହା ଦ୍ଵାରା ପିଲାମାନେ ବିନା ମୂଲ୍ୟରେ, ଯେ କୌଣସି ସ୍ଥାନରେ, ଯେ କୌଣସି ସମୟରେ, ନିଜର ଦକ୍ଷତା ଅନୁସାରେ ପଢି ପାରିବା ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ସେମାନଙ୍କର ପ୍ରଗତି Access କରିପାରିବେ ଏବଂ ଆବଶ୍ୟକ feedback ଦେଇପାରିବେ ।

ଗୋଷ୍ଠୀ ଶିକ୍ଷା ଅଧିକାରୀ ବେଗୁନିଆ ତରଫରୁ ଜଳପାନ, ଓ ଉନ୍ନତ ମାନର ଭୋଜନ ର ବ୍ୟବସ୍ଥା ସହିତ ପ୍ରତ୍ୟେକ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ପେନ୍ ଓ ନୋଟ ପ୍ୟାଡ ପ୍ରଦାନ କରଯାଇଥିଲା।
Subha Khabar is now on Whatsapp
Join and get latest news update delivered to you via whatsapp
Join Now